ଖେଳ ଖବର

ପ୍ରଥମ ଟେଷ୍ଟ: ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୪୨୧/୭, ଇଂଲଣ୍ଡ ଠାରୁ ୧୭୫ ରନ୍‌ରେ ଆଗୁଆ – bajravana

[ad_1]

ଅପରାଜିତ ଅଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ

ହାଇଦ୍ରାବାଦ୍‌: ଭାରତ ଓ ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦ୍‌ସ୍ଥିତ ରାଜୀବ ଗାନ୍ଧୀ ଅର୍ନ୍ତାତୀୟ ଷ୍ଟାଡିୟମ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର ୭ ୱିକେଟ୍‌ ବିନିମୟରେ ୪୨୧ ରନ୍‌ରେ ପହଞ୍ଚିଛି। ଏଥି ସହିତ ଇଂଲଣ୍ଡ ବିପକ୍ଷରେ ଭାରତ ୧୭୫ ରନ୍‌ରେ ଅଗୁଆ ରହିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲ ଅପରାଜିତ ଅଛନ୍ତି। ରବୀନ୍ଦ୍ର ଜାଦେଜା ୭ଟି ଚୌକା ଓ ୨ଟି ଛକା ବଳରେ ୮୧ ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ଅକ୍ଷର ପଟେଲ ୫ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରିଛନ୍ତି। ଆସନ୍ତାକାଲି (ଶନିବାର) ମୁକାବିଲାର ତୃତୀୟ ଦିନର ମ୍ୟାଚ୍‌ ଖେଳାଯିବ।

ମୁକାବିଲାର ପ୍ରଥମ ଦିନ (ଗୁରୁବାର)ରେ ଭାରତ ଗୋଟିଏ ୱିକେଟ ହରାଇ ୧୧୯ ରନ୍‌ ସଂଗ୍ରହ କରିଥିଲା। ଅଧିନାୟକ ରୋହିତ ଶର୍ମା ୨୪ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ। ଆଜି ଦ୍ବିତୀୟ ଦିନରେ ଯଶସ୍ବୀ ଜୟସ୍ବାଲ ୭୪ଟି ବଲ୍‌ ଖେଳି ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୮୦ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଶୁବମନ ଗିଲ ୬୬ ବଲ୍‌ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। କେଏଲ୍‌ ରାହୁଲ ୮୬ ରନ୍‌, ଶ୍ରେୟସ ଆୟର ୩୫ ରନ୍‌ ଓ ଶ୍ରୀକର ଭରତ ୪୧ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ।

ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଟିମ୍ ଇଣ୍ଡିଆର ସ୍ପିନ୍ ଆଟାକ୍ ଇଂଲଣ୍ଡର ବ୍ୟାଟିଂ ଆକ୍ରମଣକୁ ବିଫଳ କରିଦେଇଥିଲା । ତେବେ ଅଧିନାୟକ ବେନ୍ ଷ୍ଟୋକ୍ସ ଏକାକୀ ବୋଲରଙ୍କ ସାମ୍ନା କରି ଅର୍ଦ୍ଧଶତକ ହାସଲ କରିଥିଲେ। ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲଙ୍କ ତ୍ରିକୋଣୀୟ ଦଳ ଇଂଲଣ୍ଡର ପ୍ରଥମ ଇନିଂସକୁ ମାତ୍ର ୨୪୬ ରନରେ ଅଲଆଉଟ୍ କରିଦେଇଥିଲେ। ଅଶ୍ବିନ ଓ ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button