ଦେଶ ବିଦେଶ

ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଜାଣନ୍ତୁ କିପରି ଜାଣିବେ ଆପଣ ଖାଉଥିବା ଅଟା ଅସଲି ନା ନକଲି

ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଜାଣନ୍ତୁ କିପରି ଜାଣିବେ ଆପଣ ଖାଉଥିବା ଅଟା ଅସଲି ନା ନକଲି

ପ୍ରଥମେ ଅଣ୍ଡା, ପରେ ଚାଉଳ, ଚିନି ପରେ ଏବେ ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଭୁକ୍ତଭୋଗିମାନେ ହିଁ କହୁଛନ୍ତି । ନିକଟରେ କିଛି ଲୋକେ ଏହାର ଶିକାର ହୋଇଛନ୍ତି ଆଉ ଏହାର ଭିଡିଓ କରି ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି ।

ସୂଚନା ମୁତାବକ, କିଛି ଦିନ ହେଲା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଯାହାକି ପ୍ଲାଷ୍ଟିକ୍ ଅଟାର ଭିଡିଓ । ତେବେ ଏହି ଭିଡିଓକୁ ଦେଖି ଦେହରାଦୁନ ରାୟପୁରରେ ରହୁଥିବା ଭରତ ଏବଂ ଅଙ୍କିତ ନାମକ ଦୁଇ ଭାଇ ଯେତେବେଳେ ଅଟାରେ ପ୍ଲାଷ୍ଟିକ୍ ମାତ୍ରା ରହିଛି କି ନାହିଁ ତାର ସତ୍ୟତା ଜାଣିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ତାହା ବାସ୍ତବରେ ନକଲି ଅଟା ବୋଲି । କାରଣ ଯେତେବେଳେ ସେମାନେ ଦଳା ଯାଇଥିବା ଅଟାକୁ ପାଣିରେ ଲଗାତର ଭାବରେ ଧୋଇଥିଲେ ସେତେବେଳେ ଏହି ଅଟା ପ୍ଲାଷ୍ଟିକରେ ପରିବର୍ତ୍ତନ ହୋଇଯାଇଥିଲା । ଅଟା ରବର ଭଳି ଲାଗିଥିଲା ।

ଦୁଇ ଭାଇଙ୍କ କହିବା ଅନୁସାରେ, କିଛି ଦିନ ତଳେ ‘ଶକ୍ତିଭୋଗ’ ନାମକ ଏକ ୫ କିଲିଆ ଅଟା ପ୍ୟାକେଟ୍ କିଣି ଆଣିଥିଲେ । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଦେଖି ଯେତେବେଳେ ସେମାନେ ସେହି ଅଟାକୁ ଚେକ୍ କରିଥିଲେ ସେତେବେଳେ ତାହା ରବର ଭଳି ଲାଗିଥିଲା ଏବଂ ଏହା ନକଲି ଅଟା ବୋଲି ଜାଣିବାକୁ ପାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button