ଦେଶ ବିଦେଶ

ଘୃଣା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜାମ ଖାନଙ୍କୁ ତିନି ବର୍ଷ ସଜା

ନୂଆଦିଲ୍ଲୀ: ଘୃଣା ସୃଷ୍ଟି କରୁଥିବା ଭାଷଣ ମାମଲାରେ ଦୋଷି ସାବ୍ୟସ୍ତ ହୋଇଛନ୍ତି ସମାଜବାଦୀ ପାର୍ଟୀ ବିଧାୟକ ଆଜାମ ଖାନ୍। କୋର୍ଟ ଏହି ମାମଲାରେ ତାଙ୍କୁ ତିନି ବର୍ଷ ସଜା ଶୁଣାଇଛନ୍ତି। ବର୍ତ୍ତମାନ ତାଙ୍କର ବିଧାୟକ ପଦ ମଧ୍ୟ ଯାଇପାରେ। ଏଭଳି ସ୍ଥିତିରେ ଆଜାମ ଖାନଙ୍କ ପାଇଁ ଡବଲ ଝଟକା ଲାଗିପାରେ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଜାମ ଖାନଙ୍କ ବିରୁଧରେ ଘୃଣା ସୃଷ୍ଟିକାରି ଭାଷଣ ମାମଲା ଆସିଥିଲା।

ଅଭିଯୋଗ ମୁତାବକ ଆଜାମ ଖାନ୍ ରାମପୁରର ମିଲକ ବିଧାନସଭା ନିର୍ବାଚନ ମଣ୍ଡଳିର ଏକ ସଯଅଥନରେ ଭାଷଣ ଦେବା ସମୟରେ ଆପତ୍ତିଜନକ ଏବଂ ଉସକାଇବା ଭଳି ମନ୍ତବ୍ୟ ଦେଇଥିଲେ। ଏନେଇ ବିଜେପି ନେତା ଆଶା ସକ୍ସେନା ଅଭିଯୋଗ କରିଥିଲେ। ଏହି ମାମଲାରେ ଆଜି ରାମପୁର ଏମପି-ଏମଏଲଏ କୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button