ଓଡିଶା

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଅଶ୍ୱିନୀ ବୈଷ୍ଣବ – bajravana

[ad_1]

ଭୁବନେଶ୍ୱର: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିଛନ୍ତି | ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ଥିଲେ | ୧୦ ଜଣ ପ୍ରସ୍ତାବକଙ୍କ ଉପସ୍ଥିତିରେ ଅଶ୍ୱିନୀ ୨ ସେଟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ଓଡିଶାରୁ ତୃତୀୟ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିଛନ୍ତି | ଉଲ୍ଲେଖ ଥାଉ କି ଗତକାଲି ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶାରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାମ ଘୋଷଣା କରାଯାଇଥିଲା ।

ଏହାର କିଛି ସମୟ ପରେ ବିଜେଡି ପକ୍ଷରୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଥିଲା। ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥିତ୍ବକୁ ବିଜେଡି ସମର୍ଥନ କରିବ ବୋଲି ଏଥିରେ କୁହାଗଲା। କାରଣରେ ଦର୍ଶାଗଲା ଯେ ରାଜ୍ୟରେ ରେଳବାଇ ଓ ଟେଲିକମ୍ ବିକାଶରେ ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ଥାଉ କି ୨୦୧୯ ମସିହାରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଉଭୟ ଦଳ ଏଠାରେ ପରସ୍ପର ବିରୋଧରେ ଲଢ଼ୁଥିଲା ବେଳେ ରାଜ୍ୟସଭାରେ ମିଳିତ ପ୍ରାର୍ଥୀ ଦେବା ଘଟଣାକୁ କେହି ସହଜରେ ଗ୍ରହଣ କରି ନଥିଲେ।

ଏଥିପାଇଁ ଉଭୟ ଦଳ ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। ଏବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ଆସନ ଆଉ ଦେବନାହିଁ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଥିଲା। ତେବେ ସବୁ ପୂର୍ବାନୁମାନକୁ ଉଭୟ ବିଜେପି ଓ ବିଜେଡି ଭୁଲ୍‌ ପ୍ରମାଣିତ କରିଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button