ଓଡିଶା

ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବେ ରାଜ୍ୟ ସରକାର – bajravana

[ad_1]

ଭୁବନେଶ୍ବର: ଯାଜପୁରରେ ନୂଆ-ଓ କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,  +୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ଏଣିକି ଛାତ୍ରବୃତ୍ତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ।

କଲେଜର ୯୫% +୩ ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି। ଛାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ଓ ଛାତ୍ରମାନଙ୍କୁ ୯ ହଜାର ଟଙ୍କା ମିଳିବ। ପାଖାପାଖି ସାଢେ ୪ ଲକ୍ଷ ଛାତ୍ରଛାତ୍ରୀ ଏହି ନୂଆ-ଓ ଛାତ୍ରବୃତ୍ତି ପାଇବେ। ସେହିଭଳି ପାଖାପାଖି ୩୫ ହଜାର ପିଜି ଛାତ୍ରଛାତ୍ରୀ ମଧ୍ୟ ଏହି ବୃତ୍ତି ପାଇବେ। ପ୍ରତିବର୍ଷ ଏହି ଛାତ୍ରବୃତ୍ତି ମିଳିବ। ଆସନ୍ତା ୨୦ରୁ ୨୫ ତାରିଖ ମଧ୍ୟରେ ଏହି ଛାତ୍ରବୃତ୍ତି ସିଧାସଳଖ  ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଆସିବ।

ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଅଭିଭାବକଙ୍କ ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବନି। ସବୁ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦେବାରେ ସାରା ଭାରତବର୍ଷରେ ଓଡ଼ିଶା ପ୍ରଥମ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button