ଓଡିଶା

ସଂକ୍ରାନ୍ତି ପରେ ପ୍ରଚାର ଜୋର୍‌ ଧରିବ: ଡିଜିଟାଲ୍ ପ୍ରଚାରରେ ମାତିଛନ୍ତି ତିନି ଦଳ – bajravana

[ad_1]

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ପର୍ବ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ମେ ୧୩ରେ ମତଦାନ ହେବ। ହେଲେ ଏପ୍ରିଲ ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ। ଏଥିରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା କ୍ଷେତ୍ର ଏବଂ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଏଥିପାଇଁ ବିଭିନ୍ନ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିସାରିଲେଣି। କିନ୍ତୁ ନିର୍ବାଚନ ଜିତିବା ଭଳି ପ୍ରଚାର ଆରମ୍ଭ ହୋଇପାରୁନି। କୌଣସି ଦଳର ମୁଖିଆ ପ୍ରଚାର ମଇଦାନକୁ ଓହ୍ଲାଇନାହାନ୍ତି କି ତାରକା ପ୍ରଚାରକଙ୍କ ତାଲିକା ବି ଘୋଷଣା ହୋଇନି। ଫଳରେ ପ୍ରାର୍ଥୀମାନେ ଏବେ ନିଜ ଉଦ୍ୟମରେ ନିଜର ପ୍ରଚାରରେ ମାତିଛନ୍ତି।

ଯେଉଁଠି ଯେଉଁ ଦଳ ଟିକେଟ୍ ଘୋଷଣା କରିଛନ୍ତି ସେଠାରେ ପ୍ରାର୍ଥୀମାନେ ଅଳ୍ପବହୁତେ ପ୍ରଚାର କଲେଣି। ଓଡ଼ିଶାରେ ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍‌ ୧ରେ ୪ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବାରୁ ପ୍ରାର୍ଥୀମାନଙ୍କ ହାତରେ ପ୍ରଚାର ପାଇଁ ବହୁ ଦିନ ଅଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ କହିଛନ୍ତି ଯେ ପଣା ସଂକ୍ରାନ୍ତି ପରେ ରାଜ୍ୟରେ ପ୍ରଚାର ଜୋରଦାର୍ କରାଯିବ। ଏବେ ଯେଉଁଠି ପ୍ରାର୍ଥୀ ଘୋଷଣା ହେଲେଣି ସେଗୁଡ଼ିକ ପାଇଁ ଗୀତ ରେକର୍ଡିଂ, ପୋଷ୍ଟର, ବ୍ୟାନର ଛପା ହେଉଥିବାବେଳେ ପ୍ରଚାର ଗାଡ଼ି ବ୍ରାଣ୍ଡିଂ କାର୍ଯ୍ୟ ଆରମ୍ଭ ହୋଇଛି। ଏହାବ୍ୟତୀତ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନମଣ୍ଡଳୀ ସ୍ତରରେ ବିଦ୍ରୋହ ହେଉଥିବାରୁ ଏହା ଥମିବାକୁ କିଛି ଦିନ ଲାଗିବ। ତେଣୁ ଏପ୍ରିଲ ୧୫ ପରେ ପ୍ରଚାର ଜୋରଦାର୍ ହେବ ବୋଲି କୁହାଯାଉଛି। ଏବେ ସିନା ନିର୍ବାଚନମଣ୍ଡଳୀ ସ୍ତରରେ ଦଳ ତରଫରୁ ପ୍ରଚାର କରାଯାଉନି। ହେଲେ ଡିଜିଟାଲ ମିଡିଆରେ ପ୍ରଚାର ଜୋର୍‌ ଧରିଛି। ବିଭିନ୍ନ ୟୁ ଟ୍ୟୁବ୍ ଚ୍ୟାନେଲ୍, ୱେବସାଇଟ୍, ‌ସାମାଜିକ ଗଣମାଧ୍ୟମରେ ବିଜେପି, ବିଜେଡି, କଂଗ୍ରେସ ପକ୍ଷରୁ ପ୍ରଚାର କରାଯାଉଛି। ଏପରିକି ରିଲ୍‌ସ କରି ଫେସ୍‌ବୁକ୍, ଇନଷ୍ଟାଗ୍ରାମ୍‌ରେ ଛଡ଼ାଯାଉଛି। ଯାହାକୁ କର୍ମୀମାନେ ଅଧିକରୁ ଅଧିକ ସେୟାର କରିବାକୁ କୁହାଯାଉଛି। ଡିଜିଟାଲ ମୋଡରେ ବିଜେପି ମୋଦୀଙ୍କ ନାଁରେ, ବିଜେଡି ନବୀନଙ୍କ ନାଁରେ, କଂଗ୍ରେସ ରାହୁଲ ଗାନ୍ଧୀଙ୍କ ନାଁରେ ଭୋଟ୍ ମାଗୁଛନ୍ତି।

