ଓଡିଶା

ଅଭିମନ୍ୟୁ ସାମନ୍ତ ସିଂହାର +୨ କଲେଜରେ କୃତ୍ତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଅଭିମନ୍ୟୁ ସାମନ୍ତ ସିଂହାର +୨ ମହାବିଦ୍ୟାଳୟ ର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ସୁଧୁରିବାର ଲାଗିଛି । ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଜଣେ ଛାତ୍ର କିମ୍ବା ଛାତ୍ରୀ ଅନୁଷ୍ଠାନ ଓ ଏ ଜାତିର ସମ୍ପତି ବୋଲି ଚିନ୍ତାକରି ସେମାନଙ୍କ ଭବିଷ୍ୟତ ତିଆରି ଲାଗି ଅକ୍ଳାନ୍ତ ପରିଶ୍ରମ କରୁଥିବାର ଦେଖାଯାଉଛି । ତେବେ ବିଗତ ଶିକ୍ଷା ବର୍ଷରେ ଅନୁଷ୍ଠାନର ୩ ଜଣ ଛାତ୍ର ଛାତ୍ରୀ ସତକାରଙ୍କ ଦ୍ୱାରା ପ୍ରଦତ୍ତ ୩୦ ହଜାର ଲେଖାଏଁ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପୂଜ୍ୟ ପୂଜାର ମହାମାଟି ବିଦଗ୍ଦ କବିଙ୍କ ଜନ୍ମପୀଠ ବାଲିଆ ।

ଏହି ପରମ୍ପରାକୁ ରକ୍ଷା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମୂଳକ ମନୋଭାବ ବୃଦ୍ଧି କରିବା ପାଇଁ ଆଜି ତ୍ରୟ ଛାତ୍ର ଛାତ୍ରୀ ଶୁଭଶ୍ରୀ ଜେନା, ଜ୍ୟୋତି ପ୍ରକାଶ ମହାନ୍ତି, ସ୍ମୃତି ରଂଜନ ନାୟକ ଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହିତ କିଛି ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ମଳୟ କୁମାର ଜେନାଙ୍କ ସ୍ୱତନ୍ତ୍ର ଆଗ୍ରହର ବାର୍ତ୍ତା ବହନ କରେ । ଅନ୍ୟ ପକ୍ଷରେ ଯୁବ ଅଧ୍ୟାପକ ପ୍ରଦିପ କୁମାର ମୁଦୁଲି ଓ ସୁଧାଂଶୁ ଶେଖର ବାଗ୍ ଦୁଇ ଯୁବ ଅଧ୍ୟାପକଙ୍କ ଙ୍କ ସମର୍ପାଣାତ୍ମକ ଚିନ୍ତାଧାରା ସହିତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କର ଏକ ନିଷ୍ଟ ମନୋଭାବ ପାଇଁ ଅଭିମନ୍ୟୁ ସାମନ୍ତ ସିଂହାର +୨ ମହାବିଦ୍ୟାଳୟ ଆଜି ଶିକ୍ଷାର ଉନ୍ନତି ପାଇଁ ପଥ ଫିଟାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ଜେନା ମୁକ୍ତ କଣ୍ଠରେ ପ୍ରକାଶ କରିବାସହ ସମର୍ପଣାତ୍ମକ ଚେତନା ଦ୍ୱାରା ବିଦଗ୍ଧ କବିଙ୍କ ନାମାଙ୍କିତ ଅନୁଷ୍ଠାନର ଗାରିମାକୁ ବର୍ଦ୍ଧିତ କରିବ ବୋଲି କହିଥିଲେ । ପ୍ରଫେସର ଡ.ଜିତେନ୍ଦ୍ର କୁମାର ଦାଶ, ପ୍ରଫେସର ଶ୍ୟାମ ସୁନ୍ଦର ନାୟକ, ଅଧ୍ୟାପିକା ପ୍ରଗତୀ ଦାସ, ଅଧ୍ୟାପକ ମନୋରଂଜନ ଜେନା, ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ମହାନ୍ତି , ଅଧ୍ୟାପିକା ନିହାରୀକା ବିଶ୍ୱାଳ, ଅଧ୍ୟାପିକା ସରୋଜିନୀ ପୃଷ୍ଟି ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ସଦାସର୍ବଦା ଇଚ୍ଛା ଶକ୍ତି କୁ ଅଧିକ ସାଧନାମୟ କରି ନିଜକୁ ଜଣେ ଭଲ ମଣିଷ କରି ଗଢି ତୋଳିବାକୁ ଆହ୍ୱାନ ଜଣାଇଥିଲେ । ତେବେ ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଦଗ୍ଦ କବି ସାଂସ୍କୃତିକ ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମାହିତ ହୋଇଥିବା କଥା କବି ଶରତ କୁମାର ଜେନା ପ୍ରକାଶ କରିବା ସହିତ ଅଭିମନ୍ୟୁ ସାମନ୍ତ ସିଂହାର +୨ କଲେଜ ମାତ୍ର ୧ ବର୍ଷ ମଧ୍ୟରେ ଯାଜପୁର କାହିଁକି ସାରା ରାଜ୍ୟରେ ଏକ ଅନନ୍ୟ ଉଦାହରଣ ହେବ ବୋଲି ଦୃଢୋକ୍ତି ବାଢିଛନ୍ତି । ବିଦଗ୍ଦ କବି ସାଂସ୍କୃତିକ ବିଭାଗ ତରଫରୁ ଅଧ୍ୟାପିକା ପ୍ରଗତୀ ଦାସ କହିଲେ ଯେ ଆଗାମୀ ଦିନରେ ଆମ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆମ ଅନୁଷ୍ଠାନରେ ଶିକ୍ଷକ ଅଭାବ ହେବେ । ଏହି କଥା କହିବା ବେଳେ ୨୦୦ ଶହରୁ ଅଧିକ ଛାତ୍ର ଛାତ୍ରୀ କରତାଳି ବଜାଇ ନିଜର ସମର୍ଥନ ଜଣାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button