ଓଡିଶା

କୁକୁର ବନ୍ଧ୍ୟାକରଣ କେବେ? ଅନିଶ୍ଚିତତାରେ ଜଳାତଙ୍କ-ମୁକ୍ତ ସହର ଘୋଷଣା – bajravana

[ad_1]

ଆହୁରି ୭ ଦିନ ବିଳମ୍ବ ହୋଇପାରେ, କଟକଣା ହଟିବାକୁ ମାସେ ପୂରିବ

ଭୁବନେଶ୍ବର: ଗତ ମାସ ୯ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ଲାଗିଥିବା କଟକଣା ହଟିଥିଲା। କମିଟି ଗଠନ ନ କରି ବନ୍ଧ୍ୟାକରଣ କରୁଥିବାରୁ ଏହାକୁ ବନ୍ଦ କରିବାକୁ ହୋଇଥିବା ପିଟିସନ ହାଇକୋର୍ଟ ଖାରଜ କରିବା ପରେ ପୁଣି ଥରେ ବନ୍ଧ୍ୟାକରଣ ଆରମ୍ଭ କରିବାକୁ ବିଏମ୍‌ସିକୁ ସ୍ବୀକୃତି ମିଳିଥିଲା। ୬ ମାସ ଧରି ଏହି କଟକଣା ଲାଗିଥିଲା। ୬ ମାସ ମଧ୍ୟରେ ବିଏମ୍‌ସି ମଞ୍ଚେଶ୍ବରରେ ଏକ ନୂଆ ଓଟି ପ୍ରସ୍ତୁତ କରିଥିଲା। ସହିଦନଗର ଓ ମ‌ଞ୍ଚେଶ୍ବର ଉଭୟ ସ୍ଥାନରେ ଏକକାଳୀନ ଅପରେସନ କରିବାକୁ ଯୋଜନା କରିଥିଲା। ଦିନକୁ ଯେଭଳି ୫୦ରୁ ୬୦ କୁକୁର ବନ୍ଧ୍ୟାକରଣ ହୋଇପାରିବ ସେ ନେଇ କ୍ଷେତ୍ର ପ୍ରସ୍ତୁତ ହୋଇଛି। କିନ୍ତୁ କଟକଣା ହଟିବା ଘଟଣାକୁ ମାସେ ପୂରିବାକୁ ବସିଥିଲେ ମଧ୍ୟ ବିଏମ୍‌ସି ବନ୍ଧ୍ୟାକରଣ ଆରମ୍ଭ କରିପାରୁ ନାହିଁ। ଠିକା ସଂସ୍ଥାକୁ ଚିଠି ଲେଖି ବିଏମ୍‌ସି ବସି ଯାଇଛି।

