ଚୁନୁକୋଳି ଗାଁ ଭିତରେ ରାସ୍ତା ନିର୍ମାଣ ପ୍ରସଙ୍ଗ: ଗାଁରେ ପହଞ୍ଚିଲେ ବିଧାୟକ – bajravana
[ad_1]
ଚନ୍ଦ୍ରଶେଖରପୁର: ଏକାମ୍ରକାନନଠାରୁ ଆଇଏମ୍ଏ ପର୍ଯ୍ୟନ୍ତ ନିର୍ମାଣାଧୀନ ୨୦୦ ଫୁଟିଆ ରାସ୍ତାକୁ ନେଇ ଚୁନୁକୋଳି ଗାଁରେ ବିରୋଧ ଜାରି ରହିଛି। ପୂର୍ବ ପ୍ରସ୍ତୁତ ନକ୍ସାକୁ ପରିବର୍ତ୍ତନ କରାଯାଇ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ନିଷ୍ପତ୍ତି ବିରୋଧରେ ୭ ଦିନ ହେଲା ଗ୍ରାମବାସୀ ଆନ୍ଦୋଳନରେ ବସିଛନ୍ତି। ଠିକାଦାରଙ୍କୁ ଗାଁ ଭିତରେ ପୂରାଇ ନ ଦେବାକୁ ଅଡ଼ି ବସିଛନ୍ତି। ଗାଁ ମୁଣ୍ଡରେ ଏକାଠି ହୋଇଥିବା ଗ୍ରାମବାସୀଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ସାମିଲ ହୋଇଛନ୍ତି। ଶ୍ରୀ ରାଉତରାୟ କହିଛନ୍ତି କୌଣସି ପରିସ୍ଥିତିରେ ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବାକୁ ଦିଆଯିବ ନାହିଁ। ମୁଁ ଗ୍ରାମବାସୀଙ୍କ ସହ ସବୁବେଳେ ରହିଛି। ଆଗକୁ ରହିବି ମଧ୍ୟ। ବର୍ଷ ବର୍ଷ ଧରି ଲୋକଙ୍କୁ ଭିଟାମାଟିରୁ ଉଚ୍ଛେଦ କରିବା ନିଷ୍ପତ୍ତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। ପୂର୍ବ ନକ୍ସା ଅନୁଯାୟୀ ୨୦୦ ଫୁଟିଆ ରାସ୍ତା ନିଆଯାଉ। ଏଥିରେ କାହାର କିଛି କ୍ଷତି ହେବ ନାହିଁ। କାହା ସ୍ବାର୍ଥରେ ସରକାରୀ ବାବୁମାନେ ରାସ୍ତାର ନକ୍ସା ବଦଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରାମବାସୀମାନେ ଗତ ସପ୍ତାହରେ ଭୁବନେଶ୍ବର ତହସିଲଦାରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ ୨୦୧୭ରେ ରାଜ୍ୟ ସରକାର ଏହି ୨୦୦ ଫୁଟିଆ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଗ୍ରାମ ନିକଟସ୍ଥ ଇଡ୍କୋର ଖାଲି ଜାଗାରେ ଆବଶ୍ୟକ ନାଲିମାଟି ପକାଯାଇ ରାସ୍ତା ପ୍ରସ୍ତୁତ କରାଯାଇଥିଲା। ଏହି କାମକୁ ଆମେ ସମର୍ଥନ କରିଥିଲୁ। ମାତ୍ର ଏବେ କେତେ ଜଣ ପୁଞ୍ଜିପତି, ବ୍ୟବସାୟୀଙ୍କ ଚାପରେ ସରକାରୀ ଅଧିକାରୀମାନେ ରାସ୍ତାର ନକ୍ସା ପରିବର୍ତ୍ତନ କରିଛନ୍ତି। ଗାଁ ଭିତରେ ୨୦୦ ଫୁଟିଆ ରାସ୍ତା ନେବା ଦ୍ବାରା ଗ୍ରାମର ସାଧାରଣବର୍ଗଙ୍କ ସମେତ ବହୁ ଜନଜାତିର ଲୋକେ ପ୍ରଭାବିତ ହେବେ। ତେଣୁ ସମସ୍ୟାକୁ ବିଚାର କରି ରାସ୍ତା ନିର୍ମାଣ କାମ ପୂର୍ବ ଯୋଜନା ଅନୁଯାୟୀ କରାଯାଉ ବୋଲି ସେମାନେ କହିଛନ୍ତି।
[ad_2]