କଂଗ୍ରେସ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର: ନିର୍ବାଚନ ଜିତିବାକୁ ରଣକୌଶଳ – bajravana
[ad_1]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତିନି ପ୍ରମୁଖ ଦଳ ନିଜ ନିଜର କର୍ମକର୍ତ୍ତାଙ୍କୁ ନେଇ ନିର୍ବାଚନୀ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେଣି।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବରିଷ୍ଠ ନେତା, ସକ୍ରିୟ କର୍ମୀ ଏବଂ ଯୁବ ତଥା ଛାତ୍ର ନେତାମାନେ ଉପସ୍ଥିତ ରହି ଆଗାମୀ ନିର୍ବାଚନର ରଣକୌଶଳ ତିଆରି କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ହେଲେ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଯ୍ୟ ସଂପର୍କରେ ଅବଗତ କରାଇ ଭୋଟ ଭିକ୍ଷା ମାଗିବା ପାଇଁ କୁହାଯାଇଥିଲା। ଆଉ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦୁର୍ନୀତିକୁ ନେଇ କଂଗ୍ରେସ ଘରେ ଘରେ ପହଞ୍ଚିବ ବୋଲି କୁହାଯାଇଛି। ଦୁଇଟି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ତରଫରୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ଆଜି ଦୁଇ ପ୍ରାର୍ଥୀ ନିଜ ନିଜ ନିର୍ବାଚନ ମଣ୍ଡଳୀରେ କିପରି ପ୍ରଚାର ପ୍ରସାର କରିବେ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ଦୁଇ ନେତା ଆଦିବାସୀ ହୋଇଥିବାରୁ ଆଦିବାସୀ ଭୋଟ ନିଜ ନିଜ ପକ୍ଷକୁ ସହଜରେ ଆଣିବେ ବୋଲି ଆଶା ପ୍ରକଟ କରିଛନ୍ତି।
ତେବେ ମାଲକାନଗିରିରେ ବଂଗୀୟ ଭୋଟ ମୁଖ୍ୟ ବୋଲି କୁହାଯାଇଛି। ମାଲା ମାଢି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଲଗାତାର ପ୍ରାର୍ଥୀ ହେଉଥିଲେ ମଧ୍ୟ ତାକୁ ବିଜୟ ଧାରାରେ ପକାଇ ପାରୁନାହାନ୍ତି। ତେଣୁ ଏଥର ଭଲ ସୁଯୋଗ ଆସିଥିବା କୁହାଯାଇଛି।ସଭାପତି ଶ୍ରୀ ପାତ୍ର ସମସ୍ତ କର୍ମକର୍ତ୍ତାଙ୍କୁ ବିଜୟର ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଗୁରୁମନ୍ତ୍ର କେତେ କାମ ଦେଉଛି ତାହା ଦେଖିବାକୁ ବାକି ରହିଲା।
[ad_2]