ଏଣେ ବନ୍ଧ୍ୟାକରଣ ଆରମ୍ଭ ଯେତିକି ବିଳମ୍ବ ହେଉଛି ସହରବାସୀ ସେତିକି କଷ୍ଟ ଭୋଗୁଛନ୍ତି। ପୂର୍ବରୁ ଅପରେସନ ପାଇଁ କୁକୁର ଧରା ହେଉଥିବାରୁ ସେମାନେ ଭୟଭୀତ ହୋଇ ରହୁଥିଲେ। ଆକ୍ରମଣାତ୍ମକ ହେଉନଥିଲେ। କିନ୍ତୁ ୭ ମାସରୁ ଊର୍ଦ୍ଧ୍ବ ସମୟ ହେଲା କୁକୁର ଧରା ଯାଉନଥିବାରୁ ସେମାନେ ନିର୍ଭୟରେ ବିଚରଣ କରୁଛନ୍ତି। କେବଳ ନିର୍ଭୟରେ ବିଚରଣ କରୁନାହାନ୍ତି ବରଂ ପଥଚାରୀ ଓ ବାଇକ୍‌ ଚାଳକଙ୍କୁ ଆକ୍ରମଣ କରୁଛନ୍ତି। ରାତି ଯେତେ ବିଳମ୍ବ ହେଉଛି ଏମାନେ ସେତେ ଆକ୍ରମଣାତ୍ମକ ହେଉଛନ୍ତି। କୁକୁର କାମୁଡ଼ା ଓ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇମାସରେ କେବଳ ଭୁବନେଶ୍ବରରୁ ୫୧ ଜଣ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ୧୪ ଜଣ କୁକୁରଙ୍କ ଯୋଗୁ ଦୁର୍ଘଟଣାର ଶିକାର ହୋଇଛନ୍ତି। କ୍ରମାଗତ ଭାବରେ ସଂଖ୍ୟା ବଢ଼ୁଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଏଣେ ଭୁବନେଶ୍ବରକୁ ‘ଜଳାତଙ୍କ-ମୁକ୍ତ ସହର’ ଘୋଷଣା ପାଇଁ ବିଏମ୍‌ସି ଯୋଜନା କରିଛି। ୨୦୨୫ ‌ଶେଷ ସୁଦ୍ଧା ସମସ୍ତ କୁକୁରଙ୍କର ଟିକାକରଣ କରାଯିବ। ଏହି ଯୋଜନା କରି ବିଏମ୍‌ସି ବନ୍ଧ୍ୟାକରଣ ସଂଖ୍ୟା ବଢ଼ାଇଥିଲା। ପ୍ରତ୍ୟେକ ଦିନ ୩୦ କୁକୁର ବନ୍ଧ୍ୟାକରଣ କରୁଥିଲା। ମଞ୍ଚେଶ୍ବରରେ ଅପରେସନ ଆରମ୍ଭ କଲେ ଏହି ସଂଖ୍ୟା ୬୦ ଛୁଇଁବାକୁ ଥିଲା। କିନ୍ତୁ ବନ୍ଧ୍ୟାକରଣ ବନ୍ଦ ହୋଇଯିବା ପରେ ଏହି ଧାର୍ଯ୍ୟ ଲକ୍ଷ୍ୟ ଏବେ ଦିଶାହୀନ ହୋଇଯାଇଛି। ବନ୍ଧ୍ୟାକରଣ କେବେ ଆରମ୍ଭ ହେବ? ଏହି ଧାର୍ଯ୍ୟ ଲକ୍ଷ୍ୟ କେବେ ପୂରଣ ହେବ ସେ ନେଇ ପ୍ରଶ୍ନ ଉଠିଛି।

ବିଏମ୍‌ସି ‘ଭେଟ୍‌ସ୍‌ ଫର ଆନିମଲ୍‌ସ’ ଠିକା ସଂସ୍ଥା ଜରିଆରେ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ କରୁଛି। କଟକଣା ହଟିବା ପରେ ବିଏମ୍‌ସି ସଂସ୍ଥାକୁ ଚିଠି ଲେଖିଛି। କିନ୍ତୁ ସଂସ୍ଥା କାହିଁକି ଆସୁନାହିଁ ସେ ନେଇ କୌଣସି ଉଦ୍ୟମ କରିନାହିଁ। ବାସ୍ତବରେ ଏହି ସଂସ୍ଥା ହେଉଛି ମହାରାଷ୍ଟ୍ର ନାଗପୁରର। ଏଥିରେ କାମ କରୁଥିବା କର୍ମଚାରୀ ଓ ଡାକ୍ତର ବିଭିନ୍ନ ରାଜ୍ୟର। ଆସାମରୁ ଅଧିକ କର୍ମଚାରୀ ରହିଥିବା ବେଳେ ବିହାର ଓ ଝାରଖଣ୍ଡରୁ ମଧ୍ୟ କର୍ମଚାରୀ ରହିଛନ୍ତି। ଏ ସମସ୍ତଙ୍କୁ ଏକାଠି କରି ଓଡ଼ିଶା ପହଞ୍ଚିବାକୁ ଆହୁରି ୭ ଦିନରୁ ଅଧିକ ଲାଗିବ ବୋଲି ଜଣାପଡ଼ିଛି। ପୂର୍ବରୁ ଜଣେ ଡାକ୍ତର ଅପରେସନ କରୁଥିଲେ। ଏବେ ମଞ୍ଚେଶ୍ବର ଓ ସହିଦନଗରରେ ସମାନ୍ତରାଳ ଭାବରେ ଅପରେସନ ଚାଲିବାକୁ ଥିବାରୁ ଅଧିକ ଡାକ୍ତରଙ୍କର ଆବଶ୍ୟକତା ରହିଛି। କିନ୍ତୁ ସଂସ୍ଥା ନିଯୁକ୍ତି ଦେଇ ନାହିଁ। ଏଣୁ ଏକ ସମୟରେ ଉଭୟ ଜାଗାରେ ଅପରେସନ ଆରମ୍ଭ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button