ସ୍ୱାସ୍ଥ୍ୟ

ସ୍ତନ୍ୟପାନ କରିବା ସମୟରେ ଥକ୍କାପଣ ଭଳି ସମସ୍ୟା ଦେଖା ଯିବାର କାରଣ ଜାଣନ୍ତି କି ?

ମହିଳାମାନଙ୍କ ଜୀବନଶୈଳୀ ଏତେ ସହଜସାଧ୍ୟ ନୁହେଁ । କେତେବେଳେ ଗର୍ଭଧାରଣ ପାଇଁ ସମସ୍ୟା ଉପୁଜିଥାଏ ତ କେତେବେଳେ ଗର୍ଭଧାରଣ ପରେ । ସେହିପରି ଶିଶୁଟିକୁ ଜନ୍ମ କରିବା ପରେ ମଧ୍ୟ ଆହୁରି ଅନେକ ସମସ୍ୟା ଭୋଗିବାକୁ ପଡେ, ଯେମିତିକି ସ୍ତନ୍ୟପାନ କରିବା ସମୟରେ ।
ନୂଆ କରି ମା’ ହୋଇଥିବା ମହିଳାଙ୍କୁ ଥକ୍କା ଲାଗିଥାଏ, ଖାସ୍ କରି ସ୍ତନ୍ୟପାନ କରିବା ସମୟରେ ।

ସ୍ତନ୍ୟପାନ କରିବା ସମୟରେ ଦେଖାଦିଏ ଥକ୍କାପଣ ଭଳି ସମସ୍ୟା!
ପିଲାଟିକୁ ଜନ୍ମ ଦେବା ପରେ ମା’କୁ ବାରମ୍ବାର ଶିଶୁ ସ୍ତନ୍ୟପାନ କରାଇବା ପାଇଁ ଉଠିବାକୁ ପଡିଥାଏ । ଏହି ସମୟରେ ନିଦ ସମ୍ପୂର୍ଣ୍ଣ ହୋଇପାରି ନଥାଏ । ଯେଉଁକାରଣରୁ ଥକ୍କାପଣ ଅନୁଭବ ହୁଏ । ଏହାସହ କିଛି ମହିଳାମାନଙ୍କର ସ୍ତନ୍ୟପାନ କରାଇବା କାରଣରୁ ସ୍ତନରେ ସଂକ୍ରମଣ ହୋଇଥାଏ, ଯାହାକୁ ମେସ୍ଟାଇଟିସ କହନ୍ତି । ଏହା ହେବା ଦ୍ୱାରା ସ୍ତନ ନାଲି ପଡିବା, ଛୁଇଁଲେ ଦରଜ ହୋଇଥାଏ ।

ଯଦି ଶିଶୁକୁ ଜନ୍ମ ଦେଲାପରେ ଆପଣ ଥାଇରଏଡ୍ ଭଳି ରୋଗରେ ପୀଡିତ ହୋଇଯାଆନ୍ତି । ତେବେ ଏହି କାରଣରୁ ମଧ୍ୟ ଥକା ଲାଗିଥାଏ । ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ମା’କୁ ନିଜ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା ନିହାତି ଜରୁରୀ । ଏହି ସମୟରେ ମା’କୁ ଫାଇବର, ପ୍ରୋଟିନ ଏବଂ କ୍ୟାଲସିୟମଯୁକ୍ତ ଆହାର ଗ୍ରହଣ କରିବା ଉଚିତ । ଡାଲି ଜାତୀୟ ଖାଦ୍ୟ, ଲହୁଣୀ, କ୍ଷୀର ଓ ବାଦାମ ଆଦି ଖାଇଲେ ଶରୀରକୁ ମାତ୍ରାଧିକ ପରିମାଣରେ ପ୍ରୋଟିନ ମିଳିଥାଏ, ଏହାସହ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ମଧ୍ୟ ନିହାତି ଜରୁରୀ । ସ୍ତନ୍ୟପାନ କରୁଥିବା ମହିଳା ପିଲାକୁ କ୍ଷୀର ଖୁଆଇବା ପରେ ଶରୀରରେ ଶୁଷ୍କତା ମଧ୍ୟ ଅନୁଭବ କରିଥାଆନ୍ତି । କାରଣ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଯାଇଥାଏ । ଏହାସହ ଆପଣ ନିଜକୁ ଚଳଚଞ୍ଚଳ ରଖିବା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ ।

ଡାକ୍ତରଙ୍କୁ କେତେବେଳେ ପରାମର୍ଶ କରିବେ?
ଯଦି ଆପଣ ସୁସ୍ଥ ପୋଷକତତ୍ତ୍ୱ ଆହାର ଗ୍ରହଣ କରିବା ପରେ, ମାତ୍ରାଧିକ ଥକ୍କାପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପୋଷ୍ଟପାର୍ଟମ କାରଣରୁ ମଧ୍ୟ ଥକ୍କା ଲାଗିଥାଏ । ଡାକ୍ତରଙ୍କୁ ପରାମର୍ଶ କଲେ ସେ ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button