ଜ୍ୟୋତିଷ

ଘରୁ ବାହାରିବା ସମୟରେ ଏହି 8 ଟି ଜିନିଷ ଦେଖିଲେ ହୋଇଥାଏ ଅଶୁଭ…

ଆଜି ଆମେ ଜାଣିବା ଆଖ ପାଖରେ ଘଟୁଥିବା କିଛି ଘଟଣା ମଧ୍ୟ ଆମ ମାନଙ୍କୁ ଯାତ୍ରା କାଳରେ ଅଶୁଭ ସଂକେତ ଦେଇଥାଏ।

୧.ଆପଣ ଘରୁ ବାହାରିବା ସମୟରେ ଯଦି ଶୂନ୍ୟ କଳସୀ କିମ୍ବା ଜଳ ରହୁଥିବା ଶୂନ୍ୟ ପାତ୍ର ଦେଖନ୍ତି ତେବେ ଏହା ଆପଣଙ୍କୁ ଯାତ୍ରା କାଳରେ ଅଶୁଭ ପ୍ରଦାନ କରିଥାଏ।
୨.ଯଦି ଆପଣ ଯାତ୍ରା କରିବା ସମୟରେ ବିଧବା ସ୍ତ୍ରୀ,ସିନ୍ଦୂର ହିନା ନାରୀ,ଚନ୍ଦନ ହୀନା ବ୍ରାହ୍ମଣ ଏବଂ କୌଣସି ଭିକରିକୁ ଥାଳ ଧରି ଆସୁଥିବାର ଆପଣ ଦେଖନ୍ତି ତ ଏହା ଅଶୁଭ ସୂଚନା ପ୍ରଦାନ କରିଥାଏ।
୩.ଯଦି କୌଣସି ଶୁଭ କାମରେ ବାହାରିବା ସମୟରେ ଆପଣ ଛୋଟା ଭିକାରୀ,ଅନ୍ଧ ବିରାଡ଼ି କିମ୍ବା ବିରାଡ଼ି ମାନଙ୍କର କଳି ଆପଣ ଶୁଣନ୍ତି ତେବେ ଏହା ଅଶୁଭ ସୂଚନା ପ୍ରଦାନ କରିଥାଏ।ଏହା ଦ୍ବାରା ଆପଣଙ୍କର ଯାତ୍ରଟି ଅସଫଳ ହେବାର ସମ୍ଭାବନା ଅଧିକ ଥାଏ।

୪.ଯଦି କୌଣସି ଯାତ୍ରା କାଳରେ ଘରୁ ବାହାରିବା ସମୟରେ ସନ୍ତାନ ହିନ ନାରୀ,ଧୋବଣୀ,କେଶ ମୁକ୍ତ ଓ ମଳିନ ବସ୍ତ୍ର ଧାରଣ କରିଥିବା କୌଣସି ଲୋକଙ୍କୁ ଦେଖନ୍ତି ତ ଆପଣଙ୍କ ଯାତ୍ରା ଟି ଅସଫଳ ହେବାର ସମ୍ଭାବନା ଅଧିକ ଅଛି।

୫.ଯଦି ଆପଣ କୌଣସି ଶୁଭ କାମରେ ଘରୁ ବାହାରିବା ସମୟରେ ଯଦି କୌଣସି ବ୍ୟକ୍ତିକୁ ଆପଣ ଖୋୖର କରୁଥିବାର ଦେଖନ୍ତି ତେବେ ତାହା ମଧ୍ୟ ଅଶୁଭ ସଂକେତ ବୋଲି ବିଚାର କରାଯାଏ।
୬.ଯଦି ଘରୁ ବାହାରିବା ସମୟରେ ଘରର କୁଟୁମ୍ବ ମାନଙ୍କ ମଧ୍ୟରେ କଳି ହେବାର ଦେଖନ୍ତି ତେବେ ଏହା ଦ୍ବାରା ମଧ୍ୟ ଆପଣଙ୍କ ଯାତ୍ରା ଟି ଅସଫଳ ହେବାର ସମ୍ଭାବନା ଥାଏ।
୭.ଯେ କୌଣସି ଯାତ୍ରା ସମୟରେ ଆପଣ ଜାଣନ୍ତି ଯେ ଆପଣଙ୍କର ମାଆଙ୍କର ଇଚ୍ଛା ନାହିଁ ତେବେ ଯାତ୍ରା କରିବେ ନାହିଁ କାରଣ ଏଥିରେ ଅସଫଳ ହେବାର ସମ୍ଭାବନା ଅଧିକ ବଢି ଯାଇଥାଏ।
୮.ଯଦି ଶୁଭ କାମରେ ଘରୁ ବାହାରିବା ସମୟରେ ଅକାଳରେ ବୃଷ୍ଟିପାତ ଦେଖନ୍ତି ଏହା ମଧ୍ୟ ଅଶୁଭ ସଂକେତ ଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button