ପୁଲିସ ପୁଅ ବନ୍ଧୁକ ଗୋଦାମ ମାଲିକ: ଗୋଲଡେନ୍ ସିଂହ ସମେତ ୨ ଗିରଫ – bajravana

[ad_1]
ତିନି ବନ୍ଧୁକ, ଗୁଳି, କାଟ୍ରିଜ୍ ଜବତ, ଆର୍ପିଏଫ୍ରେ କନଷ୍ଟେବଳ ଥିଲେ ଗୋଲଡେନ୍ର ବାପା
କଟକ: ରେଳବାଇ ସୁରକ୍ଷା ବଳ(ଆର୍ପିଏଫ୍)ର ଅବସରପ୍ରାପ୍ତ କନଷ୍ଟେବଳଙ୍କ ପୁଅ ହେଉଛି ବିହାରର ମୁଙ୍ଗେର୍ରେ ଥିବା ବନ୍ଧୁକ ଗୋଦାମର ମାଲିକ। ଏହି କୁଖ୍ୟାତ ବନ୍ଧୁକ ଗୋଦାମ ମାଲିକ ଗୋଲଡେନ୍ ସିଂହ(୩୪)କୁ କଟକ କମିସନରେଟ୍ ପୁଲିସ ଗିରଫ କରିଛି। ବିହାର ଜାମୁଇ ଜିଲ୍ଲା ମାଲ୍ୟପୁର ଥାନା ଅଞ୍ଚଳରେ ରହୁଥିବା ମୁଙ୍ଗେର୍ ଜିଲ୍ଲା ସଂଗ୍ରାମପୁର ଥାନା ମଞ୍ଜରା ଅଞ୍ଚଳର ଗୋଲଡେନ୍ର ବାପା ଜଣେ ପୁଲିସ କର୍ମଚାରୀ ହୋଇଥିବା ବେଳେ ପୁଅ ଏଭଳି ବନ୍ଧୁକ କାରବାରର କିଙ୍ଗପିନ୍ ପାଲଟିବା ପୁଲିସକୁ ଚକିତ କରିଛି। ପୁଲିସ ଗୋଲେଡନ୍କୁ ବାନ୍ଧିବା ସହିତ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲର ଜଣେ ସହଯୋଗୀକୁ ଗିରଫ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଜଗତପୁର ଥାନା ପୁଲିସ ଚୋରା ବନ୍ଧୁକ କାରବାର ମାମଲାର ତଦନ୍ତ କରି ବନ୍ଧୁକ ଗୋଦାମ ମାଲିକ ଗୋଲଡେନ୍କୁ ଗିରଫ କରିଛି। ଗୋଲଡେନ୍ର ବାପା ଅଶୋକ କୁମାର ସିଂହ ରାଉରକେଲାର ବନ୍ଧମୁଣ୍ଡା ଆର୍ପିଏଫ୍ରେ କନଷ୍ଟେବଳ ଭାବେ ଚାକିରି କରୁଥିଲେ। ପାଖାପାଖି ୧୫ ବର୍ଷ କାଳ ସେଠାରେ ଥିଲେ। ଏହି ସମୟରେ ଗୋଲଡେନ୍ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳର ସେକ୍ଟର୍-ଏ’ରେ ଥିବା ସାଉଥ୍ ଇଷ୍ଟ ରେଲ୍ୱେ ମିକ୍ସଡ୍ ହାଇସ୍କୁଲ୍ରେ ପଢ଼ୁଥିଲା। ୨୦୧୦ରେ ସେ ସେଠାରେ ମାଟ୍ରିକ୍ ପରୀକ୍ଷା ଦେଇଥିଲା। ସେଠାରେ ରହିବା ସମୟରେ ବିହାର ମୁଙ୍ଗେର୍ ଅଞ୍ଚଳର ବନ୍ଧୁକ ମାଫିଆ ବୀରୁ ସିଂହ ସମ୍ପର୍କରେ ଆସିଥିଲା। ବୀରୁଠୁ ବନ୍ଧୁକ ଆଣି ରାଉରକେଲାରେ ବିକ୍ରି କରୁଥିଲା। ଝାରସୁଗୁଡ଼ା ଆର୍ପିଏଫ୍କୁ ୨୦୧୨ରେ ବଦଳି ହୋଇଗଲା ପରେ ସେଠାକୁ ବି ସେ ଯାଇଥିଲା। ଝାରସୁଗୁଡ଼ାରେ ରହିବା ଭିତରେ ଗୋଲଡେନ୍ର ବନ୍ଧୁକ କାରବାର ଅଧିକ ବଢ଼ିଯାଇଥିଲା। ଗୋଲଡେନ୍ ସେଠାରେ ରହି ରାଉରକେଲା ଓ ଝାରସୁଗୁଡ଼ା ସମେତ କଟକ, ଖୋର୍ଧା, ଜଗତସିଂହପୁର, ଢେଙ୍କାନାଳ, ବ୍ରହ୍ମପୁର ଜିଲ୍ଲାରେ ଏକାଧିକ ଅପରାଧୀଙ୍କୁ ବନ୍ଧୁକ ଚାଲାଣ କରିବା ଆରମ୍ଭ କରିଥିଲା। ପରୋକ୍ଷ ଭାବେ କଟକର ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ, କେନ୍ଦ୍ରାପଡ଼ାର ହାଇଦର୍ ଓ ଟିଟୋ ଗ୍ୟାଙ୍ଗ ସମ୍ପର୍କରେ ଆସିଥିଲା। ବିହାରରୁ ୫ରୁ ୭ ହଜାର ଟଙ୍କାରେ ବନ୍ଧୁକ ଆଣି ଓଡ଼ିଶାରେ ୩୦ରୁ ୫୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ଗୋଲଡେନ୍ର ବାପା ଯେହେତୁ ଓଡ଼ିଶାରେ ପାଖାପାଖି ୨୪ ବର୍ଷ କାଳ ଆର୍ପିଏଫ୍ କନଷ୍ଟେବଳ ଭାବେ ବିଭିନ୍ନ ଥାନାରେ ଚାକିରି କରିଥିଲେ, ସେଥିପାଇଁ ଗୋଲଡେନ୍ର ଓଡ଼ିଶାରେ ଥିବା ଅପରାଧୀଙ୍କ ସହିତ ସମ୍ପର୍କ ଅଧିକ ଘନିଷ୍ଠ ହୋଇଥିଲା।
ଗୋଲଡେନ୍ ନିଜେ ଓଡ଼ିଶା ଆସୁଥିବା ବେଳେ ଓଡ଼ିଶାର ଅପରାଧୀ ବି ଟ୍ରେନ୍ରେ ବିହାର ଯାଇ ବନ୍ଧୁକ ଆଣୁଥିଲେ। ଜଗତସିଂହପୁରର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ ନିୟମିତ ମୁଙ୍ଗେର୍ ଯାଇ ଗୋଲଡେନ୍ ନିକଟରୁ ବନ୍ଧୁକ ଆଣୁଥିଲା। ଏଭଳି ଅନେକ ଅପରାଧୀ ଏହି ତାଲିକାରେ ରହିଛନ୍ତି। ବାପା ଅଶୋକ ପୁଲିସ ଚାକିରିରୁ ଅବସର ନେବା ପରେ ବିହାର ଫେରିଯାଇଥିଲେ। ସେଠାରେ ମୁଙ୍ଗେର୍ରେ ରହି ଗୋଲଡେନ୍ ନିଜର ଗ୍ୟାଙ୍ଗ୍ ଗଢ଼ିଥିଲା। ଯାହାକି ବିହାର ପୁଲିସ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଥିଲା। ୨୦୨୩ରେ ବିହାର ପୁଲିସ ବନ୍ଧୁକ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସକ୍ରିୟ ହୋଇଉଠିଥିଲା। ସେହି ବର୍ଷ ମୁଙ୍ଗେର୍ ଜିଲ୍ଲା କାଶିମ୍ବଜାର ଥାନା ପୁଲିସ ତା’ ବନ୍ଧୁକ ଗୋଦାମ ଉପରେ ଚଢ଼ଉ କରିଥିଲା। ୯ଜଣିଆ ଗୋଷ୍ଠୀକୁ ଧରାପଡ଼ିଥିଲା। ସେମାନଙ୍କ ନିକଟରୁ ୧୦ ବନ୍ଧୁକ ଜବତ ହୋଇଥିଲା। ଗୋଲଡେନ୍ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଥିଲା।
