ଓଡିଶା

ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଏଡିଜି – bajravana

[ad_1]

ମାଲକାନଗିରି ଜିଲ୍ଲା ଦୁଇ ଦିନିଆ ଗସ୍ତ

ମାଲକାନଗିରି: ରାଜ୍ୟ ପୁଲିସ ଅତିରିକ୍ତ ମହାନିର୍ଦ୍ଦେଶକ (ଅପରେସନ) ଏସ୍. ଦେବଦତ୍ତ ସିଂ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ସିଂ ଓଡ଼ିଶା-ଛତିଶଗଡ ଓ ଓଡିଶା-ଆନ୍ଧ୍ରପ୍ରଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଥାନା ଓ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସମୀକ୍ଷା କରିଛନ୍ତି।

ଗତକାଲି ସେ ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ, ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ବିଏସଏଫ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନାଙ୍କ ସମେତ ବରିଷ୍ଠ ବିଏସଏଫ ଓ ପୁଲିସ ଅଧିକାରୀଙ୍କ ସହ ଜିଲ୍ଲାର ହେଉଥିବା ଅପରେସନ ବିଷୟରେ ବୁଝିଥିଲେ। ଏଥିସହ କେଉଁ ଅଞ୍ଚଳରେ ଅଧିକା ଅପେରସନର ଆବଶ୍ୟକତା ରହିଛି ଓ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

ଏହାପରେ ସେ ସ୍ବାଭିମାନ ଅଞ୍ଚଳରେ ଥିବା ଗୋରାସେତୁ ଓ ହନ୍ତାଳଗୁଡା ଠାରେ ଥିବା ବିଏସଏଫ କ୍ୟାମ୍ପରେ ଯବାନଙ୍କ ମାଓ ଗତିବିଧିକ ଓ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି। ଏଥିସହ ସେ ଯୋଡାମ୍ବ ଓ ପାପରମେଟଲା ଥାନା ପରିଦର୍ଶନ କରି ସେଠାରେ ପୁଲିସଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେ ରାତିରେ ହନ୍ତାଳଗୁଡା ଠାରେ ରହିଥିବା ବେଳେ ଆଜି ସକାଳୁ ସେ ଛତିଶଗଡ ସୀମା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀସ୍ଥିତ ବିଏସଏଫର ସିଓବି କ୍ୟାମ୍ପକୁ ଯାଇଥିଲେ। ସେଠାରେ ଜନ ସମ୍ପର୍କ ଶିବିରକୁ ଉଦଘାଟନ କରିବା ସହ ଗ୍ରାମବାସୀଙ୍କୁ ପୋଷକ, ଶାଢ଼ୀ ଓ ଛାତଛାତ୍ରୀଙ୍କୁ ଶିକ୍ଷଣୀୟ ଉପକରଣ ଓ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button