ମାଆ ମଝିଘରିଆଣିଙ୍କ ହୁଣ୍ଡିରୁ ମିଳିଲା ୮୯ ଲକ୍ଷ ଟଙ୍କା ସାଙ୍ଗକୁ ବିଦେଶୀ ମୁଦ୍ରା – bajravana

[ad_1]
ରାୟଗଡା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ମନ୍ଦିରର ଦାନବାକ୍ସ ଗଣତି ଆଜି ଚାଲିଥିବାବେଳେ ସମୁଦାୟ ୯ଟି ଦାନବାକ୍ସରୁ ନଗଦ ଆକାରରେ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା, ସୁନା ୬୨ ଗ୍ରାମ, ରୁପା ୨ କେଜି ୩୦୦ ଗ୍ରାମ ଓ ବିଦେଶୀ ମୁଦ୍ରା ୬୬ଟି, ଅଚଳ ୨ହଜାର ଟଙ୍କା ୩ଟି, ୬ଟି ୫୦୦ ଟଙ୍କା ସଂଗ୍ରହ ହୋଇଛି | ଏହି ଅର୍ଥକୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରେ ଜମା କରାଯାଇଛି ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅର୍ଥରୁ ମିଳୁଥିବା ସୁଧରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସହ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ରାଧାକୃଷ୍ଣ ଦଳେଇ କହିଛନ୍ତି | ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ରାତ୍ର ୮ ଘଣ୍ଟା ପର୍ଯ୍ୟନ୍ତ ଗଣତି କରାଯାଇଥିଲା । ହୁଣ୍ଡିରୁ ଦାନ ଅର୍ଥ ଗଣତି କାର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ସ୍ବେଛାସେବୀ ସଦସ୍ୟାଙ୍କୁ ନିୟୋଜିତ କରାଯାଇଥିଲା । ଏଥିରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ ।
[ad_2]