ସେହିପରି ବିଭିନ୍ନ ଦଳରେ ଚର୍ଚ୍ଚା ହେଉଛି ଯେ ଗ୍ରହଣ ସପ୍ତାହ ପାଇଁ ପ୍ରଚାର ଟିକେ ବିଳମ୍ବ ହେଉଛି। ଓଡ଼ିଶାରେ ଗ୍ରହଣର ପ୍ରଭାବ ନଥିଲେ ବି ଆଜିଠାରୁ ଗ୍ରହଣ ସପ୍ତାହ ଚାଲିଥିବାରୁ ଏବେ ନୂଆ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ସମ୍ଭାବନା କମ୍‌। ମୁଖିଆମାନେ ବି ଶୁଭ ମୁହୂର୍ତ୍ତ ଦେଖି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ମନସ୍ଥ କରିଥିବାରୁ ଏପ୍ରିଲ ୧୫ତାରିଖରେ ଗ୍ରହଣ ସପ୍ତାହ ଶେଷ ହେଲେ ବାକି ଆସନ ପାଇଁ ପ୍ରାର୍ଥୀ ଘୋଷଣା ସହ ପ୍ରଚାର ଜୋରଦାର୍ ହେବ। କେବଳ ଏତିକି ନୁହେଁ ଓଡ଼ିଶାରେ ବିଜେପି ଓ କଂଗ୍ରେସର ପ୍ରଚାର ପାଇଁ କେନ୍ଦ୍ରୀୟ ନେତା ଆସିବାକୁ ଥିବାବେଳେ ବିଜେଡିର ପ୍ରଚାର ମଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧରିବେ। ଏଥିପାଇଁ ବିଭିନ୍ନ ସ୍ଥାନରେ ସଭା ହେବ। ତେଣୁ ଭାରତ ନିର୍ବାଚନ କମିସନଙ୍କ ‘ସୁବିଧା’ ପୋର୍ଟାଲରେ ଆବେଦନ କରାଯାଇଛି। ଓଡ଼ିଶାରୁ ମାତ୍ର ୯୨ଟି ଆବେଦନ ହୋଇଛି। ଏହି ଆବେଦନ ସଂଖ୍ୟା ଆଗକୁ ବଢ଼ିବାର ଅଛି। ଯେଉଁଠି ଯେବେ ଅନୁମତି ମିଳିବ ସେଠାରେ ଜନସମାବେଶ ହେବ। ସେହି ଅନୁଯାୟୀ ପ୍ରଚାର ସୂଚୀ ଚୂଡ଼ାନ୍ତ ହେବ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କୁହାଯାଇଛି।। ଭାରତ ନିର୍ବାଚନ କମିସନଙ୍କ ନିୟମ ଅନୁଯାୟୀ ଯିଏ ଯେଉଁଠି ଆଗ ସଭା କରିବାକୁ ଆବେଦନ କରିବେ ସେଠାରେ ତାଙ୍କୁ ଆଗ ଅନୁମତି ଦିଆଯିବ। ତେଣୁ ଅନୁମତି ନମିଳିବା ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରୁନି। ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଏବେ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନି। କେବଳ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାରୁ ସେମାନଙ୍କର ପ୍ରଚାର ପାଇଁ ଗାଡ଼ିଗୁଡ଼ିକୁ ସ୍ବତନ୍ତ୍ର ବ୍ରାଣ୍ଡିଂ କରାଯାଉଛି। ଆମର ପ୍ରଚାର ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଓଡ଼ିଶାରେ ପ୍ରଚାର କରିବେ। ଏହାବାଦ୍ କେନ୍ଦ୍ରମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ ରାଜ୍ୟର ସବୁ ସଂସଦୀୟ କ୍ଷେତ୍ର ଓ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ତେଣୁ କେଉଁଠି ସଭା କରିବାକୁ ଅନୁମତି ମିଳୁଛି ସେହି ଅନୁଯାୟୀ କେନ୍ଦ୍ରୀୟ ନେତାଙ୍କ ପ୍ରଚାର ସୂଚୀ ହେବ।

କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଏଥର ଓଡ଼ିଶାରେ ପ୍ରଚାର କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍‌ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଚିନ ପାଇଲଟ୍ ପ୍ରମୁଖ ଆସିବାର ଅଛି। ସଭା ପାଇଁ ଅନୁମତି ମିଳିବା ପରେ ନେତାଙ୍କ କାର୍ଯ୍ୟସୂଚୀ ସ୍ଥିର ହେବ। ବିଜେଡିରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ ଏଥର ପ୍ରଚାର ମଙ୍ଗ ଧରିବେ। ଆଉ କେଉଁ ନେତା କେଉଁ କେଉଁ ନିର୍ବାଚନମଣ୍ଡଳୀରେ କେବେ ପ୍ରଚାର କରିବେ ତା’ର ତାଲିକା ହୋଇଛି। ହେଲେ ନିର୍ବାଚନ କମିସନଙ୍କ ଅନୁମତି ମିଳିବା ପରେ ଏବଂ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ପରେ ପ୍ରଚାର ସୂଚୀ ଚୂଡ଼ାନ୍ତ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button