କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?
ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା । ସେମିଫାଇନାଲରେ ହାରିବା ପରେ ଅମନଙ୍କ ଓଜନ ଅଚାନକ ବଢି ୬୧.୫ କେଜି ହୋଇଯାଇଥିଲା ।
ବ୍ରୋଞ୍ଚ ପଦକ ପାଇଁ ମାତ୍ର ୧୦ଘଣ୍ଟା ମଧ୍ୟରେ ବଢିଥିବା ଓଜନ କମ୍ କରିଥିଲେ ଅମନ ।
୧୦ଘଣ୍ଟାରେ କମାଇଲେ ଓଜନ
ପ୍ରଥମେ ଅମନଙ୍କୁ ଦେଢ ଘଣ୍ଟାର ମ୍ୟାଟ୍ ସେସନ୍ କରାଇଥିଲେ ଦୁଇ ବରିଷ୍ଠ କୋଚ୍ । ଏହାପରେ ଘଣ୍ଟାଏ ଧରି ହଟ୍ ବାଥ୍ ନେଇଥିଲେ । ରାତି ସାଢେ ୧୨ଟାରେ ଜିମରେ ନନଷ୍ଟପ ଘଣ୍ଟାଏ ଧରି ଟ୍ରେଡମିଲରେ ଦୌଡିଥିଲେ ଅମନ । ଅଧିକ ଝାଳ ବହିବା ଓଜନ କମାଇବାରେ ସହାୟକ ହୋଇଥିଲା । ଏହାପରେ ୩୦ମିନିଟ୍ ବ୍ରେକ୍ ପରେ ୫ମିନିଟ ସଉନା ବାଥର ୫ଟି ସେସନ କରାଯାଇଥିଲା । ତେବେ ଏସବୁ ପରେ ବି ଅମନଙ୍କ ଓଜନ ୯ଶହ ଗ୍ରାମ ଅଧିକ ଥିଲା । ମସାଜ୍ ପରେ ତାଙ୍କୁ ଜଗିଂ କରିବାକୁ କହିଥିଲେ କୋଚ୍ । ୫ଟି ୧୫ମିନିଟ ବିଶିଷ୍ଟ ଦୌଡ ସେସନ ବି କରାଯାଇଛି । ଭୋର ସାଢେ ୪ଟା ବେଳକୁ ଅମନଙ୍କ ଓଜନ ୫୬.୯କେଜିରେ ପହଞ୍ଚିଯାଇଥିଲା । ଆଶ୍ବସ୍ତିର ନିଶ୍ବାସ ନେଇଥିଲେ କୋଚ୍ ଓ ନିଜେ ଅମନ ।
ସାରା ରାତି ଅନିଦ୍ରା ଥିଲେ ଅମନ