ଦେଶ ବିଦେଶ

ଜଙ୍ଗଲ ନିଆଁରେ ଜଳୁଛି ଚିଲି – bajravana

[ad_1]

ନୂଆଦିଲ୍ଲୀ, ୬/୨ : ଭୟଙ୍କର ଜଙ୍ଗଲ ନିଆଁରେ ଜଳୁଛି ଚିଲି । ଜଙ୍ଗଲଠାରୁ ଘର ଦ୍ୱାର ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ଜଙ୍ଗଲି ଜୀବଜନ୍ତୁ ଜିଅନ୍ତ ଦଗ୍ଧ ହୋଇଛନ୍ତି । ଘରଦ୍ୱାର ପୋଡି ଯିବାକୁ ଶତାଧିକ ମୃତ୍ୟୁ ବରଣ କରିଛନ୍ତି । ଚିଲିର ସ୍ଥିତି ଏତେ ଭୟଙ୍କର ରହିଛି ଯେ, ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର । ହୁତୁ ହୁତୁ ହୋଇ ଜଳି ଚାଲିଛି ଜଙ୍ଗଲ ଠାରୁ କୋଠାବାଡି । ଶହ ଶହ ସଂଖ୍ୟାରେ ଘର, ଗାଡି ସବୁ ପୋଡି ଜଳି ନଷ୍ଟ ହୋଇ ଯାଇଛି । ଜଙ୍ଗଲ ନିଆଁଯେ, ଏତେ ଭୟଙ୍କର ହେବ ସେ କଥା କେହି କଳ୍ପନା କରି ପାରୁ ନାହାଁନ୍ତି । ଅଗ୍ନିଶମ ବାହିନୀ ଲଗାତାର ଭାବେ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଦୁଇ ଦିନ ତଳେ ଜଙ୍ଗଲରେ ଲାଗିଥିବା ନିଆଁ ଜନବସତି ମୁହାଁ ହୋଇ ସବୁ ପୋଡି ପାଉଁଶ କରିଦେଇଛି । ଏଥିରେ ମୃତ୍ୟୁ ସଂଖ୍ୟା ଶହେ ଟପି ଥିବାବେଳେ ଏବେ ଆହୁରି ଅନେକ ଲୋକ ନିଖୋଜ ଥିବା ସୂଚନା ରହିଛି । ଶହ ଶହ ସଂଖ୍ୟାରେ ପଶୁ ପକ୍ଷୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ୧୪ ଶହ ଘର ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ବିନା ଜେଲ୍ ମାର ଓ ଭାରପରାଇସୋ ଅଂଚଳରେ ନିଆଁର ପ୍ରକୋପ ଅଧିକ ରହିଛି । ଏ ଅଂଚଳରେ ମୃତ୍ୟୁ ସଂଖ୍ୟା ବି ଅଧିକ ରହିଛି । ନିଆଁ ଆୟତ ହେଉନଥିବାରୁ ସମଗ୍ର ଦେଶରେ ଜରୁରୀକାଳୀନ ସ୍ଥିତିର ଘୋଷଣା କରିଛନ୍ତି ଚିଲି ସରକାର । ଏହି ଭୟଙ୍କର ଅଗ୍ନିକାଣ୍ଡ ପ୍ରକୃତି ଦତ ନା ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଯାଇଛି, ତାହା ଜଣା ପଡିନାହିଁ । ପରସ୍ଥିତି ନିୟନ୍ତ୍ରଣକୁ ଆସିଲେ ସେନେଇ ତଦନ୍ତ କରାଯିବ ବୋଲି ଚିଲି ସରକାର କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button