ମନୋରଞ୍ଜନ

ପ୍ଲାଷ୍ଟିକ୍‌ ସର୍ଜରୀ କରି ଟ୍ରୋଲ୍‌ ହୋଲ ୩୭ ବର୍ଷୀୟା ଅଭିନେତ୍ରୀ ଆୟେଶା ଟାକିଆ – bajravana

[ad_1]

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆୟେଶା ଟାକିଆ ତାଙ୍କର ସୁନ୍ଦର ଚେହେରା ଓ ଫିଗର୍‌ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ସେ ନିଜକୁ ସୁନ୍ଦର କରିବା ପାଇଁ ପ୍ଲାଷ୍ଟିକ୍‌ ସର୍ଜରୀର ସହାୟତା ନେଇଥିବା ଦେଖିବାକୁ ମିଳିଛି। ଦୁଃଖର କଥା ହେଉଛି, ସର୍ଜରୀ ପରେ ଆୟେଶାଙ୍କ ଚେହେରା ପ୍ରଶଂସକଙ୍କୁ ସେତେଟା ଭଲ ଲାଗିନାହିଁ।

ତାଙ୍କ ଦୀର୍ଘ ବ୍ୟବଧାନ ପରେ ଶୁକ୍ରବାର ଦିନ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ‌ତାଙ୍କର ଓଜନ ବୃଦ୍ଧି ଓ ପରିବର୍ତ୍ତନ ହୋଇ ଯାଇଥିବା ଚେହେରାକୁ ଦେଖି ଲୋକେ ଖୁବ୍ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। ବ୍ୟବହାରକାରୀଙ୍କ କହିବାନୁସାରେ, ପ୍ଲାଷ୍ଟିକ୍‌ ସର୍ଜରୀ ହିଁ ତାଙ୍କ ଚେହେରାକୁ ଅସୁନ୍ଦର କରିଦେଇଛି। ଅନେକ ଲୋକ ତାଙ୍କ ମୋଟାପାକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି।

ଆୟେଶା ଏବେ ସୋସିଆଲ୍‌ ମିିଡିଆ ପୋଷ୍ଟ୍‌ ଜରିଆରେ ଟ୍ରୋଲର୍ସଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ ନିଜର ଏକ ଫଟୋ ପୋଷ୍ଟ୍‌ କରି ଭଲପାଇବା ଓ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ସେ ତାଙ୍କ କ୍ୟାପ୍‌ସନ୍‌ରେ ଲେଖିଛନ୍ତି କି ଦୁନିଆ ଲୋକଙ୍କ କଥା ତାଙ୍କ ଉପରେ କିଛି ପ୍ରଭାବ ପକାଇବ ନାହିଁ। ସେ କେବଳ ଭଲପାଇବା ବାଣ୍ଟିବାକୁ ଚାହାନ୍ତି। ସେ ଲୋକଙ୍କୁ ନିଜ କାମ ସଚ୍ଚୋଟତା ଓ ଭଲପାଇବାର ସହ କରିବାକୁ ପରାମର୍ଶ ଦେଇଛନ୍ତି।

ଆପଣ ଜାଣନ୍ତି ନିଶ୍ଚୟ ଯେ ଅଭିନେତ୍ରୀ ‘ତାର୍ଜନ: ଦ ୱଣ୍ଡର୍‌ କାର୍‌’, ‘ୱାଣ୍ଟେଡ୍‌’ ଓ ‘ଦିଲ୍‌ ମାଗେ ମୋର୍‌’ ପରି ଫିଲ୍ମରୁ ନିଜର ପରିଚୟ ବନାଇଛନ୍ତି। ହେଲେ ବିବାହ ଓ ପିଲାର ମାଆ ହେବା ପରେ ସେ ଗ୍ଲାମର୍‌ ଦୁନିଆରୁ ଦୂରେଇ ଯାଇଥିଲେ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button