news

ହ୍ରିତିକଙ୍କୁ ଡ୍ୟାନ୍ସ କରିବା ମନା !

ମୁମ୍ବାଇ: ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ର ନୂଆ ଗୀତ ‘ଆଲକୋହୋଲିୟା’ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ହ୍ରିତିକ ରୋଶନ ପ୍ରାୟ ତିନି ବର୍ଷ ପରେ ପରଦାକୁ ଫେରୁଛନ୍ତି। ଗୀତରେ ହ୍ରିତିକ ରୋଶନ ତାଙ୍କର ସର୍ବୋତ୍ତମ ଡ୍ୟାନ୍ସ ମୁଭସ୍ ପ୍ରଦର୍ଶନ କରୁଛନ୍ତି। ତେବେ ହ୍ରିତିକ ରୋଶନ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତେଣୁ ଡାକ୍ତର ତାଙ୍କୁ ଆକ୍ସନ୍ ଫିଲ୍ମ ଏବଂ ଡାନ୍ସ କରିବାକୁ ମନା କରିଦେଇଥିଲେ।

ହିନ୍ଦୁସ୍ତାନ ଟାଇମ୍ସ ସହ ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି, ” ‘କାହୋ ନା ପ୍ୟାର ହୈ’ ଚଳଚ୍ଚିତ୍ର କରିବା ପୂର୍ବରୁ ଡାକ୍ତର କହିଥିଲେ ଯେ ମୋର ସ୍ୱାସ୍ଥ୍ୟ ଠିକ୍ ନୁହେଁ। ଆକ୍ସନ୍ ଫିଲ୍ମ ଏବଂ ନାଚିବାକୁ ମନା। କିନ୍ତୁ ମୁଁ ହାରି ନଥିଲି। ଏପରି ଚଳଚ୍ଚିତ୍ର କରିବା ପାଇଁ ମୁଁ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲି ଏବଂ ମୋର ସ୍ୱାସ୍ଥ୍ୟର ଯତ୍ନ ନେଲି। 25 ଟି ଚଳଚ୍ଚିତ୍ରରେ ନାଚିବା, ଆକ୍ସନ କରିବା ଏବଂ ଡାଏଲଗ କହିବା ମୋ ପାଇଁ ଏକ ସ୍ୱପ୍ନ ପରି ଥିଲା। 21 ବର୍ଷର ସେହି ବାଳକ ପାଇଁ ମୁଁ ଆଜି ଗର୍ବିତ ଅନୁଭବ କରୁଛି ଯିଏ ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚିଛି।” ଏଠାରେ ସୂଚନା ଥାଉକି, ହ୍ରିତିକ ରୋଶନଙ୍କ ଶେଷ ଚଳଚ୍ଚିତ୍ର ‘ୱାର’ ମଧ୍ୟ ଏକ ଆକ୍ସନ୍ ଫିଲ୍ମ ଥିଲା। ଏଥିରେ ତାଙ୍କୁ ଟାଇଗର ଶ୍ରଫଙ୍କ ସହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।

‘ଆଲକୋହୋଲିୟା’ ଗୀତ ମନୋଜ ମୁନ୍ତାଶୀର ଲେଖିଛନ୍ତି। ଏହି ଗୀତରେ ବିଶାଲ – ଶେଖର, ଅନନ୍ୟା ଚକ୍ରବର୍ତ୍ତୀ କଣ୍ଠ ଦାନ କରିଥିବେଳେ ବିଶାଲ-ଶେଖର ଏଥିରେ ମ୍ୟୁଜିକ ଦେଇଛନ୍ତି। ଏହି ଗୀତକୁ ଗଣେଶ ହେଗଡେ କୋରିଓଗ୍ରାଫି କରିଛନ୍ତି। ଏହି ଗୀତଟି କିଛି ଘଣ୍ଟା ମଧ୍ୟରେ 32 ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ବିକ୍ରମ ବେଧା ଫିଲ୍ମରେ ହ୍ରିତିକ ରୋଶନ ଭିଲେନ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ସୈଫ୍ ଅଲ୍ଲୀ ଖାଁ ଏହି ଫିଲ୍ମରେ ପୋଲିସ ଭୂମିକାରେ ଅଛନ୍ତି। 30 ସେପ୍ଟେମ୍ବର 2022 ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ବିକ୍ରମ ବେଧା ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ସାଉଥ୍ ଫିଲ୍ମର ରିମେକ୍ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button