ଜଗତପୁର ଥାନା ପୁଲିସ ଲାଲବାଗର ବବୁଆ ଓରଫ ପ୍ରକାଶ ବେହେରା, ଜଗତସିଂହପୁର ତିର୍ତ୍ତୋଲର ପିଣ୍ଟୁ ଓରଫ ପ୍ୟାରୀମୋହନ ଦାସ, କେଉଲୋର ମିହିର କୁମାର ରାୟ, ପିଣ୍ଟୁର ସହଯୋଗୀ ଢେଙ୍କାନାଳର ପିଙ୍କୁ ଓରଫ ପ୍ରିୟବ୍ରତ ସାମଲ ଗିରଫ ପରେ ଗୋଲଡେନ୍ ସମ୍ପର୍କରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଜୋନ୍-୧ ଏସିପି ଅରୁଣ ସ୍ବାଇଁଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇଥିଲା। ଡିସିପି ଡାକ୍ତର କଵଁର ବିଶାଲ୍ ସିଂହ ଓ ଏଡିସିପି ଅନୀଲ ମିଶ୍ର ଏହି ଟିମ୍କୁ ନିୟମିତ ଅନୁଧ୍ୟାନ କରୁଥିଲେ। ପୁଲିସ ସେଠାରେ ଚଢ଼ଉ କରି ଗୋଲଡେନ୍ ସିଂହକୁ ଗିରଫ କରିଛି। ଗୋଲେଡନ୍ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍ ଜବତ ହୋଇଛି। କିନ୍ତୁ ବନ୍ଧୁକଗୁଡ଼ିକ ଗୋଲଡେନ୍ ଗାଏବ କରିଦେଇଥିଲା। ଗୋଲଡେନ୍କୁ ପଚରାଉଚରା ପରେ ପିଙ୍କୁର ସହଯୋଗୀ ଢେଙ୍କାନାଳର ଜଣେ କୁଖ୍ୟାତ ଅପରାଧୀ ଘରେ ପୁଲିସ ଚଢ଼ଉ କରିଥିଲା। ସେଠୁ ଗୋଟିଏ ୯ ଏମଏମ୍ ପିସ୍ତଲ୍, ଗୋଟିଏ ସିଙ୍ଗଲ୍ ସଟ୍ ପିସ୍ତଲ୍ ଜବତ କରିଥିଲା। ସମ୍ପୃକ୍ତ ଅପରାଧୀ ଫେରାର ହୋଇଯାଇଛି। ଜଗତପୁର ଥାନା ଆଇଆଇସି ଓମ୍ପ୍ରକାଶ ମହାନ୍ତିଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ଗୋଲଡେନ୍ର ବୟାନ ଆଧାରରେ ପୁଣି ଗ୍ୟାଙ୍ଗଷ୍ଟର୍ ସକିଲ୍ର ସହଯୋଗୀ ମଙ୍ଗଳାବାଗ କେଶରପୁରର ଵାସିମ୍ ଖାଁ ଘରେ ମଙ୍ଗଳାବାଗ ଥାନା ଆଇଆଇସି ଉମାକାନ୍ତ ସାହୁ ଚଢ଼ଉ କରି ତାକୁ ଗିରଫ କରିଛନ୍ତି। ତା’ ନିକଟରୁ ଗୋଟିଏ ସିଙ୍ଗଲ୍ ସଟ୍ ପିସ୍ତଲ, ଗୋଟିଏ କାଟ୍ରେଜ୍ ଓ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। ଵାସିମ୍ ନିୟମିତ ଭାବେ ଗୋଲଡେନ୍ ନିକଟରୁ ବନ୍ଧୁକ ଆଣୁଥିଲା।
[ad_2]