ବେପାରୀଙ୍କ ହାବୁଡ଼ରେ ଚାଷୀ: ୬ ଲକ୍ଷ କୁଇଣ୍ଟାଲ୍ ଧାନ ନେଇଗଲେ! – bajravana
[ad_1]
ବାରିପଦା: ମୟୂରଭଞ୍ଜରେ ଧାନ ସଂଗ୍ରହକୁ ୨ ମାସ ହେଲାଣି। ସରକାରୀ ରିପୋର୍ଟ ଅନୁଯାୟୀ ଏବେ ବି ଜିଲ୍ଲାର ପାଖାପାଖି ୨୩ ହଜାର ପଞ୍ଜୀକୃତ ଚାଷୀଙ୍କର ଧାନ ବିକ୍ରି ବାକି ଅଛି। ହେଲେ ମଣ୍ଡିକୁ ଧାନ ଆସୁନି। ଫଳରେ ପ୍ରଶ୍ନ ଉଠୁଛି, ସେହି ଧାନ ସବୁ ଗଲା କୁଆଡ଼େ? କୁହାଯାଉଛି ଯେ ବାହାର ବେପାରୀମାନେ ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ଚାଷୀଙ୍କ ଘରୁ ଧାନ କିଣି ନେଉଥିବା ଯୋଗୁଁ ଏପରି ସ୍ଥିତି। ଜିଲ୍ଲାରେ ଡିସେମ୍ବର ୧୦ରୁ ଖରିଫ ଧାନକିଣା ଆରମ୍ଭ ହୋଇଥିଲା। ଏଥିପାଇଁ ୧୦୩ଟି ମଣ୍ଡି ଖୋଲାଯାଇଥିଲା। ଧାନ ବିକିବା ପାଇଁ ୫୪ ହଜାର ୨୩୯ ଜଣ ଚାଷୀ ନାମପଞ୍ଜୀକରଣ କରିଥିଲେ। ଯେଉଁମାନଙ୍କ ପାଖରୁ ମୋଟ୍ ୧୭ ଲକ୍ଷ ୬୬ କୁଇଣ୍ଟାଲ୍ ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ଧାନକିଣାକୁ ୨ ମାସ ବିତିଯାଇଥିଲେ ବି ଏଯାଏ ୩୧ ହଜାର ୪୭୮ ଜଣ ଚାଷୀଙ୍କଠାରୁ ୧୨ ଲକ୍ଷ ୬୮ ହଜାର ୬୭୭ କୁଇଣ୍ଟାଲ୍ ଧାନ ସଂଗ୍ରହ ହୋଇପାରିଛି। ବାକି ୨୩ ହଜାର ଚାଷୀଙ୍କ ପାଖରୁ ୬ ଲକ୍ଷ କୁଇଣ୍ଟାଲ୍ ଧାନ ସଂଗ୍ରହ ବାକି ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀମାନେ ଆଉ ମଣ୍ଡିରେ ଧାନ ନବିକି ବାହାର ବେପାରୀଙ୍କୁ ଘରେ ବିକି ଦେଉଛନ୍ତି। ଶାମାଖୁଣ୍ଟା ବ୍ଲକ୍ ଗୋବିନ୍ଦପୁର ଗାଁ’ର ଦେବାନନ୍ଦ ଜେନା ଓ ମଳୟ ନାଏକଙ୍କ କହିବା ଅନୁସାରେ; ଚାଷୀମାନେ ସରକାରୀ ମଣ୍ଡିରୁ ମୁହଁ ଫେରାଇବାର ମୁଖ୍ୟ କାରଣ ଓଡ଼ିଶା ସରକାର କୁଇଣ୍ଟାଲ୍ ପ୍ରତି ୨୧ ଶହ ଟଙ୍କା ଦେଉଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ବେପାରୀମାନେ କୁଇଣ୍ଟାଲ୍ ପ୍ରତି ୨୫ ଶହରୁ ୨୮ ଶହ ଟଙ୍କା ଦେଉଛନ୍ତି। ଏହା ସହିତ ଓଡ଼ିଶା ମିଲର୍ଙ୍କ ମନମାନି, କୁଇଣ୍ଟାଲ୍ ପିଛା ୫ରୁ ୬ କିଲୋ ଧାନ କଟ୍ନିଛଟ୍ନି ପରି ସମସ୍ୟା ମଧ୍ୟ ରହିଛି। ଏନେଇ ବାରିପଦା ସମବାୟ ସମୂହ ଉପନିବନ୍ଧକ କୃଷ୍ଣଚନ୍ଦ୍ର ଦାସଙ୍କୁ ପଚରାଯାଇଥିଲା। ସେ ମଣ୍ଡିକୁ ଧାନ ଆସୁ ନଥିବା କଥାକୁ ସ୍ବୀକାର କରିଛନ୍ତି। କହିଛନ୍ତି, ମାର୍ଚ୍ଚ ପର୍ଯ୍ୟନ୍ତ ଧାନ ସଂଗ୍ରହ ଅବଧି ଥିବାରୁ ସେବେଯାଏ ଆମକୁ ଅପେକ୍ଷା କରିବାକୁ ପଡ଼ିବ।
[ad_2]