ଓଡିଶା

ବିଜେଡିରୁ ପୁଣି ସାଲୁଗା କଂଗ୍ରେସ ଏବଂ ବିଜେପି ରୁ କିଏ? – bajravana

[ad_1]

ଘୁ.ଉଦୟଗିରି: ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ରାଜନୀତି ମୈଦାନରେ ନିଜର ତତ୍ପରତା ଦେଖେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଦଳୀୟ ଆଶାୟୀ ନେତା ମାନେ ମଧ୍ୟ ପଛରେ ପଡ଼ି ନାହାନ୍ତି। ଦଳୀୟ ଟିକେଟ ପାଇବା ନିମନ୍ତେ ନିଜ ନିଜ ରଣ କୌଶଳ ଆରମ୍ଭ କରି ଦଳୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରି ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ନିଜ ନିଜ ବଳ ପ୍ରଦର୍ଶନ କରିବା ଭିତରେ ବୁଧବାର ଦିନ ବିଜେଡି ନିଜ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି।

ସ୍ଥାନୀୟ ବିଧାନସଭା କ୍ଷେତ୍ର ନିମନ୍ତେ ପୁଣି ସାଲୁଗା ପ୍ରଧାଙ୍କ ନାମରେ ମୋହର ମରିଛି। ବିଜେଡି ଦଳ କ୍ଷମତାକୁ ଆସିବା ପରଠାରୁ ଆଜି ପର୍ଯ୍ୟନ୍ତ ଘୁ.ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟକ ଥର ନିଜର ଦଳୀୟ ପ୍ରାର୍ଥୀ ବଦଳେଇ ନୁଆ ମୁହଁକୁ ଦେଉଥିବା ବେଳେ ଚଳିତ ଥର ସାଲୁଗାଙ୍କୁ ପୁଣି ଟିକେଟ ଦେଇ ନୂଆ ଅଧ୍ୟାୟ ସୃଷ୍ଟି କରିଛି ବିଜେଡି। ସାଲୁଗା ପ୍ରଧାନ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ସେଇ ସମୟରେ ବିଜେଡି-ବିଜେପି ମେଣ୍ଟ ଥିଲା।୨୦୦୪ରେ  ନିର୍ବାଚନରେ କଂଗ୍ରେସର ଅଜୟନ୍ତି ପ୍ରଧାନ ବିଜୟୀ ହୋଇଥିଲେ। ସାଲୁଗା ପରାଜୟ ହୋଇଥିଲେ। ୨୦୦୯ରେ ପୁଣି ଆଉ ଜଣେ ନୂଆ ମୁଁହ ଲୁକସୁନା ମାଝୀଙ୍କୁ ବିଜେଡି ପ୍ରାର୍ଥୀ କଲା କିନ୍ତୁ ଏହି ନିର୍ବାଚନରେ ଆଶ୍ଚର୍ଯ୍ୟ ଜନକ ଭାବେ ବିଜେପିର ମନୋଜ ପ୍ରଧାନ ବିଜୟଲାଭ କଲେ। ହେଲେ ବିଜେଡି ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହେଲା ସେ ତୃତୀୟ ସ୍ଥାନକୁ ଖସିଗଲେ। ୨୦୧୪ରେ ପୁଣି ବିଜେଡିର ଆଉ ଏକ ନୂଆ ମୁହଁ ପ୍ରଦୀପ ପ୍ରଧାନଙ୍କୁ ଟିକେଟ ମିଳିଲା ହେଲେ କଂଗ୍ରେସର ଯାକବ ପ୍ରଧାନ ବିଜୟ ଲାଭ କଲେ। ୨୦୧୯ରେ ସାଲୁଗା ପ୍ରଧାନଙ୍କୁ ପୁଣି ବିନେଡି ଭରସାକୁ ନେଇ ଟିକେଟ ପ୍ରଦାନ କଲେ। ସେ ବିଜୟୀ ହୋଇ ଗୋଟିଏ ପରେ ଗୋଟିଏ ପଦବୀ ପାଇ ଶେଷରେ ଉପବାଚସ୍ପତି ପଦବି ମିଳିଲା। ପୁଣି ତାଙ୍କ ଉପରେ ଭରଷା କରି ବିଜେଡି ନିଜ ଦଳୀୟ ଟିକେଟ ସାଲୁଗା ପ୍ରଧାନଙ୍କ ନାମରେ ମୋହର ମାରିଛି।

