ଧୋନିଙ୍କ ଅଧିନାୟକ ଯୁଗର ଅବସାନ: ସିଏସ୍କେ ନେତୃତ୍ବରୁ ଇସ୍ତଫା, ନୂଆ ଋତୁରେ ଗାଏକ୍ବାଡ୍ଙ୍କ ରାଜ୍ – bajravana
[ad_1]
ପ୍ରଥମ ଥର ଅଣଅଧିନାୟକ ଭାବେ ଖେଳିବେ ମାହି-ରୋହିତ-କୋହଲି
ଚେନ୍ନାଇ: କ୍ରିକେଟ୍ ଜୀବନର ଅନେକ ବଡ଼ ବଡ଼ ନିଷ୍ପତ୍ତି ଅଚାନକ ଓ ଅତି ସହଜ, ସରଳ ଭାବେ ନେଇ ଆସୁଥିବା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ଆରମ୍ଭ ହେବାର ମାତ୍ର ଦିନକ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଋତୁରାଜ ଗାଏକ୍ବାଡଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ନିଯୁକ୍ତ କରାଯାଇଛି। ତାଙ୍କୁ ସିଏସ୍କେ ଧୋନିଙ୍କ ଉତ୍ତରାଧିକାରୀ ଭାବେ ବାଛିଛି। ଗୁରୁବାର ଧୋନି ଅଧିନାୟକ ପଦ ଛାଡ଼ିବା କଥା ସିଏସ୍କେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜଣାଇବା ପରେ ତାଙ୍କ ପରବର୍ତ୍ତୀ ଯୋଜନା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ଜଣେ ସାଧାରଣ ଖେଳାଳି ଭାବେ ଖେଳି ଚଳିତ ଋତୁ ଶେଷରେ ଧୋନି ଆଇପିଏଲ୍ରୁ ସଂପୂର୍ଣ୍ଣ ସନ୍ୟାସ ନେଇଯିବେ ବୋଲି ସିଏସ୍କେ ସଙ୍କେତ ଦେଇଛି। କ୍ରିକେଟ୍ର ସବୁ ଫର୍ମାଟ୍ ଓ ରୂପରୁ ଧୋନିଙ୍କ ଭଳି ମହାନ ଅଧିନାୟକଙ୍କ ନେତୃତ୍ବ ଜୀବନ କିନ୍ତୁ ଶେଷ ହୋଇଛି। ସେହିଭଳି ଆଇପିଏଲ୍ରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିଲା ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ସେପଟେ ପ୍ରଶଂସକମାନେ ମାହିଙ୍କ ସଫଳତା ଓ ନେତୃତ୍ବ ଦକ୍ଷତାର ସ୍ବର୍ଣ୍ଣିମ ସମୟକୁ ମନେ ପକାଇ ତାଙ୍କୁ ଭଲପାଇବା ଅଜାଡ଼ି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୪୨ ବର୍ଷୀୟ ଧୋନି ୨୦୦୮ ମସିହାରୁ ହିଁ ଚେନ୍ନାଇ ସୁପରକିଙ୍ଗ୍ସର ଅଭିନ୍ନ ଅଙ୍ଗ ହୋଇ ରହିଆସିବା ସହ ତାଙ୍କ ନେତୃତ୍ବରେ ଦଳ ୫ ଆଇପିଏଲ୍ ଓ ୨ ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଛି। ଗତବର୍ଷ ଧୋନିଙ୍କ ଅଧିନାୟକତ୍ବରେ ହିଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ସିଏସ୍କେ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ଧୋନି ୨୫୦ ଆଇପିଏଲ୍ ମ୍ୟାଚ୍ ଖେଳି ୩୮.୭୯ ହାରରେ ୫,୦୮୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୪ ଅର୍ଦ୍ଧଶତକ। ୨୩୫ ମ୍ୟାଚ୍ରେ ସିଏସ୍କେର ନେତୃତ୍ବ ନେଇଛନ୍ତି। ତାଙ୍କ ଅଧିନାୟକତ୍ବରେ ସିଏସ୍କେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ଚାରିଟିସହ ମୋଟ ୧୦ଟି ଫାଇନାଲ୍ ଖେଳିଛି। ଦୁଇଥର ଉପବିଜେତା ହୋଇଛି। ଅନ୍ୟଏକ ସଂଯୋଗକ୍ରମେ ପ୍ରଥମ ଥର ଭାରତୀୟ କ୍ରିକେଟର୍ ତିନି ମହାନାୟକ ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା ଓ ବିରାଟ କୋହଲି ଆଇପିଏଲ୍ରେ ଏକାଠି ଅଣଅଧିନାୟକ ଭାବେ ଖେଳିବେ। କୋହଲି ପୂର୍ବରୁ ଆର୍ସିବି ଅଧିନାୟକ ପଦ ଛାଡ଼ି ସାରିଛନ୍ତି। ରୋହିତଙ୍କୁ ହଟାଇ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁ ଲାଗି ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି। ଏବେ ଧୋନି ତାଙ୍କ ପଦ ଛାଡ଼ିଛନ୍ତି।
