ଓଡିଶା

ନୂଆ ଚାଳକଙ୍କ ତ୍ରୁଟି ପାଇଁ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍: ଦୁର୍ଘଟଣା ପରେ ଫେରାର୍ – bajravana

[ad_1]

କେନ୍ଦ୍ର-ରାଜ୍ୟ ବିବାଦରେ ବଳିପଡ଼ୁଛି ମୂଲ୍ୟବାନ ଜୀବନ!

ବାଙ୍ଗିରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଦ୍ଵାରଶୁଣୀ ଘାଟିରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭ ବୋଲି ତାଜା ସୂଚନାରୁ ଜଣାଯାଇଛି। ଏଠାରେ କେନ୍ଦ୍ର ଓ ରାଜ୍ୟ ଭତରେ ତୁ ତୁ ମେ ମେ ଯୋଗୁ ପ୍ରଶସ୍ତିକରଣ କାର୍ଯ୍ୟରେ ବାଧା ଉପୁଜିଥିବାରୁ ଘାଟି ରାସ୍ତା ସଂପୂର୍ଣ୍ଣ ହୋଇ ପାରୁ ନାହିଁ।। ଫଳରେ ପ୍ରତ୍ୟେକ ଦିନ ଅକାରଣେ ଚାଲି ଯାଉଛି ମୂଲ୍ୟବାନ ଜୀବନ। ଜାତୀୟ ରାଜପଥ ୪୯ ଦ୍ଵାରଶୁଣୀ ଘାଟିରେ ବୁଧବାର ଦିନ ଧଉଳି ଗଣନାଟ୍ୟ ଲାଇଟ୍, ମାଇକ , ସରଞ୍ଜାମ ବୋଝ ଟ୍ରକ୍ ଓଲଟି ପଡ଼ିବାରୁ ୧୦ଜଣ ଗୁରୁତର ହୋଇଥିବା ବେଳେ ୭ ଜଣ ମୃତ୍ୟୁବରଣ କରିଛନ୍ତି।

ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ରହି ସମସ୍ତ ଆହତ, ଗୁରୁତର ଓ ମୃତକମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ୭ ମୃତଦେହ ସମେତ ୧୦ଜଣ ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ଏହି ଧଉଳି ଗଣନାଟ୍ୟ ଯାତ୍ରା ପାର୍ଟି ଟ୍ରକରେ ୨୦ରୁ ଉର୍ଦ୍ଧ୍ବ ଜଣ ଥିବା ବେଳେ ଟ୍ରକର ଡ୍ରାଇଭରଙ୍କ ଭୁଲ୍ ପାଇଁ ଟ୍ରକ ଓଲଟିଲା ବୋଲି ଟ୍ରକ୍ ରେ ଥିବା କଳାକାର ଅରବିନ୍ଦ ସାହୁ କହିଛନ୍ତି। ଡ଼୍ରାଇଭର ଜଣଙ୍କ ଏହି ରାସ୍ତା ପାଇଁ ସଂପୂର୍ଣ୍ଣ ନୁଆ ହୋଇଥିବା ବେଳେ ବ୍ରେକ ଫେଲ ହେବାରୁ ଟ୍ରକ୍ ଓଲଟିଲା ବୋଲି ଡ୍ରାଇଭର ଅରବିନ୍ଦ ସାହୁଙ୍କୁ କହିଛନ୍ତି।

ଟ୍ରକ୍ ଓଲଟିଲା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଛି। ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ କୁହନ୍ତି କେତେ ଜଣ ଟ୍ରକ୍ ରେ ଥିଲେ ସେମାନେ ମଧ୍ୟ ସଠିକ କହି ପାରୁ ନାହାନ୍ତି। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି ବର୍ଷା। ଏହି ଘଟଣା ଯୋଗୁଁ ବାଙ୍ଗିରିପୋଷି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କେତେ ଜଣ ମୃତ୍ୟୁବରଣ କଲେ ଘାଟି ରାସ୍ତା ପ୍ରଶସ୍ତିକରଣ ହେବ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଏହି ଟ୍ରକ୍ ରେ କଳାକାର ଷ୍ଟାଫମାନେ ଥିଲେ ବୋଲି ଆହତ କଳାକାର ମୁରଲୀ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button