ରାଜନୀତି
ପ୍ରତିଦିନ ମୋତେ ଅପମାନିତ କରାଯାଉଛି…, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି
ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ ରାଗି ଯାଇଛନ୍ତି।
ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ ଫୋଗାଟ୍ ପ୍ରସଙ୍ଗକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା।
ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଅନୁମତି ଦେଇନଥିଲେ।
ଏହାପରେ ଟିଏମସି ସାଂସଦ ଡେରେକ ଓବ୍ରାଇନ୍ ଜୋରରେ ପାଟି କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ତାଙ୍କୁ ଚୁପ୍ ରହିବାକୁ ରାଜ୍ୟସଭା ଅଧ୍ୟକ୍ଷ ଚେତାବନୀ ଦେଇଥିଲେ। କିନ୍ତୁ ଡେରେକ ଏହାକୁ ଖାତିର କରି ନଥିଲେ ଓ ଜୋରରେ ପାଟି କରି ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗି ଯାଇଛନ୍ତି।