ଦାରିଦ୍ର ସୀମାରେଖା ତଳେ ରାଜ୍ୟରେ ରହିଛନ୍ତି ୧୦ ପ୍ରତିଶତ ଲୋକ: ମୁଖ୍ୟମନ୍ତ୍ରୀ – bajravana
[ad_1]
ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ଼ର ଶିଶୁକନ୍ୟା ‘ପରୀ’ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହରେ ବିବୃତି ରଖିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି- ପରୀ ଘଟଣାରେ ଦୋଷୀ ଗତକାଲି ଦଣ୍ଡ ପାଇସାରିଛି। ପରୀ ଭଳି ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି। ନିର୍ବାଚନ ସମୟରେ ରାଜନୀତି ହେବା କଥା। କିନ୍ତୁ ବିରୋଧୀ ହୀନ ରାଜନୀତି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଏସକେୱାଇ କାର୍ଡ ଦେଶର ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଆଦିବାସୀମାନଙ୍କ ଚିକିତ୍ସା ପାଇଁ ସହାୟକ ହେଉଛି। ସେପଟେ ଓଡ଼ିଶା ଆଜି ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟରେ ୨୦୦୦ ମସିହାରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୧୦ ପ୍ରତିଶତକୁ ଖସିଛି। ଏହା ରାଜ୍ୟ ସରକାରଙ୍କ ବଡ ସଫଳତା।
ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ପରୀ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ଅଦାଲତ ୩୧ ଜଣ ସାକ୍ଷୀ, ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ,୨୦୨୦ ଜୁଲାଇ ୧୪ ତାରିଖରେ ବର୍ଷ ବୟସର ଶିଶୁକନ୍ୟା ପରୀ ଗାଁ ଦାଣ୍ଡରେ ଖେଳୁଥିଲା। କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ପରୀକୁ ହଠାତ୍ ଗାଏବ କରି ନେଇଥିଲା। ସେହି ମାସ ୨୩ରେ ତା’ର ଶବ ଉଦ୍ଧାର ହୋଇଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ହତ୍ୟାକାରୀକୁ ଗିରଫ କରିଥିଲା। ଏହି କୁନି ନାବାଳିକାର ହତ୍ୟା ତଥା ଦୁଷ୍କର୍ମ ମାମଲା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିଲା।
[ad_2]