ରାଜନୀତି

ରଘୁରାମ ରାଜନଙ୍କୁ ରାଜ୍ୟସଭା ପଠାଇପାରେ କଂଗ୍ରେସ – bajravana

[ad_1]

ନୂଆଦିଲ୍ଲୀ, ୩/୧ : ମହାରାଷ୍ଟ୍ରରୁ ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇପାରେ । କିଛି ଦିନ ପୂର୍ବେ ରଘୁରାମ ରାଜନ ଶିବସେନା (ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ବୈଠକ କରିଥିଲେ । ଏହା ଚର୍ଚ୍ଚା ଜୋର ଧରିଥିଲା ଯେ ରଘୁରାମ କଂଗ୍ରେସ କିମ୍ୱା ଏମବିଏର ପ୍ରାର୍ଥୀ ହୋଇପାରନ୍ତି । ଠାକରେ ନିଜ ପତ୍ନୀ ରଶ୍ମୀ ଏବଂ ପୁଅ ଆଦିତ୍ୟ, ତେଜସଙ୍କ ସହ ରଘୁରାମ ରାଜନଙ୍କୁ ନିଜ ଘରେ ସ୍ୱାଗତ କରିଥିଲେ । ଉଦ୍ଧବ ଗୋଷ୍ଠୀ ଏହାକୁ ସୌଜନ୍ୟମୂଳକ ସାକ୍ଷାତ କହିଥିଲେ । ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜନୀତିକ ମହଲରେ ଏହାକୁ ନେଇ ଚର୍ଚ୍ଚା ଅଧିକ ହୋଇଛି । ମହାରାଷ୍ଟ୍ରରେ ରାଜ୍ୟସଭାର ୬ ଆସନ ଖାଲି ହେବ ଏବଂ ନିର୍ବାଚନରେ ନୂଆ ପ୍ରାର୍ଥୀ ନିର୍ବାଚିତ ହେବେ । ସମୀକରଣ ଅନୁସାରେ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଧାନସଭାରେ ଅତି କମରେ ୪୨ ଜଣ ବିଧାୟକଙ୍କ ଭୋଟ ଦରକାର ପଡ଼ିବ । ମହାରାଷ୍ଟ୍ର ରାଜନୀତିର ଦୁଇଟି ବଡ଼ ପାର୍ଥୀ ଶିବସେନା ଏବଂ ଏନସିପି ବିଭାଜିତ ହୋଇଛି । କଂଗ୍ରେସ ପାଖରେ ୪୪ ବିଧାୟକ ଅଛନ୍ତି । ଏପରିସ୍ଥଳେ ଯଦି ଏମବିଏ ଏକତା ଦେଖାଇବା ପାଇଁ ଠାକରେ ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button