ଆପଣ ଲେମ୍ବୁ ଖାଉଛନ୍ତି କି ? ତେବେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା –
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କହିବୁ ଲେମ୍ବୁର ଉପକାରିତା ବିଷୟରେ । ଲେମ୍ବୁ ବିଭିନ୍ନ ଉପାୟରେ ଆମ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଲେମ୍ବୁ ବିଭିନ୍ନ ପ୍ରକାରର ଭିଟାମିନ୍ସ ଓ ମିନେରାଲ୍ସରେ ଭରପୁର ହୋଇଥାଏ । ଏଥିରେ ଭିଟାମିନ C, ଭିଟାମିନ D କମ୍ପ୍ଲେକ୍ସ, ପୋଟାସିୟମ, ଆଇରନ, ମ୍ୟାଗ୍ନେସିୟମ ଏବଂ ଫାଇବର ଥାଏ । ଲେମ୍ବୁକୁ ଖାଲି ପାଟିରେ ଖାଇବା କଷ୍ଟକର ହୋଇଥାଏ । କାରଣ ଏହାର ଖଟା ଗୁଣ ଦାନ୍ତକୁ ପ୍ରଭାବିତ କରିଥାଏ ।
ବନ୍ଧୁଗଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଲେ ଆମ ଶରୀରକୁ ବହୁତ ଲାଭ ମିଳିଥାଏ, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଲେମ୍ବୁର ଉପକାରିତା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଲେମ୍ବୁର ଉପକାରିତା ବିଷୟରେ ।
୧. ବନ୍ଧୁଗଣ ଲେମ୍ବୁ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇ ଥାଏ । ଆମେ ମାନସିକ ଚିନ୍ତାରେ ରହିଲେ ଆମ ଶରୀରରେ ଭିଟାମିନ Cର ମାତ୍ରା କମିଯାଇଥାଏ । ତେଣୁ ଲେମ୍ବୁ ପାଣି ପିଇଲେ ରକ୍ତଚାପ କମିବା ସହିତ ଶରୀରରେ ସତେଜତା ଆସିଥାଏ । ଏଥିରେ ଭିଟାମିନ C ଥିବାରୁ ଏହା ହୃତପିଣ୍ଡ ଜନିତ ରୋଗକୁ ଦୂର କରିବା ସହ ଏହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ସାଧାରଣ ଥଣ୍ଡାରୁ ରକ୍ଷା କରିଥାଏ ।
୨. ଲେମ୍ବୁ ଚର୍ମକୁ କୁଞ୍ଚିତ ହେବାରୁ ବଞ୍ଚାଇ ଥାଏ । ଆମେରିକାରେ ହୋଇଥିବା ଏକ ରିସର୍ଚରୁ ଜଣା ପଡିଛି ଯେ ଯେଉଁ ଲୋକମାନଙ୍କ ଶରୀରରେ ଭିଟାମିନ C ର ମାତ୍ରା ଅଧିକ ଥାଏ ସେମାନଙ୍କ ଚର୍ମ କୁଞ୍ଚିତ ହୋଇନଥାଏ । ଲେମ୍ବୁ ପାଣିର ସେବନ କରିଲେ ଆମ ଶରୀରକୁ ୨୩.୬ ଗ୍ରାମ ଭିଟାମିନ C ମିଳିଥାଏ । ଯାହା ଚର୍ମକୁ କୁଞ୍ଚିତ ହେବାରୁ ରକ୍ଷା କରିଥାଏ । ପ୍ରତିଦିନ ଲେମ୍ବୁ ପଣିର ସେବନ କରିଲେ ଚେହେରା ସତେଜ ରହିଥାଏ । ଯାହା ଫଳରେ ଏଥିରେ ଚର୍ମ କୁଞ୍ଚନ ଆସିବାର ସମ୍ଭାବନା ନଥାଏ ।
୩. ଲେମ୍ବୁ ଓଜନ କମାଇବା ବା ଚର୍ବି ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସକାଳ ସମୟରେ ଗୋଟେ ଗ୍ଳାସ ଉଷୁମ ପାଣିରେ ଲେମ୍ବୁ ପକାଇ ସେବନ କରିଲେ ଏହା ଆମ ଓଜନକୁ କମାଇବା ସହିତ ଆମ ଶରୀରରେ ଥିବା ଚର୍ବିକୁ ହ୍ରାସ କରାଇଥାଏ । ଲେମ୍ବୁରେ ପୋଲିଥେନାଲ ଆଣ୍ଟି ଆକ୍ସାଇଡ ଥାଏ । ଯାହା ଅଧିକ ଚର୍ବିଯୁକ୍ତ ଖାଦ୍ଯ ଖାଇବାରୁ ହେଉଥିବା ଓଜନକୁ ହ୍ରାସ କରାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମୋଟାପଣର ଶିକାର ହେଉଛନ୍ତି ତାହାଲେ ପ୍ରତିଦିନ ସଖାଳ ସମୟରେ ଗୋଟେ ଗ୍ଳାସ ଉଷୁମ ପାଣିରେ ଲେମ୍ବୁ ମିଶାଇ ସେବନ କରନ୍ତୁ ।
୪. ଲେମ୍ବୁ ଆମ ଶରୀରରେ ହେଉଥିବା ପାଚନକ୍ରିୟାରେ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ସଖାଳ ସମୟରେ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ କୋଷ୍ଟକାଠିନ୍ଯ ସମସ୍ଯା ଦୂର ହୋଇଥାଏ । ଏହା ବ୍ଯତୀତ ସଲାଦରେ ଲେମ୍ବୁ ପକାଇ ଖାଇଲେ ଆମ ପେଟରେ ଥିବା ଖାଦ୍ଯ ବହୁତ ସହଜରେ ହଜମ ହୋଇଥାଏ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