ଅନ୍ୟ ପକ୍ଷରେ କଂଗ୍ରେସ ଏବଂ ବିଜେପି ବର୍ତମାନସୁଦ୍ଧା ନିଜ ପ୍ରାର୍ଥୀ ଘୋଷଣା କରିନି। କଂଗ୍ରେସର ଗଡ଼ ଭାବେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ପରିଚିତ। ସାରା ରାଜ୍ୟରେ ନବୀନ ହାୱା ବୋହୁଥିବା ବେଳେ ଏଠି କଂଗ୍ରେସ ନିଜର ବାଜିମାତ କରିଚାଲିଥିଲା। ଭାରତ ସ୍ୱାଧିନତା ପରଠାରୁ ଲଗାତାର ୨୦୦୦ମସିହା ପର୍ଯ୍ୟନ୍ତ ଅଧିକ ସମୟ କଂଗ୍ରେସ ଜିତିଛି। ଥରେ ମାତ୍ର ୧୯୭୭ରେ ଜନତା ଦଳରୁ ସ୍ବର୍ଗତ ରଞ୍ଜିତ ପ୍ରଧାନ ବିଜୟୀ ହୋଇଥିଲେ। ବିଜେଡି କ୍ଷମତାକୁ ଆସିବା ପରେ ମଧ୍ୟ ଦୁଇ ଥର କଂଗ୍ରେସ ଏବଂ ଥରେ ବିଜେପି ବିଜୟ ଲାଭ କରିଥିବା ବେଳେ ବିଜେଡି ବିଜେପି ଏଲାଏନ୍ସ ସମୟରେ ଥରେ ବିଜେଡି ବିଜୟୀ ହୋଇଥିଲା ପୁଣି ନିଜ ଦମ ରେ ଗତ ନିର୍ବାଚନରେ ବିଜେଡିର ସାଲୁଗା ପ୍ରଧାନ ବିଜୟୀ ହୋଇଥିଲେ।

୨୦୦୮କନ୍ଧମାଳ ଦଙ୍ଗା ପରେ ୨୦୦୯ରେ ଅନୁଷ୍ଠିତ ନିର୍ବାଚନରେ ଜେଲରେ ଥାଇ ବିଜେପିର ମନୋଜ ପ୍ରଧାନ ବିଜୟୀ ହୋଇଥିଲେ। କିନ୍ତୁ ତାପରେ ବିଜେପି ନିଜ ଭୋଟକୁ ନିଜ ପାଖରେ ରଖି ପାରିଲାନାହିଁ। ୨୦୧୪ ଏବଂ ୨୦୧୯ରେ ବିଜେପି ତୃତୀୟ ସ୍ଥାନକୁ ଖସିଗଲା। ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଏବଂ ବିଜେପିର ମାଳମାଳ ଆଶାୟୀ। କଂଗ୍ରେସ ଦଳର ୧୫ରୁ ଊର୍ଦ୍ଧ୍ବ ଆଶାୟୀ ଥିବା ବେଳେ ବିଜେପିରୁ ୮ରୁ ଊର୍ଦ୍ଧ୍ବ ଆଶାୟୀ ଅଛନ୍ତି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି କଂଗ୍ରେସ ଖସୁଥିବା ବେଳେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ସ୍ଥିତି ମଜବୁତ ଥିବା ଯୋଗୁଁ ଦଳୀୟ ଆଶାୟୀ ଙ୍କ ସଂଖ୍ୟା ଢେର ଅଧିକ। ସେଇଭଳି ବିଜେପିରେ ମଧ୍ୟ ଆଶାୟୀ ଅଧିକ ହେବାର କାରଣ ମୋଦୀ ହାୱା। ଦେଖିବାକୁ ବାକି ରହିଲା ବିଜେଡିର ପୁରୁଖା ଅଭିଜ୍ଞ ପାୱାରଫୁଲ ସାଲୁଗା ବିପକ୍ଷରେ ବିଜେପି ଏବଂ କଂଗ୍ରେସ କାହାକୁ ପ୍ରାର୍ଥୀ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button