ନିଜକୁ ନୌସେନା ଅଧିକାରୀ ପରିଚୟ ଦେଇ ଯୁବତୀଙ୍କୁ ଫସାଇଥିଲା ଯୁବକ, ବ୍ଲାକ୍ମେଲ କରି ଗିରଫ – bajravana
[ad_1]
ଭୁବନେଶ୍ବର: ମାଟ୍ରିମୋନି ସାଇଟ୍ରେ ନିଜକୁ ନୌସେନା ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବ୍ଲାକ୍ମେଲ କରିବା ମହଙ୍ଗା ପଡ଼ିଛି। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରି ଜଣେ ଯୁବକ ବନ୍ଧା ହୋଇଛି। ଗିରଫ ଅଭିଯୁକ୍ତର ନାମ ସୌମ୍ୟରଂଜନ ମିଶ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ମାଟ୍ରିମୋନି ସାଇଟରେ ନିଜକୁ ନୌସେନା ଅଧିକାରୀ କହି ସୌମ୍ୟରଂଜନ ମିଛ ଆକାଉଣ୍ଟ ଖୋଲିଥିଲା। ଏହି ପ୍ରୋଫାଇଲରେ ନିଜକୁ ଅଧିକାରୀ ଭାବେ ଉଲ୍ଲେଖ କରିଥିଲା। ସେହି ପ୍ରୋଫାଇଲ ଦେଖି ପୀଡ଼ିତା ଓ ତାଙ୍କ ପରିବାର ଲୋକ ଫାଶରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ବାହାଘର ଠିକ ହୋଇଥଲା। ବାହାଘର ପୂର୍ବରୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଓ ଫଟୋକୁ କ୍ୟାମେରାରେ କଏଦ କରିଥିଲା ଅଭିଯୁକ୍ତ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଯୁବକ ମିଛ ପ୍ରୋଫାଇଲ କରିଥିବା ନେଇ ପରିବାର ଲୋକ ଜାଣିବା ପରେ ବାହାଘର ଭାଙ୍ଗିଥିଲେ।
ବିବାହ ଭାଙ୍ଗିଯିବା ପରେ ଅଭିଯୁକ୍ତ ସୌମ୍ୟରଂଜନ ଫଟୋ ଓ ଭିଡ଼ିଓ ଭାଇରାଲ କରିବାର ଭୟ ଦେଖାଇ ଯୁବତୀଙ୍କୁ ବ୍ଲାକମେଲ କରିଥିଲା। ଏହାରି ଭିତରେ ଯୁବତୀଙ୍କ ବାହାଘର ଅନ୍ୟତ୍ର ଠିକ ହୋଇଥିଲା। କିନ୍ତୁ ସୌମ୍ୟରଂଜନ ଏହାକୁ ସହ୍ୟ କରିପାରି ନଥିଲା। ପ୍ରତିଶୋଧ ପରାୟଣ ହୋଇଥିଲା। ପୀଡିତାଙ୍କ ସହିତ ଯେଉଁଠି ବିବାହ ଠିକ୍ ହୋଇଥିଲା, ସେଠାକୁ ମୋବାଇଲରେ ପୂର୍ବରୁ ରେକର୍ଡ କରି ରଖିଥିବା ଅନ୍ତରଙ୍ଗ ମୁହୁର୍ତ୍ତ ଭିଡ଼ିଓ ଓ ଫଟୋକୁ ପଠାଉ ଥିଲା। ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ସୌମ୍ୟରଂଜନ ମିଶ୍ରକୁ ପୁଲିସ ଗିରଫ କରିଛି
[ad_2]