ଖେଳ ଖବର

ସିଲି ପଏଣ୍ଟ୍‌: ପରିବାର ସହ ଇଦ୍‌ ପାଳିଲେ ସାନିଆ – bajravana

[ad_1]

ବିବାହ ବିଛେଦ ପରେ ଟେନିସ୍ କିଂବଦନ୍ତି ସାନିଆ ମିର୍ଜା ଏଥର ନିଜ ପୈତୃକ ପରିବାର ସହ ଇଦ୍ ଉତ୍ସବ ପାଳନ କରିଛନ୍ତି। ପ୍ରତିଥର ଭଳି ସୁନ୍ଦର ପୋଷାକରେ ଆକର୍ଷିତ ସାନିଆଙ୍କ ସହ ତାଙ୍କ ପୁଅ ଈଝାନ, ବାପା ମା’ ଇମ୍ରାନ ଓ ନସିମା, ଭଉଣୀ ଅନମ ଓ ତାଙ୍କ ପତି ମହମ୍ମଦ ଅସାଉଦ୍ଦିନ (କ୍ରିକେଟ୍‌ କିଂବଦନ୍ତି ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ), ଝିଆରୀ ଦୁଆ ସାମିଲ ଥିଲେ। ଇଦ୍‌ ଉତ୍ସବ ପରେ ସାନିଆ ତାଙ୍କ ମିଳିତ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି।

ସମାଇରା ପାଇଁ ଗାଇଲେ ସିରନ୍‌

ଖ୍ୟାତନାମା ବ୍ରିଟିସ୍ ଗୀତିକାର ଏଡ୍‌ ସିରନ୍‌ ଶୁକ୍ରବାର ଭାରତୀୟ କ୍ରିକେଟ୍ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ଝିଅ ସମାଇରା ପାଇଁ ତାଙ୍କ ଅନ୍ୟତମ ହିଟ୍ ଗୀତ ‘ବ୍ୟାଡ୍‌ ହାବିଟ୍ସ’ ଗାଇବା ପରେ ଏହା ଚର୍ଚ୍ଚିତ ହୋଇଛି। ଲୋକପ୍ରିୟ ଭାରତୀୟ ସୋ ‘ବ୍ରେକ୍‌ଫାଷ୍ଟ୍ ୱିଥ୍ ଚାମ୍ପିଅନ୍ସ’ କାର୍ଯ୍ୟକ୍ରମରେ ରୋହିତ ଶର୍ମା, ଏଡ୍ ସିରନ୍‌ ଓ ଉପସ୍ଥାପକ ଗୌରବ କପୁର ସଂଗୀତ ଦୁନିଆର ଢେର ଆଲୋଚନା କରିବା ପରେ ରୋହିତଙ୍କ ପତ୍ନୀ ଋତିକା ଓ ଝିଅ ସମାଇରା ମଧ୍ୟ ସାମିଲ ହୋଇଥିଲେ। ତେବେ ସମାଇରାଙ୍କ ପାଇଁ ସିରନ୍ ତାଙ୍କ ଅନ୍ୟତମ ହିଟ୍ ସଂଗୀତ ‘ବ୍ୟାଡ୍ ହାବିଟ୍ସ’ ଗାଇବା ସବୁଠାରୁ ଚର୍ଚ୍ଚିତ ମୁହୂର୍ତ ଥିଲା। ଗାଇବା ପରେ ସମାଇରା ଏହାକୁ ଉପଭୋଗ କରିପାରିଛି କି ନା ପଚାରିଥିଲେ। ଏହି ଅବସରରେ ମଧ୍ୟ ସିରନ୍ ରୋହିତଙ୍କୁ ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ପ୍ରଶ୍ନ କରି ଦେଇଥିଲେ। ‘ମୁଁ ଏବେ ବି ଭଲ ଖେଳୁଛି, ଆଉ କିଛି ବର୍ଷ ଖେଳ ଜାରି ରଖିବି। କିନ୍ତୁ ଭବିଷ୍ୟତ କଥା କହିପାରିବି ନାହିଁ’ ବୋଲି ରୋହିତ ପ୍ରକାଶ କରିଥିଲେ।

କାଳୀଘାଟ ମନ୍ଦିରରେ ଗମ୍ଭୀର

ରବିବାର ଇଡେନ୍‌ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କେକେଆର୍‌-ଏଲ୍‌ଏସ୍‌ଜି ମ୍ୟାଚ୍‌ ପୂର୍ବରୁ ଘରୋଇ ଦଳର ମେଣ୍ଟର ଗୌତମ ଗମ୍ଭୀର କାଳୀଘାଟ ମନ୍ଦିରରେ ପୂଜା କରିଛନ୍ତି। ଗମ୍ଭୀରଙ୍କ ମନ୍ଦିର ପରିଦର୍ଶନ ସମୟର ଏକ ଭିଡିଓକୁ କେକେଆର୍‌ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା ବେଳେ ‘ଜୟ ମା କାଳୀ’ ଲେଖିଥିଲେ। ଏହି ଭିଡିଓରେ ଗମ୍ଭୀର ବେକରେ ମା’ଙ୍କ ଚୁନ୍‌ରି ପକାଇବା ସହ ପୂଜାରୀଙ୍କଠୁ ଆଶୀର୍ବାଦ ନେଉଥିବା ଦେଖାଯାଇଛି। ଗୁରୁବାର ‌କେକେଆର୍‌ ଖେଳାଳି ରିଙ୍କୁ ସିଂହ, ଅନୁକୂଳ ରୟ, ଭେଙ୍କଟେଶ ଆୟର ଓ ବରୁଣ ଚକ୍ରବର୍ତ୍ତୀ କାଳୀଘାଟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଚଳିତ ଆଇପିଏଲ୍‌ରେ ଖେଳାଳିମା‌ନେ ଭାରତ ଭ୍ରମଣ କରୁଥିବାରୁ ବିଭିନ୍ନ ଆଧ୍ୟାତ୍ମିକ ସ୍ଥାନ ବୁଲିବାକୁ ଯାଉଥିବା ଦେଖାଯାଇଛି। ପୂର୍ବରୁ ଏଲ୍‌ଏସ୍‌ଜି ଦଳ ରାମ ମନ୍ଦିର ବୁଲିବାକୁ ଯାଇଥିଲା ବେଳେ ହାର୍ଦିକ ପାଣ୍ଡ୍ୟା ଓ କୃନ‌ାଳ ପାଣ୍ଡ୍ୟା ଗୁଜରାଟରେ ସୋମନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।



[ad_2]

Pratap Prusty

Related Articles

Leave a Reply

Your email address will not be published. Required fields are marked *

Back to top button