ଖେଳ ଖବର

ଚେନ୍ନାଇ ବୋଲିଂ ଝଡ଼ରେ ବୁଡ଼ିଲା କୋଲକାତା – bajravana

[ad_1]

ଚେନ୍ନାଇ: ଚେନ୍ନାଇ ସୁପରକିଙ୍ଗ୍ସର ବୋଲିଂ ଚମକରେ କୋଲକାତା ନାଇଟ୍ ରାଇଡର୍ସ ଚିତ୍ ପଟାଙ୍ଗ ମାରିଛି। ଚଳିତ ଆଇପିଏଲ୍‌ରେ ଶ୍ରେୟସ ଆୟରଙ୍କ ଦଳ ପ୍ରଥମ ପରାଜୟ ବରଣ କରିଛି। ଅନ୍ୟପକ୍ଷରେ ଚେନ୍ନାଇ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ବିଜୟୀ ହୋଇ ନିଜ ପୁରୁଣା ଫର୍ମ ଫେରିପାଇଛି। ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଛି। ସେହିଭଳି ଘରୋଇ ପରିବେଶରେ ୩ରୁ ୩ ମ୍ୟାଚ୍ ଜିତିବାର ଗୌରବ ହାସଲ କରିଛି। କୋଲକାତା କିନ୍ତୁ ବଡ଼ ବ୍ୟବଧାନରେ ହାରିବା ସତ୍ତ୍ବେ ଦ୍ବିତୀୟ ସ୍ଥାନରେ ସ୍ଥିର ରହିଛି। ସୋମବାର ଚେନ୍ନାଇ ବୋଲରଙ୍କ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି କୋଲକାତା ମାତ୍ର ୧୩୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ଚେନ୍ନାଇ ୧୭.୪ ଓଭରରେ ଅର୍ଜନ କରି ନେଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାଡ୍ ୫୮ ବଲ୍‌ରୁ ୬୭*ରନ୍‌ର ପାଳି ଖେଳି ଚେନ୍ନାଇ ପଶ୍ଚାତ୍‌ଧାବନକୁ ସଫଳ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାରିଲ ମିଚେଲ ୨୫ ଓ ଇମ୍ପାକ୍ଟ ପ୍ଲେୟାର ଶିବମ ଦୁବେ ୨୮ ରନ୍‌ର ଉପଯୋଗୀ ଅବଦାନ ରଖିଥିଲେ।

ଚେପକ୍‌ର ବୋଲର୍‌ବନ୍ଧୁ ପିଚ୍‌ରେ ସିଏସ୍‌କେ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଟସ୍ ଜିତି କେକେଆର୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରବୀନ୍ଦ୍ର ଜାଡ଼େଜା (୩/୧୮)ଙ୍କ ନେତୃତ୍ବରେ ଘରୋଇ ବୋଲରମାନେ ମଧ୍ୟ ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲେ। ଏପରିକି ସିଏସ୍‌କେ ବୋଲର୍‌ଙ୍କ ଚମକରେ କେକେଆର୍‌ର ଦୁର୍ଦ୍ଧର୍ଷ ବ୍ୟାଟିଂ ବାହିନୀ ଯେମିତି ପୂରା ଫିକା ପଡ଼ି ଯାଇଥିଲା। ପ୍ରଥମ ବଲ୍‌ରେ ତୁଷାର ଦେଶପାଣ୍ଡେ (୩/୩୩) ଫିଲ୍ ସଲ୍ଟଙ୍କୁ ଆଉଟ୍ କରି ଦେଇଥିବା ଜବରଦସ୍ତ ଝଟ୍‌କାରୁ ଶେଷ ପର୍ଯ୍ୟନ୍ତ ମୁକୁଳି ପାରି ନଥିଲା କେକେଆର୍। ସେହିଭଳି ଜାଡେଡ଼ା ଗୋଟିଏ ଓଭରରେ ସୁନୀଲ ନାରାୟଣ ଓ ଅଙ୍ଗକ୍ରିସ୍ ରଘୁବଂଶୀଙ୍କୁ ଆଉଟ୍ କରିବା ମଧ୍ୟ ଏହି ଦଳକୁ ଅଡ଼ୁଆରେ ପକାଇଥିଲା।

ସିଏସ୍‌କେ ବୋଲରଙ୍କ ମାପଚୁପ ବୋଲିଂ ପାଇଁ ରିଙ୍କୁ ସିଂହ, ଭେଙ୍କଟେଶ ଆୟର ଓ ଆନ୍ଦ୍ରେ ରସେଲ କେହି ବି ହାତଖୋଲା ସଟ୍ ଖେଳି ପାରି ନଥିଲେ। ଶାଣିତ ବୋଲିଂ କରି ମୁସ୍ତାଫିଜୁର ରହମାନ (୨/୨୨) ପ୍ରତିପକ୍ଷ ଅଧିନାୟକ ତଥା କେକେଆର୍ ପାଳିର ସର୍ବୋଚ୍ଚ ବ୍ୟକ୍ତିଗତ ‌ସ୍କୋର କରିଥିବା ଶ୍ରେୟସ୍ ଆୟରଙ୍କୁ ଠିକଣା ସମୟରେ ପ୍ୟାଭିଲିୟନ୍ ଫେରାଇ ଦେବା ସିଏସ୍‌କେକୁ ଦୃଢ଼ କରିଥିଲା। ଅନ୍ୟପକ୍ଷରେ କେକେଆର୍‌ର ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଦେଇଥିଲେ। ବୋଲିଂ ଚମକ ସହ ଜାଡ଼େଜା ମଧ୍ୟ ଆଇପିଏଲ୍‌ରେ ୧୦୦ କ୍ୟାଚ୍ ନେବାର ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ଅନ୍ତିମ ୱିକେଟ୍ ଭାବେ ମିଚେଲ ଷ୍ଟାର୍କଙ୍କୁ ଶିକାର କରି ମୁସ୍ତାଫିଜୁର ସର୍ବାଧିକ ୱିକେଟ୍ ସଂଗ୍ରହକାରୀ (୯) ଭାବେ ବାଇଗଣୀ ଟୋପି ହାସଲ କରିଥିଲେ। ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିବା କେକେଆର୍ ଶେଷରେ ୯ ୱିକେଟ୍ ହରାଇ ମାତ୍ର ୧୩୭ ରନ୍‌ରେ ଅଟକି ଯାଇଥିଲା।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭର‌ରେ ୧୩୭/୯ (ଶ୍ରେୟସ୍ ଆୟର ୩୪, ସୁନୀଲ ନାରାୟଣ ୨୭, ଅଙ୍ଗକ୍ରିସ୍ ରଘୁବଂଶୀ ୨୪, ରବୀନ୍ଦ୍ର ଜାଡ଼େଜା ୩/୧୮, ତୁଷାର ପାଣ୍ଡେ ୩/୩୩, ମୁସ୍ତାଫିଜୁର ରହମାନ ୨/୨୨)। ଚେନ୍ନାଇ ସୁପରକିଙ୍ଗ୍ସ ୧୭.୪ ଓଭରରେ ୧୪୧/୩ (ଋତୁରାଜ ଗାଏକ୍ବାଡ୍ ୬୭*, ଶିବମ ଦୁବେ ୨୮, ଡାରିଲ ମିଚେଲ ୨୫, ବୈଭବ ଅରୋରା ୨/୨୮)।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button