ଓଡିଶା

ଶ୍ରୀକ୍ଷେତ୍ରରୁ ଅଣା ଯାଇଥିବା ରଥ ଚକ ପ୍ରତିଷ୍ଠା

ବାନୀପାଟଣା : ଶ୍ରୀକ୍ଷେତ୍ରରୁ ଅଣା ଯାଇଥିବା ରଥ ଚକକୁ ଆଜି କାର୍ତ୍ତିକ ମାସ ତୃତୀୟ ସୋମବାରରେ ସ୍ଥାନୀୟ ଭବାନୀ ଶଙ୍କର ମନ୍ଦିର ପରିସରରେ ପ୍ରତିଷ୍ଠା କରାଯାଇଛି। ଚାରୋଟି ଚକ ମଧ୍ୟରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ଵଜ ରଥର ଦୁଇଟି, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟାଏ ଚକ ରହିଛି।

ଆଜି ରଥଚକ ପ୍ରତିଷ୍ଠା ପାଇଁ ପଣ୍ଡିତ ବଳବନ୍ତ ପଣ୍ଡା, ଭବାନୀଶଙ୍କର ମନ୍ଦିରର ପୂଜକ ମନୋଜ କୁମାର ମୁନି ଏବଂ ସରୋଜ କାନ୍ତ ମୁନି ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବା ବେଳେ ବିନୋଦ ବିହାରୀ ବେହେରା ସସ୍ତ୍ରୀକ ପ୍ରତିଷ୍ଠା କର୍ମର କର୍ତ୍ତାକର୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ। ଏଣିକି ଶ୍ରଦ୍ଧାଳୁମାନେ ପ୍ରତିଦିନ ହରଙ୍କ ମନ୍ଦିରରେ ହରିଙ୍କ ଚକ ଦର୍ଶନର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରିଥିଲେ। ପବିତ୍ର କାର୍ତ୍ତିକ ମାସରେ ମନ୍ଦିର ପରିସରରେ ଗତ ୩ ତାରିଖରୁ ପ୍ରତିଦିନ ଅପରାହ୍ନ ୩ଟାରେ ଆରମ୍ଭ ହେଉଥିବା ଶିବ ମହାପୁରାଣ ପ୍ରବଚନ ଆସନ୍ତା ୧୧ ତାରିଖ ଯାଏଁ ଚାଲିବ। ଏଥିରେ ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ଆୟୋଜକ ମାନେ ଅନୁରୋଧ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button