ଡକାୟତି ପାଇଁ ଯୋଜନା କରୁଥିଲେ; ୩ ଅଭିଯୁକ୍ତ ଗିରଫ, ଅନ୍ୟ ୩ ଜଣ ଚମ୍ପଟ – bajravana
[ad_1]
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ପୁଲିସକୁ ମିଳିଲା ବଡ ସଫଳତା। ଡକାୟତି ଯୋଜନା ବେଳେ ମାଡିବସି ତିନିଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ପୁଲିସ। ଅନ୍ୟ ୩ ଜଣ ଚମ୍ପଟ ମାରିଛନ୍ତି। ଅଭିଯୁକ୍ତମାନେ ହେଲେ ଝାଡଖଣ୍ଡ ସଢେଇକଳା-ଖରସୁଆଁ ଜିଲ୍ଲା ଆଦିତ୍ୟପୁର ଥାନା ଅର୍ନ୍ତଗତ ଆଦିତ୍ୟପୁର-୩୧ ଗ୍ରାମର ଜୟନ୍ତ କୁମାର ତିୱାରୀଙ୍କ ପୁଅ ମୁକେଶ ତିୱାରୀ(୩୬), ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ଖାନପୁର୍ ଥାନା ଅର୍ନ୍ତଗତ ବେଲହାରୀ ଗ୍ରାମର ନିଜାମୁଦ୍ଦିନ୍ଙ୍କ ପୁଅ ଖାଇରୁଲ୍ ବାସାର୍(୩୨) ଏବଂ ଖାନପୁର୍ ଥାନା ଅର୍ନ୍ତଗତ ବେଲହାରୀ ଗ୍ରାମର ଏମଡି ମୁସ୍ତାକ୍ଙ୍କ ପୁଅ ଏମଡି ଇରସାଦ୍(୩୩)।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ସମୟରେ ଭାଲୁବସା ପେଟ୍ରୋଲ ପମ୍ପ ନିକଟରେ ରାତି ୧.୩୦ ସମୟରେ ୫ ରୁ ୬ ଜଣ ଡକାୟତ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ୍ ମାଡିବସି ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଜଣ ଡକାୟତ ଫେରାର୍ ହେବାରେ ସଫଳ ହୋଇଥିଲେ। ତାଙ୍କ ନିକଟରୁ ଏକ ଡିଜର୍ କାର୍ (ଜେଏଚ୍ ୦୧-ଡିକ୍ୟୁ -୫୪୩୦), ଏକ ନକଲି ପିସ୍ତଲ ୩ଟି ଏଟିଏମ୍, ୩ଟି ଆଧାରକାର୍ଡ, ଡ୍ରାଇଭିଂ ଲାଇଲାନ୍ସ, ଏଟିଏମରୁ ଟଙ୍କା ଚୋରି କରୁଥିବା ୩ଟି ଆଲୁମିନିୟମ୍ ପାତି, ୩ଟି ମୋବାଇଲ୍,ଗୋଟିଏ ଛୁରି, ଲୁହା ରୋଡ୍, ନଗଦ ୪୭୦ ଟଙ୍କା ସମେତ ଡାକାୟତିରେ ବ୍ୟବହୃତ ଅନେକ ଆପତତି ଜନକ ଜିନିଷ ମଧ୍ୟ ଜବତ କରିଛି।
ତେବେ ଅନ୍ୟ ୩ ଜଣ ଡକାୟତ ସେଠାରୁ ଫେରାର୍ ହୋଇଯାଇଥିଲେ। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଡକାୟତମାନେ ବନ୍ଧୁକ ଦେଖାଇ ଲୁଟ୍ କରିବା ସହ ଏଟିଏମ୍ ମେସିନରୁ ଟଙ୍କା ଚୋରି କରୁଥିଲେ। ପୂର୍ବରୁ ମଧ୍ୟ ଗିରଫ ଡକାୟତମାନେ ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା ଜଣାପଡିଛି। ଏନେଇ ରାଇରଙ୍ଗପୁର ଟାଉନ ଥାନରେ ଏକ ମାମଲା ରୁଜୁ କରି ଗିରଫ ତିନି ଜଣ ଯୁବକଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ରାଇରଙ୍ଗପୁର ଏସଡିଏମ୍ଓ ଗକୁଳାନନ୍ଦ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିବା ବେଳେ ସାମ୍ବାଦିିକ ସମ୍ମିଳନୀରେ ଥାନାଧିକାରୀ ସୁଚନ୍ଦ୍ର ମହାଳିକ,ଏସଆଇ୍ ଡମ୍ବରୁଧର ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ରାତ୍ରୀ ପାଟ୍ରଲିଂ ସମୟରେ ଥାନାର ଏସଆଇ୍ ଆଲୋକ କୁମାର ସିଂ,ଓଏପିଏଫ୍ ଦାସରଥୀ ହେମ୍ବ୍ରମ,ଗବର୍ଦ୍ଧନ ମୁଣ୍ଡାରୀ,ଟୁନା ମୁଣ୍ଡାରୀ ପ୍ରମୁଖ
[ad_2]