ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ – bajravana
[ad_1]
ସିକନ୍ଦରାବାଦ,୨୩/୨ : ତେଲଙ୍ଗାନାର ସିକନ୍ଦରାବାଦ କେଣ୍ଟ ସିଟ୍ରୁ ବିଧାୟିକା ଭାବେ ଜି ଲସ୍ୟା ନନ୍ଦିତା ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା। ସୁଲତାନପୁର ଆଉଟର ରିଙ୍ଗ ରୋଡରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ BRS ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ ବର୍ଷ ହୋଇଥିଲା।
ବିଧାୟିକାଙ୍କ ଗାଡ଼ିଟି ଦ୍ରୁତ ଗତିରେ ରିଙ୍ଗ ରୋଡରେ ଯାଉଥିବା ବେଳେ ଡ୍ରାଇଭରଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇ ଯାଇଥିଲା। । ଫଳରେ ଗୁରୁତର ହୋଇ ପଡ଼ିଥିବା ବିଧାୟିକା ଜି ଲସ୍ୟା ନନ୍ଦିତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ କାର୍ ଡ୍ରାଇଭର ଗମ୍ଭୀର ରୂପେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଜି ଲସ୍ୟା ନନ୍ଦିତା ଙ୍କ ପିତା ଜି ସାୟାନ୍ନା ସିକନ୍ଦରାବାଦର କେଣ୍ଟ ସିଟ୍ରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଗତ ବର୍ଷ ଫେବୃୟାରୀରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ହୋଇଥିବା ନିର୍ବାଚନରେ ନନ୍ଦିତା ସିକନ୍ଦରାବାଦରୁ ନିର୍ବାଚନ ମଇଦାନକୁ ଓହ୍ଳାଇଥିଲେ ଓ ବିଜୟୀ ହୋଇଥିଲେ। ସେ ବିଜେପି ପ୍ରାର୍ଥୀଙ୍କୁ ୧୭ ହରାଇ ଭୋଟରା ହରାଇ ଜିତିଥିଲେ।
[ad_2]