ପାଣିରେ ବୁଡି ଯାଇ ୪ ମୃତ – bajravana
[ad_1]
ଅଷ୍ଟ୍ରେଲିଆରୁ ଏକ ଦୁଃଖଦ ଘଟଣା ଗୁରୁବାର ସାମ୍ନାକୁ ଆସିଛି। ପାଣିରେ ବୁଡି ଯାଇ ଅଷ୍ଟ୍ରେଲିଆରେ ୪ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସହ ଏମାନେ ଛୁଟି କଟାଇବାକୁ ଫିଲିପ ଆଇଲ୍ୟାଣ୍ଡ ଯାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଷ୍ଟ୍ରେଲିଆରେ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ଏନେଇ ସୂଚନା ଦେଇଛି। ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ବୟସ ୨୦ ବର୍ଷ ଓ ଜଣେ ମହିଳାଙ୍କ ବୟସ ୪୦ ବର୍ଷ ଥିଲା। ଜାନୁଆରୀ ୨୪ରେ ଏହି ଅଘଟଣ ଘଟିଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପ୍ରାୟ ସାଢେ ୩ଟା ସମୟରେ ଭିକ୍ଟୋରିଆ ଫିଲିପ ଆଇଲ୍ୟାଣ୍ଡରେ ଲୋକେ ବୁଡି ଯାଇଥିବା ନେଇ ସେମାନେ ସୂଚନା ପାଇଥିଲେ। ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣିରୁ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ୩ ଜଣଙ୍କ ଘଟଣାସ୍ଥଳରେ ଓ ଅନ୍ୟ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରୁ ୩ ଜଣ ଭାରତୀୟ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ୪୦ ବର୍ଷୀୟ ମହିଳା ଜଣଙ୍କ ଛୁଟି କାଟିବାକୁ ଯାଇଥିଲେ।
[ad_2]