ବ୍ୟାଙ୍କ ଅଧିକାରୀଙ୍କ ଲାଗିଗଲା ଆଖି: ତିନିଜଣଙ୍କ ଉପରେ ମାଡ଼ି ଚାଲିଗଲା ଗାଡ଼ି – bajravana
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ କାର ତିନିଜଣଙ୍କ ଉପରେ ମାଡ଼ି ଚାଲିଯିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ତିନିଜଣ ଯାତ୍ରୀ ଯମୁନା ଏକ୍ସପ୍ରେସୱେରେ ଛିଡ଼ା ହୋଇ ବସକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦିଲ୍ଲୀର ଏକ ମାରୁତି ସୁଇପ୍ଟ କାର ତିନିଜଣଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଉକ୍ତ ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ସଙ୍ଗେସଙ୍ଗେ ତିନିଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଚିକିତ୍ସା ଚାଲିଛି। ଏବେ ବି ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ନାମ ସୁରେଶ ସିଂହ (୩୭), ସେ ଜହାଙ୍ଗିରପୁରରେ ବସବାସ କରୁଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଚାଳକ ରାଜ କୁମାର ଦିଲ୍ଲୀରେ ବ୍ୟାଙ୍କ ଅଧିକାରୀ ଅଛନ୍ତି। ଉକ୍ତ ବ୍ୟାଙ୍କ ଅଧିକାରୀଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୩୦୪ ଏରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।
ଯାଞ୍ଚ ସମୟରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ରାଜ କୁମାର ପୁଲିସକୁ କହିଥିଲେ, ‘ଗାଡ଼ି ଯେତେବେଳେ ଏକ୍ସପ୍ରେସୱେରେ ଯାଉଥିଲା ହଠାତ ମୋ ଆଖି ଲାଗି ଯାଇଥିଲା। ଯେଉଁ କାରଣରୁ ଏତେବଡ଼ ଦୁର୍ଘଟଣା ଘଟିବା ସହିତ ଏଥିରେ ଜଣକଙ୍କ ଜୀବନ ଚାଲି ଯାଇଛି।’
[ad_2]