କଂଗ୍ରେସକୁ ଦିଆଯିବ ୧୧ ଲୋକସଭା ଆସନ : ଅଖିଳେଶ – bajravana
[ad_1]
ନୂଆଦିଲ୍ଲୀ, ୨୭/୧ : ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଲୋକଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ହୋଇଛି । ଏନେଇ ଅଖିଳେଶ ଯାଦବ କହିଛନ୍ତି କି, ଉତ୍ତର ପ୍ରଦେଶରେ ରାଷ୍ଟ୍ରୀୟ ଲୋକଦଳ ୭ଟି ଆସନରେ ଲଢିବ ଓ ସମାଜବାଦୀ ପାର୍ଟି କଂଗ୍ରେସ ପାଇଁ ୧୧ ଟି ଆସନ ଛାଡିବ । ଏନେଇ କଂଗ୍ରେସ ସହ କଥା ହୋଇଥିବା କଥା ମଧ୍ୟ ଅଖିଳେଶ ଘୋଷଣା କରିଛନ୍ତି । କଂଗ୍ରେସ ସହ ୧୧ ଟି ମଜବୁତ ଆସନରେ ଆମର ସୌହାର୍ଦ୍ଦପୂର୍ଣ୍ଣ ମେଣ୍ଟ ହେବାକୁ ଯାଉଛି । ଇଣ୍ଡିଆ ମେଣ୍ଟ ଓ ପିଡିଏ ମେଣ୍ଟ ର ରଣନୀତି ଇତିହାସ ବଦଳାଇଦେବ ବୋଲି ସେ କହିଛନ୍ତି । କିଛିଦିନ ତଳେ ସୂତ୍ର ସୂଚନା ମୁତାବକ ଉତ୍ତର ପ୍ରଦେଶର ୮୦ ଆସନ ମଧ୍ୟରୁ କଂଗ୍ରେସ ୨୩ ଟି ଆସନରେ ନିର୍ବାଚନ ଲଢିବ । ୨୦୧୯ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ରାଏବରେଲୀ ଓ ଆମେଠୀ ଲୋକସଭା ଆସନରେ ପ୍ରାର୍ଥୀ ଦେଇ ନଥିଲା । ଏହି ୨ ଟି ଲୋକସଭା ଆସନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଥିଲେ । କଂଗ୍ରେସ ମୋଟ ୮୦ ଆସନରୁ ୬୭ ଆସନରେ ପ୍ରାର୍ଥୀ ଦେଇଥିଲା । ପାର୍ଟିକୁ ମୋଟ ୬.୪ ପ୍ରତିଶତ ଭୋଟ ମିଳିଥିଲା ଓ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା ।
[ad_2]