ଜେଡିୟୁ ପରେ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଲଢିପାରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚା, ସୂଚନା ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ.
ନୂଆଦିଲ୍ଲୀ: ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ତିନି-ଚାରି ମାସରେ ସମ୍ଭାବ୍ୟ ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ଅନ୍ୟ ଏକ ଅଂଶ ହିନ୍ଦୁସ୍ତାନୀ ଆୱାମ ମୋର୍ଚା (ହମ୍) ମଧ୍ୟ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇବାକୁ ସଙ୍କେତ ଦେଇଛି ।
ଏହା ପୂର୍ବରୁ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ମଧ୍ୟ ଝାଡଖଣ୍ଡରେ ନିର୍ବାଚନ ଲଢିବାକୁ ଘୋଷଣା କରି ସାରିଛି ।
‘ହମ୍’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ କୁମାର ସୁମନ କହିଛନ୍ତି, “ଆମେ ଦେଖୁଛୁ କି ଝାଡ଼ଖଣ୍ଡରେ ଆମ ଦଳର ସମ୍ଭାବନା କ’ଣ ? ଆମେ ଅନୁଭବ କରୁଛୁ ଯେ, ଆମ ଦଳର ସଂଗଠନ ଶକ୍ତିଶାଳୀ ନୁହେଁ, ଆମେ କିଭଳି ଆମେ ଚେଷ୍ଟା କରିବୁ, ଯଦି ଜାତୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ନିଆଯାଏକି, ଯେ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ, ତା’ହେଲେ ଆମେ ଦେଖିବୁ କେଉଁଠାରୁ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବୁ । ଆମେ ଚେଷ୍ଟା କରିବୁ କି ,ବିହାର ସଂଲଗ୍ନ ଆସନରେ ନିର୍ବାଚନ ଲଢିବା ପାଇଁ ।
ତିନି-ଚାରି ଦିନ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଡକାଯିବ ବୋଲି ସେ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ କାର୍ଯ୍ୟକର୍ତ୍ତା ମାନେ ମଧ୍ୟ ଏହି ବୈଠକରେ ପହଞ୍ଚିବେ । ଅନେକ ପ୍ରସ୍ତାବ ଦିଆଯିବ । ଏଥିରେ କେନ୍ଦ୍ର ବଜେଟ୍, ଝାଡଖଣ୍ଡ ବିଧାନସଭା ନିର୍ବାଚନ, ଦଳକୁ କିପରି ସଂଗଠିତ କରାଯାଇ ପାରିବ ଇତ୍ୟାଦି ଉପରେ ବିଚାର କରାଯିବ । ଯଦି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଏ, ତେବେ ଆମେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ।ସୂଚନାଥାଉକି,ଯେ ଆମର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ରବିବାର ଠାରୁ ରାଞ୍ଚିରେ ଆରମ୍ଭ ହେଉଛି।