ଗତ ସଂସ୍କରଣ ଫାଇନାଲ୍ରେ ୨୦୨୪ ଋତୁ ଖେଳିବେ ବୋଲି ଧୋନି ସଙ୍କେତ ଦେଇଥିଲେ। କିଛି ଦିନ ତଳେ ଏଥର ନୁଆ ଭୂମିକାରେ ରହିବେ ବୋଲି ‘ଏକ୍ସ’ରେ କହି କିନ୍ତୁ ଚର୍ଚ୍ଚିତ ହୋଇଥିଲେ ମାହି। ପରେ କିନ୍ତୁ ଏହା ଏକ ବିଜ୍ଞାପନର ଦ୍ବୈତ ଭୂମିକାକୁ ନେଇ ଥିଲା ବୋଲି ନିଜେ ଭିଡିଓ ପ୍ରକାଶ କରି ସ୍ପଷ୍ଟ କରିଥିଲେ। ଗୁରୁବାର କିନ୍ତୁ ତାଙ୍କ ଆଇପିଏଲ୍ ନେତୃତ୍ବକୁ ନେଇ ଲାଗି ରହିଥିବା ସବୁ ତର୍କ, ବିତର୍କ, ଅନୁମାନ ଓ ଅଙ୍କକଷାରେ ଯବନିକା ପଡ଼ିଛି। ସେପଟେ ଆଇପିଏଲ୍ରେ ଯୁବ ତାରକା ଋତୁରାଜ ଗାଏକ୍ବାଡ୍ଙ୍କ ଯୁଗର ଶୁଭାରମ୍ଭ ହୋଇଛି। ସିଏସ୍କେ ପ୍ରଶଂସକ ଓଦା ଆଖିରେ ଧୋନିଙ୍କୁ ବିଦାୟ ଦେଇଥିଲା ବେଳେ ନୂଆ ଅଧିନାୟକ ଗାଏକ୍ବାଡଙ୍କୁ ଶୁଭକାମନା ଜଣାଇଛନ୍ତି।
ସବୁଠି ‘ମାହି’ ଚର୍ଚ୍ଚା
ମହେନ୍ଦ୍ର ସିଂହ ଧୋନି ଅପ୍ରତ୍ୟାଶିତ ଭାବେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଗୁରୁବାର ଦିନ ତମାମ ସବୁଠି ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ସାମାଜିକ ଗଣମାଧ୍ୟମରେ ବେଶ୍ କିଛି ସମୟ ପାଇଁ ସେ ଟ୍ରେଣ୍ଡ୍ରେ ରହିଥିଲେ। ପ୍ରଶଂସକ ଓ ସମର୍ଥକମାନେ ନାନାପ୍ରକାର ଫଟୋ ଓ ମିମ୍ ପ୍ରକାଶ କରି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେହିଭଳି ନିଜ ନିଜର ଭାବନାକୁ ବ୍ୟକ୍ତ କରି ଆଇପିଏଲ୍ରେ କ୍ୟାପଟେନ୍ କୁଲଙ୍କ ଯୁବର ଅବସାନ ଲାଗି ମନ ଦୁଃଖ କରିଥିଲେ। ଅନେକ ଧୋନିଙ୍କ ସହ ନେତୃତ୍ବ ପଦରୁ ଓହରି ଯାଇଥିବା କିମ୍ବା ବଦଳାଇ ଦିଆଯାଇଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫଟୋ ଛାଡ଼ିଥିଲେ। ତିନି ମହାନାୟକଙ୍କ ନେତୃତ୍ବ ଶୈଳୀକୁ ଝୁରିବେ ବୋଲି ଲେଖିଥିଲେ।
ସୁଖଦ ନଥିଲା ଓଡ଼ିଶା ଅନୁଭୂତି
ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମ୍ ମଧ୍ୟ ଦେଖିଛି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବ ଦକ୍ଷତା। ହେଲେ ମାହିଙ୍କ ଓଡ଼ିଶା ଅନୁଭୂତି ସେତେଟା ସୁଖଦ ନଥିଲା। ୨୦୧୪ ମସିହା ମେ ୭ ତାରିଖରେ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ ଏଠାରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଭେଟିଥିଲା। ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୯୦ ରନ୍ ବଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ୱିକେଟ୍ ହରାଇ ୨୩୧ ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ଚେନ୍ନାଇ ସୁପରକିଙ୍ଗ୍ସ ହାତରେ ପର୍ଯ୍ୟାପ୍ତ ୱିକେଟ୍ ଥାଇ ମଧ୍ୟ ରନ୍ ହାର ବଢ଼ାଇବାକୁ ଅସମର୍ଥ ହୋଇଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୭ ରନ୍ କରିବା ସହ ୪୪ ରନ୍ରେ ପରାସ୍ତ ହୋଇଥିଲା। ଧୋନି ବ୍ୟକ୍ତିଗତ ଭାବେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୨୦ ବଲ୍ରୁ ୨୩ ରନ୍ କରିଥିଲେ। ତାଙ୍କ ବ୍ୟାଟ୍ରୁ ପ୍ରଶଂସକ ମାତ୍ର ଗୋଟିଏ ଛକା ଦେଖିବାକୁ ପାଇଥିଲେ।
[ad_2]