ଓଡିଶା

ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ; ବୀରମହାରାଜପୁରରେ କୁଶପୁତ୍ତଳିକା ଦାହ – bajravana

[ad_1]

ବିଦ୍ରୋହୀ କର୍ମୀ କହିଲେ ଗୋ ବ୍ୟାକ୍‌ ପଦ୍ମନାଭ ବେହେରା

ଭୁବନେଶ୍ବର/ବୀରମହାରାଜପୁର: ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁଣି ବିରୋଧ କରାଯାଇଛି। ଦୁଇ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାରେ ଶ୍ରୀ ବେହେରାଙ୍କୁ ବିରୋଧ କରାଯାଇଥିଲା। ବିଜେଡିର ବିଦ୍ରୋହୀମାନେ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପଦ୍ମନାଭ ବେହେରାଙ୍କୁ ବିରୋଧ କରିଛନ୍ତି। ବୀରମହାରାଜପୁରରେ ବିଜେଡି ପ୍ରାର୍ଥୀ ହେଲା ପରେ ବିଧାୟକ ଶ୍ରୀ ବେହେରାଙ୍କୁ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମର୍ଥକମାନେ ଏହି ବିରୋଧ କରିଛନ୍ତି।

ଶ୍ରୀ ଲୁହାଙ୍କ ଶତଧିକ ସମର୍ଥକ ଏକ ଶୋଭାଯାତ୍ରାରେ ମେଳଣ ପଡ଼ିଆରୁ ବାହାରି ବୀରମହାରାଜପୁର ମୁଖ୍ୟଛକରେ ପଦ୍ମନାଭ ବେହେରା ଗୋ ବ୍ୟାକ୍‌ ନାରା ଦେଇଥିଲେ। ଏଥି ସହିତ ବିଦ୍ରୋହୀ କର୍ମୀମାନେ ପଦ୍ମନାଭଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଚଳିତ ବିଧାନସଭା ନିର୍ବାଚନରେ ବୀରମହାରାଜପୁର ଆସନ ପାଇଁ ଶ୍ରୀ ଲୁହା ମଧ୍ୟ ବିଜେଡି ଟିକେଟ ଆଶାୟୀ ଥିଲେ। ତେବେ ଦଳ ଏଠାରେ ପୁଣିଥରେ ପଦ୍ମନାଭଙ୍କୁ ଟିକେଟ୍‌ ଦେଲା ପରେ ଅନେକ ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ପ୍ରାର୍ଥୀ ନାରାୟଣଙ୍କୁ ଦଳ ପ୍ରାର୍ଥୀ କରିନଥିବାରୁ ଓ ବାହାର ଜିଲ୍ଲାରୁ ଆସିଥିବା ପଦ୍ମନାଭଙ୍କୁ ପ୍ରାର୍ଥୀ କରିଥିବାରୁ ବିଦ୍ରୋହୀମାନେ ବିରୋଧ କରିଥିଲେ। ଏହା ପରେ ଏକ ଶୋଭାଯାତ୍ରାରେ ନାରାୟଣଙ୍କ ସମର୍ଥକମାନେ ସ୍ଥାନୀୟ ମୈତ୍ରୀ ସଦନ ସମ୍ମୁଖରେ ନୂତନ ଭାବରେ ଉଦ୍‌ଘାଟନ ହୋଇଥିବା ପ୍ରଚାର କାର୍ଯ୍ୟ।ଳୟ ଠାରେ ପହଞ୍ଚି ଶ୍ରୀ ବେହେରାଙ୍କ ବିରୁଦ୍ଧରେ ନାରା ଦେଇଥିଲେ। ଫଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ, ଥାନା ଅଧିକାରୀ ଶୋଭାକର ସେଟ୍ ଓ ପୁଲିସ୍ ଫୋର୍ସ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରି ସମାସ୍ୟାର ସମାଧାନ କରିଥିଲେ। ଯଦି ଆଗକୁ ଏଭଳି ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରୁଛନ୍ତି। ବିଜେଡ଼ି ବ୍ଳକ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଜେଡ଼ି ଦଳ ଏକ ସୃଙ୍ଖଳିତ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ଟିକଟ ଦେଲେ ଆମେ ତାଙ୍କୁ ସମର୍ଥକନ କରିବୁ। ଦଳରେ ହିଂସାର ସ୍ଥାନ ନାହିଁ।

ଗତ ୭ ତାରିଖ ଦିନ କନ୍ଧମାଳ ଜିଲ୍ଲା ବିଜେଡିର ବିଦ୍ରୋହୀ କର୍ମୀମାନେ ଫୁଲବାଣୀରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦଳୀୟ ଟିକେଟ ମିଳିବା ପଛରେ ଟଙ୍କା କାରବାର ହୋଇଛି ବୋଲି ଅଭିଯୋଗ ଆଣିଥିଲେ। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ସଂପୃକ୍ତ ଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ ଆଣିଥିଲେ। ଦେବେନ୍ଦ୍ର କହଁର, ବୀରେନ୍ଦ୍ର କହଁର ଗୁଦାରି ପଞ୍ଚାୟତ ସୁଜିତ କୁମାର ମଳିକ ସୁଡ୍ରେଜୁ ପଞ୍ଚାୟତ ସରପଞ୍ଚ ଲଷ୍ମୀ ପ୍ରଧାନ ଦୁତିପଡା ସରପଞ୍ଚ ଅହଲ୍ୟା ଜାନୀ ଦୁତିପଡ଼ା ସମିତି ସଭ୍ୟ ସୁକଦେବ ସେଠୀ, ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ, ସମିତି ସଭ୍ୟମାନେ ମିଶି ଖଜୁରୀପଡ଼ା ବଜାରରେ ପଦ୍ମନାଭ ବେହେରା ଏବଂ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁର ଓ ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଫୁଲବାଣୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପଦ୍ମନାଭଙ୍କୁ ଖୋଲା ବିରୋଧ କରିବା ସହିତ ଏଠାକାର ରାଜନୀତିରେ ମୁଣ୍ଡ ନପୂରାଇବାକୁ ନେତା ଓ କର୍ମୀ କଡ଼ା ଚେତାବନୀ ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button