ଦେଶ ବିଦେଶ

ପାଣି ପିଇବାର ଏହି ଖାସ ଉପାୟରେ ଜାପାନୀ ଲୋକ କମାଇ ଥାନ୍ତି ନିଜର ଅନେକ କିଲୋ ଓଜନ, ଆପଣ ବି ଚେଷ୍ଟା କରିପାରନ୍ତି, ଆସନ୍ତୁ ଜାଣିବା କେମିତି

ପାଣି ପିଇବା ଦ୍ଵାରା ଶରୀରର ଅନେକ ଗୁଡିଏ ରୋଗ ଆପେ ଆପେ ଠିକ ହୋଇ ଯାଇଥାଏ । ଆପଣ ସବୁବେଳେ ଦେଖିଥିବେ ଯେ କୌଣସି ରୋଗର ପ୍ରତିକାର ପାଇଁ ଡକ୍ଟରଙ୍କ ପାଖକୁ ଯିବା ସମୟରେ ସେ ରୋଗର ପ୍ରତିକାର ପାଇଁ ଔଷଧ ଦେବା ସହିତ ପ୍ରଚୁର ମାତ୍ରାରେ ପାଣି ପିଇବା ପାଇଁ କହିଥାନ୍ତି । ଶରୀରକୁ ସଠିକ ମାତ୍ରାରେ ପାଣି ଯୋଗାଇବା ଦ୍ଵାରା ପାଚନ ପ୍ରକ୍ରିୟା ଠାରୁ ଆରମ୍ଭ କରି ଅନେକ ଗୁଡିଏ ମୁଖ୍ୟ ସମସ୍ୟା ଗୁଡିକ ଦୂର ହୋଇଥାଏ । ପାଣି ପିଇବା ଦ୍ଵାରା ଶରୀରରେ ଥିବା ଟକ୍ସିନ ବାହାରକୁ ବାହାରି ଆସିଥାଏ । ଓଜନ କମ କରିବା ପାଇଁ କେତେକ ଲୋକ ସକାଳୁ ଲେମ୍ବୁ ଓ ମହୁ ମିଶା ପାଣି ପିଇଥାନ୍ତି । ଜାପାନ ଲୋକଙ୍କର ପାଣି ପିଇବାର ଶୈଳୀ ଅଲଗା ହୋଇଥିବାରୁ ସେମାନେ ନିଜର ଓଜନକୁ କମ ରଖିଥାନ୍ତି ।

ଜାପାନୀ ୱାଟର ୱେଟ ଲସ ଥେରାପି

ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ଉଷୁମ ପାଣି ପିଇବା ଦ୍ଵାରା ଆମ ଶରୀର ଭିତରେ ଥିବା ଟକ୍ସିନ ବାହାରକୁ ବାହାରିବା ସହିତ ଚର୍ବି କମିଥାଏ ଏବଂ ମେଟାବୋଲିଜିମ ପ୍ରକ୍ରିୟାକୁ ବଢାଇ ଥାଏ । ଏହି କାରଣରୁ ଶରୀରର ଓଜନ କମ ହୋଇଥାଏ ।

ପାଣି ପିଇବାର ସଠିକ ଉପାୟ

– ଜାପାନୀ ଲୋକ ମାନେ ପ୍ରତିଦିନ ବ୍ରସ କରିବା ପୂର୍ବରୁ ଏବଂ ପରେ ପ୍ରଥମେ ପାଣି ପିଇଥାନ୍ତି । ତାହାପରେ ଯେ କୌଣସି ଖାଦ୍ୟ ଖାଇଥାନ୍ତି । ଏହା ଦ୍ଵାରା ସେମାନଙ୍କର ହଜମ ଶକ୍ତି ବଢିଥାଏ । ଏଥିପାଇଁ ସବୁଦିନ ପାଣି ପିଇବାର ଅଧ ଘଣ୍ଟା ପରେ ଖାଦ୍ୟ ଖାଇବା ଉଚିତ ।

– ପ୍ରତିଦିନ ଖାଇବାର ୧ଘଣ୍ଟା ପୂର୍ବରୁ ଏବଂ ପରେ ପାଣି ପିଇବା ଉଚିତ । ଏମିତି କରିବା ଦ୍ଵାରା ଶରୀରର ମେଟାବୋଲିଜିମ ଭଲ ରହିଥାଏ । କିନ୍ତୁ କେବେ ହେଲେ ଖାଇବା ମଝିରେ ପାଣି ପିଅନ୍ତୁ ନାହିଁ ।

-ଏକା ଥରେ ଅଧିକ ମାତ୍ରାରେ ପାଣି ପିଇବା ଦ୍ଵାରା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ । ପାଣି ପିଇବାର ବ୍ୟବଧାନ ଅତି କମରେ ଅଧ ଘଣ୍ଟା ରଖିବା ଆବଶ୍ୟକ ।

– ସର୍ବଦା ପାଣି ପିଇବା ସମୟରେ ଗୋଟିଏ ଜାଗାରେ ବସି ପିଇବା ଉଚିତ । ଜାପାନୀ ଲୋକମାନେ ଏହି ନିୟମକୁ ଅଧିକ ମାତ୍ରାରେ ମାନି ଥାନ୍ତି । ଆପଣ ଏହି ନିୟମକୁ ପାଳନ କରିବା ପରେ ଏହାର ଫରକ ଜାଣି ପାରିବେ । ତେଣୁ ନିଜର ପାଣି ପିଇବାର ଶୈଳୀକୁ ପରିବର୍ତ୍ତନ କରନ୍ତୁ । ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ପସନ୍ଦ ଆସିଛି ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିପରି କିଛି ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button