ଓଡିଶା

ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ, ବଢିବ ରେଞ୍ଜ ଅଫିସରଙ୍କ ଦକ୍ଷତା

ନୁଗୁଳ ୧୭/୧୦: ଅନୁଗୁଳ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ । ଏହାସହ ବାଲୁଖଣ୍ଡ ଅଭୟାରଣ୍ୟ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ କେତେକ ପାଟ୍ରୋଲିଂ ଯାନ ପ୍ରଦାନ କରାଯାଇଛି । ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଭେଇକିଲ୍ ।

ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ଏହି ପାଟ୍ରୋଲିଂ ଭ୍ୟାନ ।

ଏହି ପାଟ୍ରୋଲିଂ ଭ୍ୟାନରେ GPS navigation ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଆଗାମୀ ଦିନରେ ସମ୍ବଲପୁର ଦେବରିଗଡ ଅଭୟରଣ୍ୟ ରେ ମଧ୍ୟ ଗଡିବ ଅତ୍ୟୁଧୁନିକ ପେଟ୍ରୋଲିଂ van ଯୋଗେଇ ଦେବାନେଇ ନେଇ ବିଚାର ବମର୍ଷ ଚାଲିଛି।

NTCA ର tiger recovery ପ୍ଲାନ ଅନୁସାରେ ୧୨ ରୁ ୧୬ଟି ବାଘ ଆଣିବାକୁ ଯୋଜନା ହୋଇଛି । ଏନେଇ ବୈଷୟିକ approval ସରିଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାଘ ଅଣାଯାଇ ବଂସ ବିସ୍ତାର ପାଇଁ ଯୋଜନ ଜରାଯାଇଛି। ଏ ନେଇ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ସହମତି ଲୋଡ଼ାଯିବା।

Related Articles

Leave a Reply

Your email address will not be published. Required fields are marked *

Back to top button