ଓଡିଶା

ସ୍ବପ୍ନାଦେଶ ପରେ ମହାଦେବଙ୍କ ଆବିର୍ଭାବ, ଧୁମ୍‌ଧାମ୍‌ରେ ପାଳନ ହେବ ମହାଶିବରାତ୍ରୀ – bajravana

[ad_1]

ରାୟଗଡ଼ା: ରାୟଗଡା ବ୍ଲକ ଅନ୍ତର୍ଗତ କଟୁଳି ପଞ୍ଚାୟତର ଦେଓଝୋଲା ଗ୍ରାମ। ଏହିଗ୍ରାମର ସାହେବ ମିନିଆକା ନିଜର ପତ୍ନୀ ସାବୀ ମିନିଆକା ଏବଂ ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ଦିନେ ସାହେବଙ୍କୁ ସ୍ବପ୍ନ ହେଲା ଯେ ମାଟି ତଳେ ମୁଁ ପୋତି ହୋଇ ରହିଯାଇଛି ମୋତେ ଉଦ୍ଧାର କର। ରାତିରେ ସ୍ବପ୍ନରେ ଯେଉଁ ସ୍ଥାନର କଥା ସେ ଦେଖିଥିଲେ ସେହି ସ୍ଥାନକୁ ଯାଇ ସକାଳୁ କୋଦାଳରେ ଖୋଳିବା ପରେ ପାତାଳ ଫୁଟା ମହାଦେବ ଆବିର୍ଭାବ ହୋଇଥିଲେ। ସେ ସ୍ବପ୍ନରେ ଯାହା ଦେଖିଥିଲେ ତାହା ହିଁ ଥିବା ସେ କହନ୍ତି। ସେହି ଦିନ ଠାରୁ ଏଠାରେ ଏକ କୁଡ଼ିଆ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରାଯାଉଛି। ପ୍ରତିଦିନ ଦୀପଧୁପ ଦେବା ସହ କଦଳୀ ନଡିଆ ଭୋଗ ହୁଏ। ଆଖପାଖ ଗାଁର ଲୋକମାନେ ଏଠାକୁ ପ୍ରତିଦିନ ପୂଜା କରିବାକୁ ଆସନ୍ତି।

ଆସନ୍ତା ଶିବରାତ୍ରୀ ମଧ୍ୟ ଏଠାରେ ଧୁମଧାମରେ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପାତାଳ ଫୁଟା ମହାଦେବଙ୍କୁ ପୂଜାର୍ଚ୍ଚନା କଲେ ମାନସିକ ପୂରଣ ହୁଏ ବୋଲି ଲୋକଙ୍କର ବିଶ୍ବାସ ରହିଛି। ତେଣୁ ପ୍ରାୟତଃ ଲୋକେ ନିଜର ମାନିସକ ନେଇ ଏଠାକୁ ଆସନ୍ତି ବୋଲି ପୂଜକ ସାହେବ କହନ୍ତି। ପାତାଳ ଫୁଟା ମହାଦେବ ଆବିର୍ଭାବ ହୋଇ ପ୍ରାୟ ବର୍ଷକରୁ ଅଧିକା ସମୟ ହୋଇଯାଇଥିବା ବେଳେ ଲୋକଙ୍କର ବିଶ୍ବାସ ସେତିକି ନିବିଡ ହେବାକୁ ଲାଗିଛି। ଏବେ ଗ୍ରାମବାସୀ ମିଳିମିଶି ଏକ ଘର ବନାଇଛନ୍ତି। ଆଗକୁ ମନ୍ଦିର କରିବା ନେଇ ଯୋଜନା ରହିଥିବା କହନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button