ଓଡିଶା

ମନ‌ରେଗାର ଦୁର୍ନୀତି: ୬ ଫୁଟିଆ କୂଅକୁ ୧୫ ଫୁଟ ଦେଖାଇ ଅନୁଦାନ ହଡ଼ପ – bajravana

[ad_1]

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ‌ ବ୍ଲକ୍‌ରେ ମନରେଗା ଯୋଜନାରେ ଖେତ ପୋଖରୀ ପରେ ଏବେ କୂଅ ଖୋଳାରେ ମଧ୍ୟ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ସରକାରଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରାଯାଇ ୬ ଫୁଟିଆ କୂଅ ଖୋଳାଯାଇଛି। ଏହାକୁ ୧୫ ଫୁଟ ଦେଖାଯାଇ ସରକାରୀ ଅନୁଦାନ ଉଠାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହେବା ପରେ ତନାଘନା ଆରମ୍ଭ ହୋଇଛି। କେନ୍ଦ୍ର ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଇଂ. ସନ୍ତୋଷ କୁମାର ସାହୁ ଅଭିଯୋଗ କରିଥିଲେ। ତେଲକୋଇ ବ୍ଲକ୍‌ର ପଡ଼ାଙ୍ଗ, ପରୁଯୋଡ଼ା, କରମଙ୍ଗି, ସଲେଇକେନା, କାଳିଆହତା, ରାଇସୁଆଁ ପଞ୍ଚାୟତର ଫକୀର ନାଏକ, ଖଗେଶ୍ବର ବେହେରା, ଗାୟତ୍ରୀ ସାହୁ, ସନାତନ ବାରିକ, ଗଭା ନାଏକ, ଶାନ୍ତି ନାଏକ, ଯୋଗେନ୍ଦ୍ର ମହାନ୍ତ, ସୁଶାନ୍ତ କୁମାର ସାହୁ, ମୋହନ ମହାନ୍ତ, ବାସନ୍ତୀ ପ୍ରଧାନ, ଗଣେଶ୍ବର ବେହେରା, ଭାନୁମତୀ ନାଏକଙ୍କ ଗଭୀର କୂଅ ଖୋଳାରେ ବ୍ୟାପକ ଅନିୟମିତା ହୋଇଥିବା ଜଣାଇଥିଲେ। ସରକାରଙ୍କ ପଞ୍ଚାୟତିରାଜ ବିଭାଗର ଚିଠି ନମ୍ବର- ୭୮୫୬(୨୯.୪.୨୦୨୦) ଅନୁସାରେ ୬ ଫୁଟ ବ୍ୟାସାର୍ଦ୍ଧ କୂଅପାଇଁ ୬୩ ହଜାର, ୧୨ ଫୁଟ ପାଇଁ ୧ ଲକ୍ଷ ୧୧ ହଜାର, ୧୫ ଫୁଟ ପାଇଁ ୧ ଲକ୍ଷ ୪୫  ହଜାର ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରରେ ୧୫ ଫୁଟ ବ୍ୟାସାର୍ଦ୍ଧ କୂଅ ଖୋଳିବା ପାଇଁ ୧ ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର କରାଯିବାର ନିୟମ ଥିଲା।

ତେଲକୋଇ ବ୍ଲକ୍‌ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫ ଫୁଟ ବ୍ୟାସାର୍ଦ୍ଧର କୂଅ ଖୋଳିବା ପାଇଁ ଅନୁମୋଦନ ଦିଆଯାଇଥିଲା। ବ୍ଲକ୍‌ର ଯନ୍ତ୍ରୀ ଓ ଅଧିକାରୀମାନେ ଏହି ନିୟମକୁ ଅଣଦେଖା କରିଛନ୍ତି। ହିତାଧିକାରୀଙ୍କ ସହ ସଲାସୁତରା କରାଯାଇ ଏଠାରେ ୬ ଫୁଟ ବ୍ୟାସାର୍ଦ୍ଧ କୂଅ ଖୋଳାଯାଇ ୧୫ ଫୁଟ ବ୍ୟାସାର୍ଦ୍ଧ ବୋଲି ଦର୍ଶାଯାଇ ସରକାରୀ ଅନୁଦାନ ହଡ଼ପ କରାଯାଇଛି। ଏମିତିକି କୂଅରେ ବ୍ୟବହାର ହେଉଥିବା ନନ୍ଦରେ ସାଧାରଣ ତାର ଲାଗିବା କଥା। କିନ୍ତୁ ଏଠାରେ ହିତାଧିକାରୀଙ୍କୁ ଟାଟାଷ୍ଟିଲ ରଡ୍‌ର ଦେୟ ଦିଆଯାଇଛି। ଅଭିଯୋଗକାରୀ ଶ୍ରୀ ସାହୁ ଏହାର ପ୍ରତିବାଦ କରିବା ସହ ତଦନ୍ତ ଦାବି କରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ହେବା ପରେ ଆଜି ମନରେଗା ଲୋକପାଳ ତଦନ୍ତ ଆରମ୍ଭ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button