ସ୍ୱାସ୍ଥ୍ୟ

ମସ୍ତିଷ୍କ ସୁସ୍ଥ ରଖିବ ପାଇଁ କରନ୍ତୁ ୨୦ ମିନିଟ୍‌ର କରସତ – bajravana

[ad_1]

ଯେଉଁ ଦିନ ଆମର ନିଦ ପୂରଣ ହୁଏ ନାହିଁ, ସେହି ଦିନ ତମାମ ଅଳସୁଆ ଲାଗିଥାଏ । କିନ୍ତୁ ଏହା କେବଳ ଦିନକ ପାଇଁ ଆମ ଆଳସ୍ୟର କାରଣ ହୋଇନଥାଏ । ନିଦ୍ରାଭାବ ଯୋଗୁ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପଡ଼େ । ଇଂଲଣ୍ଡର ୟୁନିଭର୍ସିଟି ଅଫ୍‌ ପୋର୍ଟସ୍‌ମାଉଥ୍‌ରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି, ମାତ୍ର ୨୦ ମିନିଟ୍‌ର କସରତ ଜରିଆରେ ଥକିପଡ଼ିଥିବା ମସ୍ତିଷ୍କକୁ ସତେଜ କରାଯାଇ ପାରିବ । କମ୍‌ ଶୋଉଥିବା ଅବା ପର୍ଯ୍ୟାପ୍ତ ଶୋଉନଥିବା ୨୪ ଜଣଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା । ସମସ୍ତଙ୍କୁ ଗଣିତ ପରୀକ୍ଷା ଓ କିଛି ପଜଲ୍‌ର ସମାଧାନ କରିବାକୁ ଦିଆଗଲା । ଏହା ପରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ସାଇକେଲ ଚାଳନା ଭଳି ହାଲୁକା କସରତ କରିବାକୁ ଦିଆଗଲା । ତା’ପରେ ପୁଣି ଗଣିତ ପରୀକ୍ଷା ଓ ପଜଲ୍‌ ସମାଧାନ କରିବାକୁ ଦିଆଗଲା । ଫଳାଫଳରୁ ଜଣାପଡ଼ିଲା, ୨୦ ମିନିଟ୍‌ର କସରତ ପରେ ଲୋକେ ଅଧିକ ପ୍ରଶ୍ନର ଉତ୍ତର ଦେଇପାରିଲେ । ୩ ଦିନରେ ମାତ୍ର ୫ ଘଣ୍ଟା ଶୋଇଥିବା ଲୋକ ମଧ୍ୟ ବ୍ୟାୟାମ ପରେ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କଲେ । ଏ ସମସ୍ତ ତଥ୍ୟରୁ ବୈଜ୍ଞାନିକମାନେ ସ୍ପଷ୍ଟ ହେଲେ ଯେ ନିଦ୍ରାଭାବ ଯୋଗୁ ମସ୍ତିଷ୍କ କମ୍‌ କାମ କରେ । କିନ୍ତୁ ହାଲୁକା କସରତ ଜରିଆରେ ଏହି ସମସ୍ୟାକୁ ଦୂର କରାଯାଇ ପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button