ଘରେ ଚୁଚୁନ୍ଦ୍ରା ଦେଖାଯିବାର ଅର୍ଥ କଣ ?
ଘରେ ଚୁଚୁନ୍ଦ୍ରା ବାସ କରିବା ଶୁଭ ନା ଅଶୁଭ ! ଚୁଚୁନ୍ଦ୍ରା ଅତ୍ୟନ୍ତ ଭୟଙ୍କର ଓ ସାହସୀ ମଧ୍ୟ ହୋଇଥାଏ । କାରଣ ଚୁଚୁନ୍ଦ୍ରା ମୂଷା କି ସାପକୁ ଦେଖିବା କ୍ଷଣି ତାହାକୁ ଖାଇଦେଇଥାଏ । ତେବେ ଚୁଚୁନ୍ଦ୍ରା ଘରେ କିମ୍ବା ଘର ଆଖପାଖରେ ରହିବା ଦ୍ଵାରା ଗୋଟେ ବଡ ଫାଇଦା ହୋଇଥାଏ । ତାହା ହେଉଛି, ଚୁଚୁନ୍ଦ୍ରା ରହୁଥିବା ସ୍ଥାନ ଆଖପାଖରେ ମୂଷା, ସାପ ଭଳି ଜୀବଜନ୍ତୁ ଦେଖିବାକୁ ମିଳନ୍ତି ନାହିଁ । ତେବେ ଚୁଚୁନ୍ଦ୍ରା ଯେତିକି ପଶୁପକ୍ଷୀଙ୍କ ପାଇଁ ଭୟଙ୍କର ହୋଇଥାଏ । ମନୁଷ୍ୟ ମାନଙ୍କ ପାଇଁ ମଧ୍ୟ ସେତିକି କ୍ଷତିକାରକ ହୋଇଥାଏ ।
କାରଣ ଚୁଚୁନ୍ଦ୍ରା ଘରକୁ ଯିବା ଦ୍ଵାରା ଘରେ ଥିବା ଜିନିଷ ତଥା ଖାଦ୍ୟ ପଦାର୍ଥକୁ ସଂକ୍ରମିତ କରିଥାନ୍ତି । ଯେଉଁ ଖାଦ୍ୟ ଚୁଚୁନ୍ଦ୍ରା ଦ୍ଵାରା ସଂକ୍ରମିତ ହୋଇ ଖରାପ ହୋଇଯାଇଥାଏ। ଯଦି କୌଣସି ବ୍ୟକ୍ତି ସେହି ଖାଦ୍ୟକୁ ଖାଇନେଇଥାଏ । ତେବେ ସେହି ବ୍ୟକ୍ତିର ସ୍ଵାସ୍ଥବସ୍ତା ମଧ୍ୟ ଖରାପ ହେବାର ବହୁତ ସମ୍ଭାବନା ରହିଥାଏ । କାରଣ ଚୁଚୁନ୍ଦ୍ରାର ଲାଳରେ ବହୁତ ବିଷାକ୍ତ ପଦାର୍ଥ ରହିଥାଏ ବୋଲି କୁହାଯାଇଥାଏ । ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ ।
ଯେ ଚୁଚୁନ୍ଦ୍ରା କାମୁଡା ଠାରୁ ବ୍ୟକ୍ତିକୁ ବଞ୍ଚି ରହିବା ଉଚିତ । କାରଣ ଚୁଚୁନ୍ଦ୍ରା କାମୁଡିବା ଦ୍ଵାରା ହାଇଡ୍ରୋଫୋବିଆ ନାମକ ଏକ ବେମାରୀ ହୋଇଯାଇଥାଏ । ଯାହା କି ବ୍ୟକ୍ତି ପାଇଁ ବହୁତ କ୍ଷତିକାରକ ହୋଇଥାଏ । ତେଣୁ ଯଦି ଘରକୁ ଚୁଚୁନ୍ଦ୍ରା ଯିବାଆସିବା କରୁଥାଏ । ତେବେ ତାହା ପ୍ରତି ସାବଧାନୀତା ଅବଲମ୍ବନ କରିବା ଉଚିତ । ତେବେ ଚୁଚୁନ୍ଦ୍ରା ଯେତିକି ଭୟଙ୍କର ହୋଇଥାଏ । ଚୁଚୁନ୍ଦ୍ରା ସେତିକି ଶୁଭ ମଧ୍ୟ ମନାଯାଇଥାଏ ।
କାରଣ ଚୁଚୁନ୍ଦ୍ରା ବହୁତ ଶୁଭ ବୋଲି ମନାଯାଇଥାଏ । କଥାରେ ଅଛି, ଯେଉଁ ଘରେ ଚୁଚୁନ୍ଦ୍ରା ବାସ କରିଥାଏ । ସେହି ଘରେ ମା’ ଲକ୍ଷ୍ମୀଙ୍କର ମଧ୍ୟ ବାସ ରହିଥାଏ । ଚୁଚୁନ୍ଦ୍ରା ଯେଉଁ ବ୍ୟକ୍ତିର ଘର ଚାରିପଟେ ଥରେ ଘୁରିଯାଇଥାଏ । ତେବେ ସେହି ଘର ପ୍ରତି ଥିବା ବିପଦ ଦୂର ହୋଇଯାଇଥାଏ । ବ୍ୟକ୍ତିର ଚାରିପଟେ ଚୁଚୁନ୍ଦ୍ରା ବୁଲିବା ଦ୍ଵାରା ମଧ୍ୟ ବ୍ୟକ୍ତି ପାଇଁ ବହୁତ ଶୁଭ ହୋଇଥାଏ ।
ସେହି ବ୍ୟକ୍ତିର ଧନ ସମ୍ବଦ୍ଧିତ ସମସ୍ତ ସମସ୍ଯା ଦୂର ହେବାକୁ ଲାଗେ । ଯେଉଁ ବ୍ୟକ୍ତି ଦୀପାବଳି ଦିନ ରାତିରେ ଚୁଚୁନ୍ଦ୍ରା ଦେଖିଥାଏ । ତେବେ ତାହାକୁ ବହୁତ ଶୁଭ ସଂକେତ ବୋଲି ମନାଯାଇଥାଏ । କାରଣ ସେହି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀଙ୍କର ଅସୀମ କୃପାଦ୍ରୁଷ୍ଟି ରହିବାକୁ ଯାଉଛି ବୋଲି ଜାଣି ରଖିବା ଉଚିତ । ତେବେ ଚୁଚୁନ୍ଦ୍ରା ଯେତିକି ଭୟଙ୍କର ହୋଇଥାଏ । ଚୁଚୁନ୍ଦ୍ରା ଘର ପାଇଁ ମଧ୍ୟ ସେତିକି ଶୁଭ ବୋଲି କୁହାଯାଇଥାଏ ।