ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍: ୪ ଜଣଙ୍କୁ ପିଟିଲା ଟ୍ରକ୍ – bajravana

[ad_1]
ମା’, ଝିଅ, ନାତି ନାତୁଣୀ ଗୁରୁତର
ଭୁବନେଶ୍ବର: ଆଜି ରାତି ପ୍ରାୟ ୧୦ଟା ବେଳେ ରାଜଧାନୀରେ ପୁଣି ଏକ ହିଟ୍ ଆଣ୍ଡ ରନ୍ ଘଟଣା ଘଟିଛି। ୧୬ ନମ୍ବର ଜାତୀୟ ରାଜପଥରେ ବାଣୀବିହାର ନିକଟ ସତ୍ସଙ୍ଗବିହାର ଛକରେ ଘଟିଛି ଏହି ଦୁର୍ଘଟଣା। ଏକ ଦ୍ରୁତଗାମୀ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଆସି ଗୋଟିଏ ପରିବାରର ୪ ଜଣଙ୍କୁ ଧକ୍କା ଦେଇଛି। ଏଥିରେ ମା’, ଝିଅ, ନାତି ଓ ନାତୁଣୀ ଗୁରୁତର ହୋଇଛନ୍ତି। ସେମାନେ ଭିଏସ୍ଏସ୍ ନଗର ତାରିଣୀ ବସ୍ତିରେ ରୁହନ୍ତି ଓ ସେମାନଙ୍କ ନାମ ଯଥାକ୍ରମେ ସେତମା (୫୫), ଏସ୍ ଲିଲି ପାତ୍ର (୩୨), ପୀୟୂଷ (୩) ଓ ପ୍ରିୟଙ୍କା (୨)। ସମସ୍ତ ଗୁରୁତରଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେତମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ଟି ଚମ୍ପଟ ମାରିଥିଲା। ମାତ୍ର ରସୁଲଗଡ଼ ଛକରେ ଧରାପଡ଼ିଥିଲା। ଟ୍ରକ୍ଟିକୁ ସହିଦନଗର ପୁଲିସ ଜବତ କରିବା ସହ ଚାଳକକୁ ଅଟକ ରଖିଛି। ପ୍ରତ୍ୟକ୍ଷଦର୍ଶୀମାନଙ୍କ ସୂଚନାନୁସାରେ, ଜଣେ ବୃଦ୍ଧା ତାଙ୍କ ଝିଅ ଓ ନାତି, ନାତୁଣୀଙ୍କ ସହ ତାରିଣୀବସ୍ତିରୁ ଆସି ରାସ୍ତା ପାର୍ ହେବା ପାଇଁ ସତ୍ସଙ୍ଗବିହାର ନିକଟ ରାଜପଥ କଡ଼ରେ ଠିଆ ହୋଇଥିଲେ। ରାସ୍ତା ପାର୍ ହେବା ପରେ ସେମାନେ କୌଣସି ଗାଡ଼ିରେ ବରମୁଣ୍ଡା ବସ୍ଷ୍ଟାଣ୍ଡ ଯାଇଥାନ୍ତେ। ସେଠାରୁ ବ୍ରହ୍ମପୁର ଯିବାର ଥିଲା। ଠିକ୍ ସେତିକିବେଳେ ଖଣ୍ଡଗିରି ପଟୁ ଆସୁଥିବା ଏହି ଦ୍ରୁତଗାମୀ ୨୨ ଚକିଆ ଟ୍ରକ୍(ଓଡି ୦୨ ବିଜେଡ୍ ୩୮୧୩) ରାସ୍ତାକଡ଼କୁ ମାଡ଼ିଆସିଥିଲା। ଚାଳକଜଣକ ବେପରୁଆ ଭାବେ ଗାଡ଼ି ଚଳାଉଥିବା
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଟ୍ରକ୍ ଚାଳକର ଏଭଳି ବେପରୁଆ ଚାଳନା ଦେଖି ସେଠାରେ ବସ୍କୁ ଅପେକ୍ଷା କରିଥିବା ଲୋକେ ପାଟିତୁଣ୍ଡ କରିବା ସହ ଭୟରେ ଦୌଡ଼ି ପଳାଇଥିଲେ। କିନ୍ତୁ ହଠାତ୍ ସେତମା ଓ ତାଙ୍କ ପରିବାର କିଛି ବୁଝିନପାରି ଅଟକି ଯାଇଥିଲେ। ଟ୍ରକ୍ଟି ସିଧାସଳଖ ସେମାନଙ୍କୁ ଧକ୍କା ଦେଇଥିଲା। ସେତମା, ତାଙ୍କ ଝିଅ ଓ ଛୋଟ ପିଲାମାନେ କିଛି ଦୂରକୁ ଛିଟିକି ପଡ଼ିଥିଲେ। ଟ୍ରକ୍ଟି ଅପେକ୍ଷା ନ କରି ଦ୍ରୁତବେଗରେ ପଳାଇଥିଲା। ୨/୩ ବାଇକ୍ ଆରୋହୀ ଟ୍ରକ୍କୁ ପିଛା କରିଥିଲେ। ଏଣେ ଉପସ୍ଥିତ ଲୋକେ ରାସ୍ତା ଉପରୁ ୪ ଆହତଙ୍କୁ ଉଠାଇବା ସହ ପୁଲିସକୁ ଜଣାଇଥିଲେ। ସହିଦନଗର ଥାନା ପିସିଆର୍ ସେଠାରୁ ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଟ୍ରକ୍କୁ ପିଛା କରିଥିବା ଯୁବକମାନେ ରସୁଲଗଡ଼ ଓଭରବ୍ରିଜ୍ ଉପରେ ଟ୍ରକ୍କୁ ଅଟକାଇ ପୁଲିସ ଜିମା ଦେଇଥିଲେ।
[ad_2]