ଓଡିଶା
ଚାନ୍ଦବାଲିରେ ସର୍ବାଧିକ ବର୍ଷା; ରାସ୍ତାରେ ପାଣି, ଯାତାୟାତ ବାଧାପ୍ରାପ୍ତ
ସମାଜ ଡିଜିଟାଲ ଡେସ୍କ: ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩ ମିମି, ବାଲେଶ୍ୱରରେ ୮୭.୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ୬୯.୨ମିମି, ବାରିପଦା ୫୨ମିମି, କଟକ ୨୫.୪ ମିମି, ପାରାଦ୍ୱୀପରେ ୧୪.୮ମିମି, ଜଗତସିଂହପୁରରେ ୨୧.୨ମିମି, କେନ୍ଦୁଝରରେ ୧୭.୩, ଭୁବନେଶ୍ୱରରେ ୮.୪ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ଲଗାଣ ବର୍ଷାରେ ଧାମନଗର ଅଞ୍ଚଳରେ ରାସ୍ତାରେ ୨ ଫୁଟର ପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜୟନଗର ରାସ୍ତାରେ ବର୍ଷା ଜଳ ଯୋଗୁଁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଠାରେ ୧୫ଟି ପରିବାରର ଲୋକ ଜଳବନ୍ଦୀରେ ଥିବାବେଳେ ସେମାନଙ୍କୁ ଊର୍ଦ୍ଧ୍ବାର କରାଯାଇଛି।