ଦେଶ ବିଦେଶ

ଅଭିନେତା ଋତୁରାଜ ସିଂହଙ୍କ ପରଲୋକ – bajravana

[ad_1]

ନୂଆଦିଲ୍ଲୀ, ୨୦/୨ : ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂହଙ୍କ ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି । ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ଅମିତ ଭେଲ ତାଙ୍କ ମୃତ୍ୟୁ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍’, ‘ଅଦାଲତ’, ‘ଦିୟା ଔର ବାତି ହମ୍’ ଭଳି ଅନେକ ଟିଭି ଧାରାବାହିକରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ। ବର୍ତ୍ତମାନର ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ମଧ୍ୟ ଅଭିନୟ କରିିଥିଲେ ଋତୁରାଜ। କେହି ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ସୂଚନାଯୋଗ୍ୟ, କିଛିଦିନ ଧରି ଅଗ୍ନାଶୟଜନିତ ରୋଗରେ ପୀଡ଼ିତ ଥିଲେ ଋତୁରାଜ ସିଂହ। ଧାରାବାହିକ ବ୍ୟତୀତ ‘ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲ୍‌ହନିଆ’ ଭଳି ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ସମେତ ଅନେକ ୱେବସିିରିଜରେ ମଧ୍ୟ ଋତୁରାଜ ସିଂହଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button