ଓଡିଶା

Amit Shah ଆଉ Naveen ଙ୍କ ଲଢେଇରେ କିଏ ମାରିବ ବାଜି ?

ଉଡିଯିବ ପ୍ରତିଶ୍ରୁତି ଦେଖାଇବେ ନୂଆ ନୂଆ ସ୍ଵପ୍ନ । ଗ୍ରୀଷ୍ମ ଋତୁ ଠାରୁ ବଳି ଯିବ ରାଜନୀତିର ତାତି କାରଣ ମୁହାଁ ମୁହିଁ ହେବେ ନବୀନ ଆଉ ଅମିତ ଶାହା । କ୍ଷମତା ପାଇଁ ଲାଗିବ ମହା ଲଢେଇ । ଏଥର ଓଡିଶା ହେବ କାହାର । ହଁ ଦର୍ଶକ ବନ୍ଧୁ ଏଥର ଓଡିଶା ଦେଖିବ କାଣ୍ଟେ କି ଟକ୍କର । ମୁହାଁ ମୁହିଁ ହେବେ ଦୁଇ ହେବି ୱେଟ । କ୍ଷମତାର ଚୌକିରେ ବସିବା ପାଇଁ ନିର୍ବାଚନୀ ମଇଦାନରେ ଚାଲିବ ଭୋଟର ଲଢେଇ ।

ଗ୍ରୀଷ୍ମ ବୈଶାଖ ଝାଞ୍ଜିରୁ ବଢି ଯିବ ରାଜନୀତିର ପ୍ରଚଣ୍ଡ ତାତି । କଥା ଉଡିବ ଯେତେ କୁ ଯାହା ସାମ୍ନା ସାମ୍ନୀ ହେବେ ନବୀନ ପଟ୍ଟନାୟକ ଏବଂ ଅମିତ ଶାହା । ହଁ ଦର୍ଶକ ବନ୍ଧୁ ଅମିତ ଶାହାଙ୍କର ଓଡିଶା ଗସ୍ତକୁ ନେଇ ଏମିତି ଏବେ କିଛି କଥା ଚାଲିଛି । 2024 ବର୍ଷ ହେଉଛି ନିର୍ବାଚନର ବର୍ଷ ସାରା ଭାରତରେ ହେବ ସାଧାରଣ ନିର୍ବାଚନ । ନିଜ ନିଜର ପତିଆରା ପଦର୍ଶନ କରିବା ପାଇଁ ରଣ କୌଶଳ ପ୍ରସ୍ତୁତ କରୁଛନ୍ତି ସବୁ ଦଳ । କଳେ ବଳେ କୌଶଳେ କ୍ଷମତା ଦାଖଲ କରିବା ପାଇଁ ଆରମ୍ଭ ହୋଇଛି ସଜବାଜ । ଓଡିଶାରେ ମଧ୍ୟ ସରକାରଙ୍କ କାର୍ଯ୍ୟ ବର୍ଷ ଅବଧି ସରିବାକୁ ଯାଉଛି । ପୁଣି ଓଡିଶାରେ ଗଠନ ହେବ ନୂଆ ସରକାର । ଆଉ ସେଥିପାଇଁ ଓଡିଶାର ମାହୋଲ ଟିକେ ଅଧିକ ଗରମ ରହିଛି ।

ଲୋକଙ୍କ ମନ ଜିତିବା ପାଇଁ ରାଜନୈତିକ ଦଳ ବିଭିନ୍ନ ଯୋଜନା ମଧ୍ୟ କରୁଛନ୍ତି । ପ୍ରତିଶ୍ରୁତିର ବର୍ଷା ହେବ ଆଉ ନୂଆ ନୂଆ ସ୍ଵପ୍ନ ଦେଖିବାକୁ ମିଳିବ । ହାତୀ ଦେବୁ ଘୋଡା ଦେବୁ କହି ସ୍ଵପ୍ନରେ ରଙ୍ଗ ଲାଗିବ । କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବ ବିଜେପି ଆଉ ରାଜ୍ୟର ସଫଳତା କହିବ ବିଜେଡି । ବିଜୁ ବାବୁଙ୍କ ନାଁ ନେଇ ବିଜେଡି ଯିବ ଗାଁକୁ ଗାଁକୁ ଆଉ ବିଜେପି ଧରିବ ମୋଦୀଙ୍କ ନାଁ । ବିଜେଡିର ଭାର ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଉ ବିଜେପିର ଭାର ସମ୍ଭାଳିବେ ନିଜେ ଗୃହ ମନ୍ତ୍ରୀ ଅମିତ ଶାହା । ନିର୍ବାଚନ ପୂର୍ବରୁ ଲୋକଙ୍କ ମନକୁ ପ୍ରଭାବିତ କରିବା ପାଇଁ ଚାଲିବ ପ୍ରୟାସ । ପରସ୍ପରର ବହି ଖୋଲିବେ ଦୁଇ ଦଳ । ଉଠିବ ପଡିବ ନିର୍ବାଚନୀ ମଇଦାନ ଆଉ ମାହୋଲ ହେବ ଭାରି ଗରମ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button