ଓଡିଶା

କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ବଢ଼ିଲା – bajravana

[ad_1]

ଭୁବନେଶ୍ବର: ବଢିଲା ମେଣ୍ଟ ଚର୍ଚ୍ଚା। ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଲା। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି। ମୁଁ ମଧ୍ୟ ଦିଲ୍ଲୀ ଉପରେ ନଜର ରଖିଛି। ଯେପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ଆସିନାହିଁ, ସେ ସଂପର୍କରେ କିଛି କହିବା ଠିକ୍ ହେବ ନାହିଁ। ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ବି ହେଉ, ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।

ସେ ଆହୁରି କହିଛନ୍ତି, ବିଜେଡି ଏକ ଆଞ୍ଚଳିକ ଦଳ, ତାଙ୍କର ଓଡ଼ିଶାରେ ନିଷ୍ପତ୍ତିି ହେବ। ମେଣ୍ଟକୁ ନେଇ କର୍ମୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହଁ। ଦଳର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ପାଇ ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଥିବା ରାଜ୍ୟ ସଭାପତି ସ୍ପଷ୍ଟ କରିଛନ୍ତି। ତେଣୁ ତାଙ୍କ ଫେରିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

କନକ ବର୍ଦ୍ଧନ କହିଛନ୍ତି, ସେମାନେ ହେଉଛନ୍ତି ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ବା ସୈନ୍ୟ। ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ହୁଏ, ସୈନ୍ୟ ଗ୍ରହଣ କରେ। ସେପଟେ ରାଜ୍ୟ ବିଜେପି ସଭାପତି ମନେମୋହନ ସାମଲ ଓ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇଛନ୍ତି। କୌଣସି ମୂହୁର୍ତ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକ କରିବେ ବୋଲି ସୂଚନା ମିଳିଛି। ଏହି ବୈଠକରେ ମେଣ୍ଟ ସମ୍ପର୍କରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button