ଜ୍ୟୋତିଷ

ଘର ପାର୍ଶ୍ୱରେ ହସ୍ପିଟାଲ୍ କିମ୍ବା ମଶାଣି ଥିଲେ ଘର ଉପରେ ଏହାର କଣ ପ୍ରଭାବ ପଡିଥାଏ? ଆସନ୍ତୁ ଜାଣନ୍ତୁ…

କୌଣସି ଜାଗାରେ ଘରଟିଏ କରିବା ସମୟରେ ଅନେକ କଥା ପ୍ରତି ଧ୍ୟାନ ଦେବା ଉଚିତ। ଗୃହ ନିର୍ମାଣ କଲାବେଳେ ଗୃହ ଭିତରେ ବାସ୍ତୁ ଯେତିକି ଗୁରୁତ୍ୱପୂର୍ଣ୍ଣ ଗୃହ ପାର୍ଶ୍ୱର ପରିବେଶ ମଧ୍ୟ ସେମିତି ଗୁରୁତ୍ୱପୂର୍ଣ୍ଣ, ଯାହାର ସକରାତ୍ମକ କିମ୍ବା ନକରାତ୍ମକ ପ୍ରଭାବ ସିଧାସଳଖ ଗୃହ ଉପରେ ପଡିଥାଏ। ଏଣୁ ଗୃହନିର୍ମାଣ ବେଳେ ଯଥା ସମ୍ଭବ ବାସ୍ତୁର ପ୍ରତ୍ୟେକ ଦିଗ ପ୍ରତି ଯତ୍ନର ସହିତ ଧ୍ୟାନ ଦେଇ ଗୃହନିର୍ମାଣ କଲେ ସୁଖ ଶାନ୍ତି ମିଳିଥାଏ। ଭୂମି ପାର୍ଶ୍ୱରେ ଅତ୍ୟଧିକ ଶବ୍ଦ ହେଉଥିବା ସ୍ଥାନ ଯେମିତି କମାରଶାଳ, ବଢ଼େଇଶାଳ, କଳକାରଖାନା ଆଦି ଥିବା ଦ୍ୱାରା ମଧ୍ୟ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ କାରଣ ସବୁବେଳେ ଅତ୍ୟଧିକ ଶବ୍ଦ ହେବା ଦ୍ୱାରା ଏହା ଗୃହବାସୀଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ, ଫଳରେ ଗୃହରେ ଅଶାନ୍ତି ଦେଖାଯାଏ।

ସବୁବେଳେ ଭୂମି କ୍ରୟ କଲାବେଳେ ଦେଖିବେ ଭୂମି ପାର୍ଶ୍ୱରେ ଯେପରି ମଶାଣି ନ ଥିବ। କାରଣ ମଶାଣି ଥିଲେ ଏହି ସ୍ଥାନର ନେଗେଟିଭ୍ ଏନର୍ଜି ବହୁତ ମାତ୍ରାରେ ଗୃହବାସୀଙ୍କ ଉପରେ ପଡିଥାଏ। ଅନେକ ଘର ଗୁଡିକରେ ବହୁତଗୁଡିଏ ଆଶ୍ଚର୍ଯ୍ୟଜନକ ଘଟଣା ଦେଖାଯାଏ କାରଣ କେବଳ ମଶାଣିର ନେଗେଟିଭ୍‌ ଏନର୍ଜିର ପ୍ରଭାବରୁ ଏହିପରି ହୋଇଥାଏ। ଯଦି ମଶାଣି ପାଖରେ ଥାଏ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଗୃହରେ ପ୍ରତିକାର କରିବା କଥା।

!

ଗୃହ ପାର୍ଶ୍ୱରେ ବଡ ବଡ ହସ୍ପିଟାଲ୍ ଥିଲେ ଗୃହ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ କାରଣ ବିଭିନ୍ନ ପ୍ରକାର ରୋଗ ସଂକ୍ରମଣକାରୀ ଜୀବାଣୁ ପରିବେଶରେ ଥିବାଦ୍ୱାରା ପାଖରେ ଥିବା ଗୃହ ଉପରେ ଏହାର ପ୍ରଭାବ ପଡିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button